Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କା ଠାକୁରଙ୍କ ପାଖେ ରଖିଥିଲି: ଚିତ୍ରଶିଳ୍ପୀ ତଥା ଲେଖିକା ସ୍ନିଗ୍ଧା ସାହୁ

କଟକର ପାରେଶ୍ୱର ସାହିରେ ମୋର ଜନ୍ମ। ଯୋବ୍ରା ଉଚ୍ଚବିଦ୍ୟାଳୟରୁ ୧୯୮୬ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍‌ଶା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଇଂଲିଶ ଅନର୍ସ) ପଢ଼ିଥିଲି। ପାଠପଢ଼ା ସହିତ ପଟ୍ଟଚିତ୍ର, ମଡର୍ନ ଆର୍ଟ, ମଟ୍‌କା ପେଣ୍ଟିଂ, ଗ୍ଲାସ୍‌ ପେଣ୍ଟିଂ, ଟ୍ରାଇବାଲ୍‌ ପେଣ୍ଟିଂ ଇତ୍ୟାଦି ବି ଶିଖୁଥିଲି। କବିତା ମଧ୍ୟ ଲେଖୁଥିଲି। କବିତା ଲେଖିବା ଆଉ ପେଣ୍ଟିଂ କରିବାରେ ମୋର ସବୁଠୁ ବଡ଼ ଆଦର୍ଶ ହେଲେ ମୋ ବଡ଼ଭାଇ ଚିତ୍ତରଞ୍ଜନ ସାହୁ। ମୋ ବାପା ବୃନ୍ଦାବନ ସାହୁ ବି ଜଣାଣ ଲେଖୁଥିଲେ। ସ୍କୁଲ୍‌ବେଳେ ଛୋଟ ଛୋଟ କବିତା ଲେଖୁଥିଲି। ହେଲେ କଲେଜରେ ଇଂଲିଶ ଭାଷାରେ କବିତା ଲେଖିବା ଆରମ୍ଭ କଲି। ଇଚ୍ଛା ଥିଲା କଳା କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ। ହେଲେ ହଠାତ୍‌ ମୋ ବାହାଘର ଠିକ୍‌ ହୋଇଗଲା। ଶାଶୁଘର ଜଗତ୍‌ସିଂହପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ତାଳଚେର ଏନ୍‌ଟିପିସିରେ କାମ କରୁଥିଲେ, ତେଣୁ ମୋତେ ଯାଇ ସେଠି ରହିବାକୁ ପଡ଼ିଲା। ସେଠାରେ ଏନ୍‌ଟିପିସିର ଏକ ଲେଡିଜ୍‌ କ୍ଲବ ଥିଲା। ସ୍ବାମୀଙ୍କ ପ୍ରେରଣାରେ ମୁଁ ସେ କ୍ଲବ୍‌ର ଜଣେ ସଦସ୍ୟା ହେଲି। କ୍ଲବର ପରିବେଶ ହିଁ ପୁଣିଥରେ ମୋତେ ମୋର କଳାକୁ ବିକଶିତ କରିବାର ସୁଯୋଗ ଦେଲା। ଥରେ ମୁଁ ରାଧାକୃଷ୍ଣଙ୍କର ରାସଲୀଳାକୁ ନେଇ ପଟ୍ଟଚିତ୍ରଟିଏ ଆଙ୍କିଥାଏ। ଏହାକୁ ଉକ୍ତ କ୍ଲବର ଜଣେ ସଦସ୍ୟା କିଣିବା ପାଇଁ ଇଚ୍ଛା କଲେ ଆଉ ମୋତେ ତା’ର ଦାମ୍‌ ପଚାରିଲେ। ମୁଁ ତାଙ୍କୁ ସେମିତି ଦେବା ପାଇଁ ଚାହିଁବାରୁ ସେ ମନାକଲେ ଏବଂ କହିଲେ: ତମେ ଏତେ ପରିଶ୍ରମ କରି ଚିତ୍ରଟି ଆଙ୍କିଛ, ବିନା ପାରିଶ୍ରମିକରେ ମୁଁ ତାକୁ କେମିତି ନେବି। କ’ଣ କରିବି, ଆଗରୁ କାହାକୁ ତ ଏମିତି ବିକିନି। ତା’ଛଡ଼ା ଉକ୍ତ ଚିତ୍ରଟିର ଦାମ୍‌ କେତେ ହେବ ସେ ଧାରଣା ବି ମୋର ନ ଥିଲା। ତେଣୁ ମୁଁ ମୋ ପଟ୍ଟଚିତ୍ର ଗୁରୁଙ୍କୁ ପଚାରିଲି। ସେ କହିଲେ ୨୦୦୦ଟଙ୍କା ପାଖାପାଖି ହେବ। ହେଲେ ଏତେ ଟଙ୍କା କହିବାଟା ମୋତେ ଠିକ୍‌ ଲାଗିଲାନି। ମୁଁ ତାଙ୍କୁ ୭୦୦ ଟଙ୍କା କହିଲି। ଆଉ ସେ ବି ଖୁସିରେ ଟଙ୍କାଟିକୁ ମୋ ହାତରେ ଧରାଇ ଦେଇ ଚିତ୍ରଟିକୁ ନେଇ ଚାଲିଗଲେ। ଟଙ୍କାଟିକୁ ନେଇ ଠାକୁରଙ୍କ ପାଖେ ରଖିଦେଲି। ଚିନ୍ତା କଲି ମୋ ଭିତରେ ଥିବା କଳାକୁ ଆହୁରି ମାର୍ଜିତ କରି ନିଜର ଏକ ପରିଚୟ ସୃଷ୍ଟି କରିବି। ଏଥିରେ ମୋ ସ୍ବାମୀ ଇଂ.ଶ୍ୟାମସୁନ୍ଦର ବେହେରାଙ୍କର ବି ସହଯୋଗ ରହିଲା। ତା’ ପରେ ମୁଁ ଆଉ ପଛକୁ ଫେରିନି। ଏପରିକି ପରୀକ୍ଷାମୂଳକ ଭାବେ ନିଜ ଶାଢ଼ିରେ ପଟ୍ଟଚିତ୍ର, ମଡର୍ନ ଆର୍ଟ ଏବଂ ଟ୍ରାଇବାଲ୍‌ ପେଣ୍ଟିଂ କରିକି ପିନ୍ଧିଲି। ଏହାକୁ ବି ସ୍ଥାନୀୟ ମହିଳାମାନେ ପସନ୍ଦ କଲେ। ଘରେ ଏସବୁ କାମ କରିବା ସହ ଏନ୍‌ଟିପିସି ଲେଡିଜ୍‌ କ୍ଲବରେ ଥିବା ବାଲ୍‌ ଭବନ ଏବଂ ଓ୍ବେଲ୍‌ଫେୟାର୍‌ ସେକ୍‌ଶନ କଥା ବି ବୁଝୁଥିଲି ଆଉ ଏବେ ବି ବୁଝୁଛି। ଏପରିକି ବାଲ୍‌ ଭବନ ସେକ୍‌ଶନରେ ଏବେ ମୁଁ ସେକ୍ରେଟାରୀ ଭାବରେ କାମ କରୁଛି। ଏଥିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର କୋ-କରିକୁଲାର୍‌ ଆକ୍ଟିଭିଟିଜ୍‌ମାନ ମାଗଣାରେ ଶିଖା ଯିବାର ବ୍ୟବସ୍ଥା ରହିଛି। ଆଉ ଏବେ ଓ୍ବେଲ୍‌ଫେୟାର୍‌ ସେକ୍‌ଶନ ତରଫରୁ ଆମେ କେତେଜଣ ମହିଳା ବିଭିନ୍ନ ବୃଦ୍ଧାଶ୍ରମକୁ ଯାଇ ସେମାନେ ତିଆରି କରୁଥିବା ଭିନ୍ନ ଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ସେମାନଙ୍କଠୁ କିଣି ଆଣି ତା’କୁ ଆଉ ଟିକେ ଡେକୋରେଟ୍‌ କରି ମାର୍କେଟ୍‌ରେ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ମାର୍କେଟ୍‌ରେ ତାହା ବିକ୍ରି ହେଲାପରେ ଯାହା ଲାଭ ଆସୁଛି ତାକୁ ପୁଣି ନେଇ ସେହି ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ବାଣ୍ଟି ଦେଉଛୁ। ଏହାଦ୍ୱାରା ସେମାନେ ବି ଖୁସି ହେଉଛନ୍ତି ଆଉ ଆମକୁ ମଧ୍ୟ ସମାଜସେବା କରିବାର ସୁଯୋଗ ମିଳି ଯାଉଛି। ଏସବୁ ବ୍ୟତୀତ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଙ୍କରିଂ କରିବା ସହ ଲେଖାଲେଖିର ଧାରା ବି ମୋର ଚାଲୁ ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦୦ଟି କବିତା ଓ ୨୫ଟି ଗପ ଲେଖିସାରିଲିଣି। ତନ୍ମଧ୍ୟରୁ ଅନେକ ଲେଖା ଏନ୍‌ଟିପିସି ତରଫରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ‘ଉଜ୍ଜ୍ୱଳିକା’ ତଥା ଅନ୍ୟାନ୍ୟ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶ ପାଇସାରିଲାଣି। ମୋ ଲେଖାଗୁଡ଼ିକ ଖାସ୍‌କରି ପ୍ରକୃତି, ପରିବେଶ ତଥା ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ଉପରେ ପର୍ଯ୍ୟବସିତ ହୋଇଥାଏ। ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି ଆଉ ତାଙ୍କ ଆଶୀର୍ବାଦ ଥିଲେ ଭବିଷ୍ୟତରେ ଏକ କଳା ଅନୁଷ୍ଠାନ କରିବାର ଯେଉଁ ଯୋଜନା ମୁଁ କରିଛି ତାହା ନିଶ୍ଚୟ ସଫଳ
ହୋଇପାରିବ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri