Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କା ଠାକୁରଙ୍କ ପାଖେ ରଖିଥିଲି: ଚିତ୍ରଶିଳ୍ପୀ ତଥା ଲେଖିକା ସ୍ନିଗ୍ଧା ସାହୁ

କଟକର ପାରେଶ୍ୱର ସାହିରେ ମୋର ଜନ୍ମ। ଯୋବ୍ରା ଉଚ୍ଚବିଦ୍ୟାଳୟରୁ ୧୯୮୬ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍‌ଶା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଇଂଲିଶ ଅନର୍ସ) ପଢ଼ିଥିଲି। ପାଠପଢ଼ା ସହିତ ପଟ୍ଟଚିତ୍ର, ମଡର୍ନ ଆର୍ଟ, ମଟ୍‌କା ପେଣ୍ଟିଂ, ଗ୍ଲାସ୍‌ ପେଣ୍ଟିଂ, ଟ୍ରାଇବାଲ୍‌ ପେଣ୍ଟିଂ ଇତ୍ୟାଦି ବି ଶିଖୁଥିଲି। କବିତା ମଧ୍ୟ ଲେଖୁଥିଲି। କବିତା ଲେଖିବା ଆଉ ପେଣ୍ଟିଂ କରିବାରେ ମୋର ସବୁଠୁ ବଡ଼ ଆଦର୍ଶ ହେଲେ ମୋ ବଡ଼ଭାଇ ଚିତ୍ତରଞ୍ଜନ ସାହୁ। ମୋ ବାପା ବୃନ୍ଦାବନ ସାହୁ ବି ଜଣାଣ ଲେଖୁଥିଲେ। ସ୍କୁଲ୍‌ବେଳେ ଛୋଟ ଛୋଟ କବିତା ଲେଖୁଥିଲି। ହେଲେ କଲେଜରେ ଇଂଲିଶ ଭାଷାରେ କବିତା ଲେଖିବା ଆରମ୍ଭ କଲି। ଇଚ୍ଛା ଥିଲା କଳା କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ। ହେଲେ ହଠାତ୍‌ ମୋ ବାହାଘର ଠିକ୍‌ ହୋଇଗଲା। ଶାଶୁଘର ଜଗତ୍‌ସିଂହପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ତାଳଚେର ଏନ୍‌ଟିପିସିରେ କାମ କରୁଥିଲେ, ତେଣୁ ମୋତେ ଯାଇ ସେଠି ରହିବାକୁ ପଡ଼ିଲା। ସେଠାରେ ଏନ୍‌ଟିପିସିର ଏକ ଲେଡିଜ୍‌ କ୍ଲବ ଥିଲା। ସ୍ବାମୀଙ୍କ ପ୍ରେରଣାରେ ମୁଁ ସେ କ୍ଲବ୍‌ର ଜଣେ ସଦସ୍ୟା ହେଲି। କ୍ଲବର ପରିବେଶ ହିଁ ପୁଣିଥରେ ମୋତେ ମୋର କଳାକୁ ବିକଶିତ କରିବାର ସୁଯୋଗ ଦେଲା। ଥରେ ମୁଁ ରାଧାକୃଷ୍ଣଙ୍କର ରାସଲୀଳାକୁ ନେଇ ପଟ୍ଟଚିତ୍ରଟିଏ ଆଙ୍କିଥାଏ। ଏହାକୁ ଉକ୍ତ କ୍ଲବର ଜଣେ ସଦସ୍ୟା କିଣିବା ପାଇଁ ଇଚ୍ଛା କଲେ ଆଉ ମୋତେ ତା’ର ଦାମ୍‌ ପଚାରିଲେ। ମୁଁ ତାଙ୍କୁ ସେମିତି ଦେବା ପାଇଁ ଚାହିଁବାରୁ ସେ ମନାକଲେ ଏବଂ କହିଲେ: ତମେ ଏତେ ପରିଶ୍ରମ କରି ଚିତ୍ରଟି ଆଙ୍କିଛ, ବିନା ପାରିଶ୍ରମିକରେ ମୁଁ ତାକୁ କେମିତି ନେବି। କ’ଣ କରିବି, ଆଗରୁ କାହାକୁ ତ ଏମିତି ବିକିନି। ତା’ଛଡ଼ା ଉକ୍ତ ଚିତ୍ରଟିର ଦାମ୍‌ କେତେ ହେବ ସେ ଧାରଣା ବି ମୋର ନ ଥିଲା। ତେଣୁ ମୁଁ ମୋ ପଟ୍ଟଚିତ୍ର ଗୁରୁଙ୍କୁ ପଚାରିଲି। ସେ କହିଲେ ୨୦୦୦ଟଙ୍କା ପାଖାପାଖି ହେବ। ହେଲେ ଏତେ ଟଙ୍କା କହିବାଟା ମୋତେ ଠିକ୍‌ ଲାଗିଲାନି। ମୁଁ ତାଙ୍କୁ ୭୦୦ ଟଙ୍କା କହିଲି। ଆଉ ସେ ବି ଖୁସିରେ ଟଙ୍କାଟିକୁ ମୋ ହାତରେ ଧରାଇ ଦେଇ ଚିତ୍ରଟିକୁ ନେଇ ଚାଲିଗଲେ। ଟଙ୍କାଟିକୁ ନେଇ ଠାକୁରଙ୍କ ପାଖେ ରଖିଦେଲି। ଚିନ୍ତା କଲି ମୋ ଭିତରେ ଥିବା କଳାକୁ ଆହୁରି ମାର୍ଜିତ କରି ନିଜର ଏକ ପରିଚୟ ସୃଷ୍ଟି କରିବି। ଏଥିରେ ମୋ ସ୍ବାମୀ ଇଂ.ଶ୍ୟାମସୁନ୍ଦର ବେହେରାଙ୍କର ବି ସହଯୋଗ ରହିଲା। ତା’ ପରେ ମୁଁ ଆଉ ପଛକୁ ଫେରିନି। ଏପରିକି ପରୀକ୍ଷାମୂଳକ ଭାବେ ନିଜ ଶାଢ଼ିରେ ପଟ୍ଟଚିତ୍ର, ମଡର୍ନ ଆର୍ଟ ଏବଂ ଟ୍ରାଇବାଲ୍‌ ପେଣ୍ଟିଂ କରିକି ପିନ୍ଧିଲି। ଏହାକୁ ବି ସ୍ଥାନୀୟ ମହିଳାମାନେ ପସନ୍ଦ କଲେ। ଘରେ ଏସବୁ କାମ କରିବା ସହ ଏନ୍‌ଟିପିସି ଲେଡିଜ୍‌ କ୍ଲବରେ ଥିବା ବାଲ୍‌ ଭବନ ଏବଂ ଓ୍ବେଲ୍‌ଫେୟାର୍‌ ସେକ୍‌ଶନ କଥା ବି ବୁଝୁଥିଲି ଆଉ ଏବେ ବି ବୁଝୁଛି। ଏପରିକି ବାଲ୍‌ ଭବନ ସେକ୍‌ଶନରେ ଏବେ ମୁଁ ସେକ୍ରେଟାରୀ ଭାବରେ କାମ କରୁଛି। ଏଥିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର କୋ-କରିକୁଲାର୍‌ ଆକ୍ଟିଭିଟିଜ୍‌ମାନ ମାଗଣାରେ ଶିଖା ଯିବାର ବ୍ୟବସ୍ଥା ରହିଛି। ଆଉ ଏବେ ଓ୍ବେଲ୍‌ଫେୟାର୍‌ ସେକ୍‌ଶନ ତରଫରୁ ଆମେ କେତେଜଣ ମହିଳା ବିଭିନ୍ନ ବୃଦ୍ଧାଶ୍ରମକୁ ଯାଇ ସେମାନେ ତିଆରି କରୁଥିବା ଭିନ୍ନ ଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ସେମାନଙ୍କଠୁ କିଣି ଆଣି ତା’କୁ ଆଉ ଟିକେ ଡେକୋରେଟ୍‌ କରି ମାର୍କେଟ୍‌ରେ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ମାର୍କେଟ୍‌ରେ ତାହା ବିକ୍ରି ହେଲାପରେ ଯାହା ଲାଭ ଆସୁଛି ତାକୁ ପୁଣି ନେଇ ସେହି ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ବାଣ୍ଟି ଦେଉଛୁ। ଏହାଦ୍ୱାରା ସେମାନେ ବି ଖୁସି ହେଉଛନ୍ତି ଆଉ ଆମକୁ ମଧ୍ୟ ସମାଜସେବା କରିବାର ସୁଯୋଗ ମିଳି ଯାଉଛି। ଏସବୁ ବ୍ୟତୀତ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଙ୍କରିଂ କରିବା ସହ ଲେଖାଲେଖିର ଧାରା ବି ମୋର ଚାଲୁ ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦୦ଟି କବିତା ଓ ୨୫ଟି ଗପ ଲେଖିସାରିଲିଣି। ତନ୍ମଧ୍ୟରୁ ଅନେକ ଲେଖା ଏନ୍‌ଟିପିସି ତରଫରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ‘ଉଜ୍ଜ୍ୱଳିକା’ ତଥା ଅନ୍ୟାନ୍ୟ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶ ପାଇସାରିଲାଣି। ମୋ ଲେଖାଗୁଡ଼ିକ ଖାସ୍‌କରି ପ୍ରକୃତି, ପରିବେଶ ତଥା ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ଉପରେ ପର୍ଯ୍ୟବସିତ ହୋଇଥାଏ। ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି ଆଉ ତାଙ୍କ ଆଶୀର୍ବାଦ ଥିଲେ ଭବିଷ୍ୟତରେ ଏକ କଳା ଅନୁଷ୍ଠାନ କରିବାର ଯେଉଁ ଯୋଜନା ମୁଁ କରିଛି ତାହା ନିଶ୍ଚୟ ସଫଳ
ହୋଇପାରିବ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri