Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ

ସୁନ୍ଦରଗଡ଼ର ଦଲ୍‌ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍‌.ଏ ଓ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଇଥିଲି। ୫୨୫ ଟଙ୍କା ଥିଲା ମୋର ପ୍ରଥମ ଦରମା। ଦରମାଟିକୁ ଆଣି ମୋ ଆଦରର ମା’ ହାତରେ ଦେଇଥିଲି। ସେଦିନ ମା’ ବହୁତ ଖୁସି ହେବା ସହିତ ମୋ ମୁଣ୍ଡକୁ ଆଉଁସି ମୋତେ ଖୁବ୍‌ ଆଶୀର୍ବାଦ କରିଥିଲା। ଆଉ ତାରି ଆଶୀର୍ବାଦ ପାଇ ସମାଜରେ ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ଗଢ଼ିବା ସହ ଖୁବ୍‌ ଶାନ୍ତିରେ ଅଛି। ଅବଶ୍ୟ ୟା’ଭିତରେ ମୋତେ ଅନେକ ଭଲ ଭଲ ସ୍ଥାନରୁ ଚାକିରି ଅଫର୍‌ ମିଳିଛି, କିନ୍ତୁ ସରଗିପାଲି ମହାବିଦ୍ୟାଳୟରୁ ମୁଁ ଯେହେତୁ ମୋର କ୍ୟାରିୟର ଆରମ୍ଭ କରିଥିଲି ତେଣୁ ତାକୁ ଛାଡ଼ି ଅନ୍ୟତ୍ର ଯାଇ ଅଧ୍ୟାପନା କରିବାକୁ ଉଚିତ ମଣିନି, ଯଦ୍ଦ୍ବାରା ଏବେ ବି ସେହି ମହାବିଦ୍ୟାଳୟରେ ମୁଁ ଅଧ୍ୟାପନା କରୁଅଛି। ତା’ସହିତ ‘କାବ୍ୟଶିଳ୍ପୀ ରମାକାନ୍ତ ରଥ: ଏକ ଅଧ୍ୟୟନ’ ବିଷୟ ଉପରେ ରିସର୍ଚ୍ଚ କରି ୨୦୧୩ରେ ମୁଁ ପିଏଚ୍‌.ଡି ଡିଗ୍ରୀ ହାସଲ କରିସାରିଛି। ଏହାଛଡ଼ା ନିଜସ୍ବ ଚେଷ୍ଟା ବଳରେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌ କିଛିପାଦ ଆଗେଇ ପାରିଛି। ଏମ୍‌ଏ ପଢ଼ିବା ସମୟରେ କବିତା ଓ ପ୍ରବନ୍ଧ ଲେଖୁଥିଲି। ସେବେଠାରୁ ଏହି ଲେଖାଲେଖିର ଧାରା ମୋର ସେମିତି ଚାଲିଛି। ୟା’ଭିତରେ ୧୯ଟି ପ୍ରବନ୍ଧ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତନ୍ମଧ୍ୟରୁ ‘ଆଧୁନିକ ଓଡ଼ିଆ କାବ୍ୟ କବିତା: ପ୍ରତିଟି ଓ ପ୍ରତ୍ୟୟ’, ‘ଆଧୁନିକ ଓଡ଼ିଆ କାବ୍ୟଧାରା: ଜୀବନ ଓ ସୃଜନ’, ‘ସାହିତ୍ୟର ପାରାବାର’, ‘ସାହିତ୍ୟ ସ୍ରୋତ’, ‘ଆଧୁନିକ ଓଡ଼ିଆ କାବ୍ୟ ଓ କବିତାର ଧରା ଏବଂ ଧାରା’, ‘ଯୁଗ ଚେତନାର କବି ବିନୋଦ ଚନ୍ଦ୍ର ନାୟକ’, ‘କବିତାର ଦୃଷ୍ଟି ଓ ଦିଗନ୍ତ: କବି ସୌଭାଗ୍ୟବନ୍ତ’ ଇତ୍ୟାଦି ପ୍ରବନ୍ଧ ପୁସ୍ତକ ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ବି ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଏହି ଲେଖାଲେଖି ପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ବହୁ ସମ୍ବର୍ଦ୍ଧନା ଓ ପୁରସ୍କାର ବି ମିଳିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ମୁଁ ଜଣେ ପୂର୍ବତନ ସଦସ୍ୟ ଆଉ ଏବେ କଟକର ଓଡ଼ିଶା ଗବେଷଣା ପରିଷଦ, ରାଉରକେଲାର ପ୍ରଗତି ଉତ୍କଳ ସଂଘ, ସୁନ୍ଦରଗଡ଼ର ଜିଲା ଲେଖକ ସାମ୍ମୁଖ୍ୟ ପରି ଅନେକ ସାହିତ୍ୟାନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଉଅଛି। ଉଭୟ ଅଧ୍ୟାପନା ଓ ଲେଖାଲେଖିରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଛି ଆଉ ଭଗବାନଙ୍କ କୃପାରୁ ଏହି ଧାରା ମୋର ସେମିତି ଜାରି ରହୁ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri