Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: ଶିକ୍ଷାବିତ୍‌ ଡ.ଅଭିମନ୍ୟୁ ଜେନା

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ଗାଁରେ ମୋର ଜନ୍ମ। ନାରାୟଣ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏ. ଓ ଓଡ଼ିଆ ଅନର୍ସ ରଖି ବି.ଏ. ପଢିଥିଲି। ତା’ପରେ ବ୍ରହ୍ମପୁର ୟୁନିଭର୍ସିଟିରେ ପି.ଜି. କଲି। ପି.ଜି.ରେ ମୁଁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ଏହାପରେ ମୋତେ ଜୟଦେବ କଲେଜ, ଭୁବନେଶ୍ୱରରେ ଓଡ଼ିଆ ଅଧ୍ୟାପକ ଭାବେ କାମ କରିବାର ସୁଯୋଗ ମିଳିଥିଲା। ହେଲେ ଅଳ୍ପ କିଛିଦିନ ପରେ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ସେଠାରୁ ଚାକିରି ଛାଡି ନିଜ ଅଞ୍ଚଳରେ ଏକ କଲେଜ କରିବାକୁ ନିଷ୍ପତ୍ତି ନେଇଥିଲି। କାରଣ ଆମ ଅଞ୍ଚଳରେ ସେତେବେଳେ ଉଚ୍ଚଶିକ୍ଷା ପାଇଁ କୌଣସି କଲେଜ ନ ଥିଲା। ଯେଉଁମାନେ କଲେଜରେ ପଢ଼ିବାକୁ ଚାହୁଁଥିଲେ ସେମାନଙ୍କୁ ବହୁ କଷ୍ଟରେ ଚିଲିକା ପାର୍‌ ହୋଇ ଯିବାକୁ ପଡୁଥିଲା। ତେଣୁ ଏ ସମସ୍ୟାର ସମାଧାନ କରିବା ପାଇଁ ଗାଁ ଲୋକଙ୍କ ସହାୟତାରେ କୃଷ୍ଣପ୍ରସାଦ ବ୍ଲକରେ ରୁକ୍ମିଣୀ ଦେବୀ ଚିଲିକା ମହାବିଦ୍ୟାଳୟ ଗଢ଼ି ଉଠିଲା, ଯାହାର ଅଧ୍ୟକ୍ଷ ଦାୟିତ୍ୱ ମୁଁ ସମ୍ଭାଳିଥିଲି। ଏହିଠାରୁ ମୋତେ ପ୍ରଥମ ମାସ ୫୦୦ ଟଙ୍କା ପାରିଶ୍ରମିକ ମିଳିଥିଲା, ଯାହା ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟି ପାଇବା ପରେ ଖୁସିରେ ମା’ ହାତରେ ନେଇ ଦେଇଥିଲି। ପ୍ରାୟ ୧୭ ବର୍ଷ ଏହି କଲେଜରେ ଅଧ୍ୟକ୍ଷ ପଦବୀରେ ରହିବା ପରେ ଗ୍ରାମ୍ୟ ବିବାଦକୁ ନେଇ ପରିଚାଳନା କମିଟିରେ ସମସ୍ୟା ଦେଖାଦେବାରୁ ଅସନ୍ତୋଷ ପ୍ରକାଶ କରି ମୁଁ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲି। ଅବଶ୍ୟ ତା’ ଭିତରେ ମୁଁ ‘ଯୁଗ ଯନ୍ତ୍ରଣାର ଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ରଥ ଏବଂ ତାଙ୍କ ନାଟକରେ ଜୀବନ ଚେତନା’ ନାମକ ବିଷୟ ଉପରେ ଥେସିସ୍‌ ଲେଖି ପିଏଚ୍‌.ଡି ଡିଗ୍ରୀ ହାସଲ କରିସାରିଥିଲି। ଚାକିରି ଛାଡିବା ପରେ ଭୁବନେଶ୍ୱରସ୍ଥ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଡେପୁଟି ଡାଇରେକ୍ଟର ଭାବେ କିଛିଦିନ କାମ କରିବା ପରେ ପୁଣି ଚାକିରି ଛାଡି ବ୍ରହ୍ମପୁରରେ ନିଜର ଏକ ଘରୋଇ ଶିକ୍ଷାନୁଷ୍ଠାନ ଗଢିଲି, ଯେଉଁଠାରେ ଯୁକ୍ତ ଦୁଇ, ଯୁକ୍ତ ତିନି ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଗ୍ରହଣ ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ ଅଛି। ତେବେ ମୁଁ ଏହି ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ରହିବା ସଙ୍ଗେ ସଙ୍ଗେ ୟା’ଭିତରେ ଅନେକ ନାଟକ, ଯାତ୍ରା, ସମାଲୋଚନା ଭିତ୍ତିକ ଲେଖା ବି ଲେଖିସାରିଲିଣି। ଏକାଦଶ ଶ୍ରେଣୀରେ ପଢିଲା ବେଳୁ ଲେଖାଲେଖିର ଧାରା ମୋର ଆରମ୍ଭ ହୋଇଥିଲା। ‘ଝଡ଼ର ପରିଧି’ ଥିଲା ମୋ ଲିଖିତ ପ୍ରଥମ ନାଟକ। ପୂର୍ଣ୍ଣାହୁତି, ଧବଳ ପିକ, ମନ ଓ ମନନ, ବରଂ ନିବାସ ଭଲ ରଣ କ୍ଷେତ୍ରରେ, ଅସମର୍ଥ ସିଦ୍ଧାର୍ଥମାନେ ଇତ୍ୟାଦି ହେଉଛି ମୋର ଅନ୍ୟ କେତେକ ପ୍ରମୁଖ ନାଟକ। ସେହିପରି ଶୁଖିଲା ନଈର ଝାଉଁଳା କଇଁ, ଆଦର୍ଶର ପୂଜା ଫାଶୀଖୁଣ୍ଟରେ, ମୋ ଠିକଣା ମୋତେ ଅଜଣା ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ଯାତ୍ରା ନାଟକ, ଯାହା ବିଭିନ୍ନ ମଞ୍ଚରେ ପରିବେଷିତ ହୋଇ ଦର୍ଶକଙ୍କର ପ୍ରଶଂସା ସାଉଁଟି ସାରିଛି। ତା’ଛଡ଼ା ‘ମା’ କାଳିଜାଈ’ ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଓ ‘ଆଇ ମିସ୍‌ ୟୁ’ନାମକ ଏକ ଟେଲି ଫିଲ୍ମର କାହାଣୀ ଲେଖିବା ସହ ତା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା ବି ମୁଁ କରିଛି। ଏସବୁ ବ୍ୟତୀତ ଝଡ଼ର ପରିଧି, ଧୂପଛାୟା, ବିଜ୍ଞାନ ଯୁଗରେ ସାହିତ୍ୟର ଭୂମିକା, ନିତ୍ୟ ସୁଖ ପାଇଁ ନୀତି ବିଜ୍ଞାନ, ମନ ନିୟନ୍ତ୍ରଣ ଓ ଚାପ ମୁକ୍ତିର ଉପାୟ ନିରୂପଣ, ବିଦ୍ୟାର୍ଥୀଙ୍କ ସମସ୍ୟା ଓ ତା’ର ସମାଧାନ, ଅର୍ଦ୍ଧ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ କବି ମାୟାଧର ମାନସିଂହ, ଚିଲିକା ଓ ଶ୍ରୀଜଗନ୍ନାଥ ଇତ୍ୟାଦି ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଛି। ଆଉ ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ତରୁଣ ନାଟ୍ୟକାର, ନାଟ୍ୟ ଭୂଷଣ, ନାଟ୍ୟ ମୁନି ଭରତ, ମାନସିଂହ ସମ୍ମାନ ଆଦି ବି ମିଳିସାରିଛି। ଭଗବାନଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ଚାଲୁ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri