Posted inଫୁରସତ

ପ୍ରଥମ ଦରମାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ଭୋଗ କରିଥିଲି: ଲେଖକ ଦୁର୍ଗାଚରଣ ପଣ୍ଡା

ମୋର ଜନ୍ମ ୧୯୪୨ ମସିହା, ଗଞ୍ଜାମ ଜିଲାର ଛତ୍ରପୁରଠାରେ। ସ୍ଥାନୀୟ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ ପରେ ହାଇଦ୍ରାବାଦ୍‌ର ଏକ କଳା ଅନୁଷ୍ଠାନରେ ଚିତ୍ରଶିକ୍ଷା ନିମନ୍ତେ ନାମ ଲେଖାଇଥିଲି। କିଛି କାଳ ପରେ ଖବରକାଗଜରେ ଏକ ବିଜ୍ଞାପନ ଦେଖି ଭୁବନେଶ୍ୱରସ୍ଥ ରାଜ୍ୟ ସଂଗ୍ରହାଳୟ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିତ୍ରଶିଳ୍ପୀ ଚାକିରିଟିଏ ନିମନ୍ତେ ଦରଖାସ୍ତ ପଠାଇଲି। ସାକ୍ଷାତ୍‌କାରରେ ମନୋନୀତ ହୋଇ ୧୯୬୨ରେ ଚାକିରିରେ ଯୋଗଦେଲି। ମୋର ଉପର ଅଫିସର ଐତିହାସିକ କେଦାରନାଥ ମହାପାତ୍ର ମୋତେ ସେତେବେଳେ ବହୁତ ସାହାଯ୍ୟ କରୁଥିଲେ। ତେଣୁ ମୁଁ ତାଙ୍କୁ ‘ଗଡ୍‌ ଫାଦର୍‌’ ଭାବେ ସମ୍ମାନ ଦେଉଥିଲି। ଆଉ ପ୍ରଥମ ମାସର ଦରମା ୧୪୫ ଟଙ୍କା ପାଇବା ପରେ ତାଙ୍କୁ ଦେଖାକରି ଆଶୀର୍ବାଦ ନେଲାବେଳେ ସେ ଖୁସି ହୋଇ କହିଲେ ‘ପ୍ରଥମ ଦରମା ପାଇଛ, ଲିଙ୍ଗରାଜ ପ୍ରଭୁଙ୍କଠାରେ ଭୋଗ ଟିକେ କରିଦିଅ’। ତାଙ୍କ କହିବାନୁସାରେ ପରଦିନ ମନ୍ଦିରକୁ ଯାଇ ଭୋଗ କରିଥିଲି ଏବଂ କିଛି ଟଙ୍କା ମନିଅର୍ଡର ଦ୍ୱାରା ବାପାଙ୍କ ନିକଟକୁ ପଠାଇଥିଲି। ଚାକିରିର ପ୍ରଥମ ଭାଗରେ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଏବଂ ପ୍ରତ୍ନତାତ୍ତ୍ୱିକ ସଂସ୍ଥାନରେ ପ୍ରଶିକ୍ଷଣ ପାଇବା ସମୟରେ ଭାରତର ବିଭିନ୍ନ ସ୍ଥାନରେ ଥିବା କେତେକ ପ୍ରମୁଖ ସଂଗ୍ରହାଳୟ ଓ ପ୍ରାଚୀନ କୀର୍ତ୍ତି ଦେଖିବାର ସୁଯୋଗ ପାଇଥିଲି। ରାଜ୍ୟ ସଂଗ୍ରହାଳୟ ଭବନରେ ସେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ଓ ଲଳିତକଳା ଏକାଡେମୀ ମଧ୍ୟ କାର୍ଯ୍ୟ କରୁଥିଲା। ଅର୍ଥାତ୍‌ ସ୍ଥାନଟି ଥିଲା ବିଦ୍ୱାନ୍‌ ତଥା କଳାକାରମାନଙ୍କର ଏକ ମିଳନସ୍ଥଳ। ତେଣୁ ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ସହିତ ମୋର ସମ୍ପର୍କ ଗଢ଼ି ଉଠିଥିଲା। ୧୯୭୩ ବେଳକୁ ଓଡ଼ିଶାରେ ସମସାମୟିକ ଚିତ୍ରକଳା କ୍ଷେତ୍ରରେ ଏକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଅଧ୍ୟାପକ ଶିଳ୍ପୀ ଅନନ୍ତ ପଣ୍ଡା ସେତେବେଳେ ‘ଓ୍ବା’ ବା ‘ଓ୍ବାର୍କିଂ ଆର୍ଟିଷ୍ଟ ଆସୋସିଏଶନ୍‌’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଏହି ଅନୁଷ୍ଠାନ ତରଫରୁ ଓଡ଼ିଶା ଓ ଓଡ଼ିଶା ବାହାରେ ଅନେକ ଚିତ୍ର ପ୍ରଦର୍ଶନୀର ଆୟୋଜନ ବି କରାଯାଉଥିଲା। ମୋ ସମେତ ଉକ୍ତ ଅନୁଷ୍ଠାନରେ କେତେକ ପ୍ରମୁଖ ଶିଳ୍ପୀ ଯେମିତିକି: ଡ. ଦୀନନାଥ ପାଠୀ, ଡ. ଜେ.ପି. ଦାସ୍‌, ଡି.ଏନ୍‌. ରାଓ, ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗ ଦେଇଥିଲେ। ‘ଓ୍ବା’ ବ୍ୟତୀତ ସେତେବେଳେ ମୁଁ ରାଜ୍ୟ ଓ ଜାତୀୟ ସ୍ତରର ବହୁ ଚିତ୍ରକଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିରରେ ମଧ୍ୟ ଯୋଗ ଦେଇଥିଲି ଏବଂ ପୁରସ୍କୃତ, ସମ୍ମାନିତ ବି ହୋଇଥିଲି। ତା’ଛଡ଼ା ସେ ସମୟରେ ଭୁବନେଶ୍ୱରରେ କୌଣସି ବ୍ୟବସାୟିକ କଳା ତଥା ପ୍ରଚାର ସଂସ୍ଥା ନ ଥିଲା। ମୁଁ ପ୍ରଥମେ ୧୯୭୫ରେ ‘ଆର୍ଟେକ୍ସ’ ନାମକ ଏକ ପ୍ରତିଷ୍ଠାନ ଖୋଲି ବହୁ ସରକାରୀ, ବେସରକାରୀ ସଂସ୍ଥାର ‘ଲୋଗୋ ବା ପ୍ରତୀକ ଚିହ୍ନ’ ଅଙ୍କନ କରିଥିଲି। ତା’ ସହିତ ବହୁ ପ୍ରଦର୍ଶନୀ ମଣ୍ଡପ, ପ୍ରଜ୍ଞାପନ ମେଢ଼ ଇତ୍ୟାଦି ବି ପ୍ରସ୍ତୁତ କରୁଥିଲି। ସେହିପରି ଗବେଷଣାତ୍ମକ ଲେଖା ଲେଖିବାରେ ରୁଚି ଥିବାରୁ ମୁଁ ଲେଖିବା ଆରମ୍ଭ କଲି। ‘କଳିଙ୍ଗର ମନ୍ଦିର ସ୍ଥାପତ୍ୟ’ ଥିଲା ମୋର ପ୍ରଥମ ଗବେଷଣାତ୍ମକ ରଚନା। ଆଉ ୟା’ ଭିତରେ ମୋର ୬ ଖଣ୍ଡ ପୁସ୍ତକ ଓ ଶତାଧିକ ପ୍ରବନ୍ଧ ପ୍ରକାଶ ପାଇସାରିଲାଣି। ସେହିପରି କେତୋଟି ଗବେଷଣା ପତ୍ରିକା ଓ ସ୍ମରଣିକାର ସମ୍ପାଦନାରେ ମଧ୍ୟ ସହଯୋଗ କରିଛି। ବର୍ତ୍ତମାନ ୭ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଆଜୀବନ ସଭ୍ୟ ଅଛି । ଆଉ ଭୁବନେଶ୍ୱରରେ ଅର୍ଦ୍ଧ ଶତାବ୍ଦୀର ସାଂସ୍କୃତିକ ଜୀବନ ଅତିବାହିତ କରିବା ପରେ ବର୍ତ୍ତମାନ ମୁଁ ସମ୍ବଲପୁରରେ ଅବସ୍ଥାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri