Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ ରଣପୁରଗଡ଼ ଦାଣ୍ଡସାହିର କାଶୀନାଥ ମହାପାତ୍ର ଓ କୁନ୍ତଳାଦେବୀଙ୍କର ପୋଷ୍ୟପୁତ୍ର ହୋଇ ଆସିଥିଲି। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ଏବଂ ହିନ୍ଦୀରେ ପ୍ରବୀଣ ପାସ୍‌ କରିବା ପରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟର୍‌ ‘ଏ’ ଗ୍ରୁପ୍‌ରେ ଯୋଗଦେଇଥିଲି। ସ୍କୁଲ୍‌ ଡ୍ରାମାରେ ଅଭିନୟ କରିଥିବାରୁ ସେହି କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ମନସ୍ଥ କରି ନେଇଥିଲି। ଥିଏଟର୍‌ ତରଫରୁ ପ୍ରଥମେ ମୋତେ ‘ସେତୁବନ୍ଧ’ ଓ ‘ସନ୍ତାନ’ ନାମକ ଦୁଇଟି ନାଟକରେ ଅଭିନୟ କରିବାର ସୁଯୋଗ ଦିଆଯାଇଥିଲା। ହେଲେ ସେହି ସମୟରେ ଗାନ୍ଧୀ ଶତବାର୍ଷିକୀ ଉତ୍ସବ ପାଳନ କରାଯାଉଥିବାରୁ ଏହି ନାଟକ ଦୁଇଟି ଅନ୍ନପୂର୍ଣ୍ଣା ଥିଏଟର୍‌ ମଞ୍ଚରେ ପରିବେଷିତ ନ ହୋଇ ଭ୍ରାମ୍ୟମାଣ ଥିଏଟର୍‌ ଭାବେ ବିଭିନ୍ନ ସ୍ଥାନରେ ପରିବେଷିତ ହୋଇଥିଲା। ଏଥିପାଇଁ ମୋତେ ୫୦ ଟଙ୍କା ପାରିଶ୍ରମିକ ସହ ଖାଇବାକୁ ଟିଫିନ୍‌ ବି ଦିଆଯାଇଥିଲା। ଏହି ଟଙ୍କାଟି ପାଇଲା ପରେ ଖୁସିରେ ମୋ ଆଖିରେ ଲୁହ ଆସିଯାଇଥିଲା। ଟଙ୍କାଟିକୁ ନେଇ ବୋଉ ହାତରେ ଦେଇଥିଲି, ସେ ବି ସେଦିନ ବହୁତ ଖୁସି ହୋଇଥିଲା। ତା’ପରେ ମୋତେ ଥିଏଟର୍‌ ତରଫରୁ ଅନେକ ନାଟକରେ ଅଭିନୟ କରିବାର ସୁଯୋଗ ମିଳି ଚାଲିଲା। ମୋ ଅଭିନୀତ ନାଟକ ମଧ୍ୟରେ ‘ଲକ୍ଷେ ହୀରା’, ‘ବାଡୁଅ ଝିଅ’, ‘ନରୋତ୍ତମ ଦାସ କହେ’, ‘ସ୍ବର୍ଣ୍ଣଚମ୍ପା’, ‘ଅସତ୍ୟ ସହର’ ଇତ୍ୟାଦି ଥିଲା ଅନ୍ୟତମ। ଖାସ୍‌ କରି ‘ଲକ୍ଷେ ହୀରା’ ନାଟକର ବିଷ୍ଣୁଦାସ ଚରିତ୍ରଟି ମୋତେ ଦର୍ଶକ ଗହଣରେ ବେଶ୍‌ ପରିଚିତି ଦେଇଥିଲା। ହେଲେ ଦୁର୍ଭାଗ୍ୟ ଥିଏଟର୍‌ ସହ ଜଡିତ ହେବାର ମାତ୍ର କିଛି ବର୍ଷ ପରେ ଏହା ବନ୍ଦ ହୋଇଯିବାରୁ ପୁଣି ମୋତେ ଗାଁକୁ ଫେରିବାକୁ ପଡିଲା। ବେଶ୍‌ କିଛିଦିନ ଗାଁ ଗହଳିରେ ହେଉଥିବା ଡ୍ରାମାରେ ଅଭିନୟ କରିବା ପରେ ମାଗୁଣି ଗୁମାନସିଂହ ମଧ୍ୟ ଇଂରଜୀ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ୧୯୭୨ ମସିହାରେ ମୁଁ ଯୋଗ ଦେଇଥିଲି। ଯେହେତୁ ମୁଁ ନିଜେ ସ୍କୁଲ୍‌ରେ ପଢିଲାବେଳେ ୩ବର୍ଷ ଏନ୍‌ସିସି ସର୍ଜେଣ୍ଟ ଥିଲି ଆଉ ଭଲ ହାର୍‌ମୋନିୟମ୍‌ ବଜାଇ ଗୀତ ଗାଇବା ସହ ଭଲ ଡ୍ରଇଂ କରିପାରୁଥିଲି ତେଣୁ ଏହି ସ୍କୁଲ୍‌ରେ ଯୋଗ ଦେବାପରେ ଛାତ୍ରୀଛାତ୍ରଙ୍କୁ ହିନ୍ଦୀ ଶିକ୍ଷା ଦେବା ସହ ଏ ସମସ୍ତ ବିଷୟବସ୍ତୁ ଉପରେ ବି ଶିକ୍ଷାଦାନ ଦେଉଥିଲି। ପ୍ରାୟ ୫/୬ ବର୍ଷ ଏହି ସ୍କୁଲ୍‌ରେ ଶିକ୍ଷକତା କରିବା ପରେ କ୍ଲରିକାଲ୍‌ ପୋଷ୍ଟରେ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହେଲି ଆଉ ରଣପୁର ତହସିଲ୍‌ରେ ଜୁନିୟର୍‌ କ୍ଲର୍କ ଭାବେ ଯୋଗଦେଇଥିଲି। ଏଠି ପ୍ରାୟ ୮ବର୍ଷ ରହିବା ପରେ ପଦୋନ୍ନତି ପାଇ ରଣପୁର ବ୍ଲକ୍‌କୁ ସିନିୟର୍‌ କ୍ଲର୍କ ହୋଇ ଯାଇଥିଲି। ଏହାପରେ ଆଇସିଡିଏସ୍‌ରେ ବି କିଛିଦିନ ସିନିୟର୍‌ କ୍ଲର୍କ ଭାବେ କାମ କରିବା ପରେ ପୁଣି ମୋର ପଦୋନ୍ନତି ହୋଇଥିଲା। ଆଉ ମୁଁ ନୟାଗଡ଼ ରେଭିନ୍ୟୁ ସେକ୍ସନରେ ହେଡ୍‌ କ୍ଲର୍କ ଭାବେ ଯୋଗ ଦେଇଥିଲି। ତା’ପରେ ନୟାଗଡ଼ ଡିଷ୍ଟ୍ରିକ୍ଟ ସୋସିଆଲ୍‌ ଓ୍ବେଲ୍‌ଫେୟାର୍‌ ଅଫିସ୍‌, ନୟାଗଡ଼ ସିଭିଲ୍‌ ସପ୍ଲାଏ ଏବଂ ରଣପୁର ତହସିଲ୍‌ରେ ହେଡ୍‌ କ୍ଲର୍କ ଭାବେ କିଛିକିଛି ଦିନ କାମ କରି ଶେଷରେ ୨୦୦୮ରେ ଚାକିରିରୁ ଅବସର ନେଇଥିଲି। ଚାକିରି ଜୀବନ ସହିତ ତାଳଦେଇ ଅନେକ ମଞ୍ଚ ନାଟକରେ ଅଭିନୟ କରିବା ସହ ମଞ୍ଚ ନାଟକ ତଥା ଅପେରା ନାଟକରେ ନିର୍ଦ୍ଦେଶନା ବି ଦେଇଛି। ତା’ସହିତ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବହୁ ଭଜନ ସମାରୋହରେ ସଙ୍ଗୀତ ପରିବେଷଣ ବି କରିଛି। ସେହିପରି ‘ମୁଁ ଜରା କହୁଛି’,‘ବୈଦେହୀ ବିଳାପ’ ଓ ‘ରଣପୁର ସୌରଭ’ ନାମକ ତିନୋଟି ଖଣ୍ଡକାବ୍ୟ ଏବଂ ଅନେକ ଗୀତିନାଟ୍ୟ ଓ ନୃତ୍ୟନାଟିକା ବି ଲେଖିଛି। ତା’ଛଡ଼ା ମଣିନାଗ, ଖିଲାମୁଣ୍ଡା ନାମକ ଦୁଇଟି ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ କରିଛି। ଏତଦ୍‌ବ୍ୟତୀତ ଆଜକୁ ପ୍ରାୟ ୨୭ ବର୍ଷ ହେବ ‘ସଙ୍ଗୀତ କଳା ବିଦ୍ୟା ନିକେତନ’ ନାମରେ ଏକ ଅନୁଷ୍ଠାନ ଗଢି ପିଲାମାନଙ୍କୁ ଗୀତ ଶିକ୍ଷା ଦେଇଆସୁଛି। ଆଉ ଏ ସମସ୍ତ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri