Posted inଖେଳ

ପ୍ରଥମ ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼

ବିଶାଖାପାଟଣା,୩।୧୦(ପି.ଟି.)- ଓପନର ରୋହିତ ଶର୍ମାଙ୍କ ଶତକ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ପରେ ସ୍ପିନରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସ୍ଥିତ ଦୃଢ଼ କରିଛନ୍ତି। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଇନିଂସରେ ୧୩୬ ଓଭରରେ ୭ ଉଇକେଟ ହରାଇ ୫୦୨ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରକା ପ୍ରଥମ ଇନିଂସ ଆରମ୍ଭ କରି ଭାରତୀୟ ସ୍ପିନରଙ୍କ ସମ୍ମୁଖୀନ ହୋଇ ନ ପାରି ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଛି। ଗୁରୁବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଉଇକେଟ ହରାଇ ମାତ୍ର ୩୯ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ହାତରରେ ରଖି ଏବେ ୪୬୩ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଡିନ୍‌ ଏଲଗାର ୨୭ ଓ ଟେମ୍ବା ବଭୁମା ୨ ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ତେବେ ୫ ରନ କରିଥିବା ବେଳେ ଏଡେନ ମାରକ୍ରାମ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଥେଉନିସ୍‌ ଡି ବ୍ରୁଇନ୍‌ ୪ ରନ କରିଥିବା ବେଳେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ୍‌ ଦେଇ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷ ଉଇକେଟ ଭାବେ ଡେନ୍‌ ପିଟ୍‌ ପ୍ୟାଭିଲିୟନ ଫେରିଥିଲେ। ଖାତା ଖେଳିବା ପୂର୍ବରୁ ସେ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଅଶ୍ୱିନ ୨ ଓ ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୨/୦ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୧୫ରୁ ଖେଳ ଆରମ୍ଭ କରି ୧୭୬ ରନର ବୃହତ୍‌ ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ୨୪୪ଟି ବଲର ସମ୍ମୁଖୀନ ହୋଇ ୨୩ ଚୌକା ଓ ୬ ଛକା ମାରିଥିଲେ। ବାମହାତୀ ସ୍ପିନର କେଶବ ମହାରାଜଙ୍କ ବଲ୍‌ ଭ୍ରମଣକାରୀ ଦଳକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ରୋହିତ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ ଦ୍ୱାର ଷ୍ଟମ୍ପ ଆଉଟ ହୋଇଥିଲେ। ୧୨୫ ରନ କରିଥିବା ରୋହିତ ଜୀବନ ଦାନ ପାଇଥିଲେ। ଫିଲାଣ୍ଡରଙ୍କ ବଲ୍‌ରେ ଡିକକ୍‌ ତାଙ୍କ କ୍ୟାଚ୍‌ ଡ୍ରପ୍‌ କରିଥିଲେ।
ରୋହିତ ଆଉଟ ହେବା ପରେ ମୟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା କିନ୍ତୁ ବିଫଳ ହୋଇଥିଲେ। ମାତ୍ର ୬ ରନ କରିଥିବାବେଳେ ସେ ଭର୍ନ୍ନନ ଫିଲାଣ୍ଡରଙ୍କ ଆଉଟ ସୁଇଂ ବଲ୍‌କୁ ଡିଫେନ୍ସ କରିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ଦେଇ ଷ୍ଟମ୍ପରେ ବାଜିଥିଲା ଓ ସେ ବୋଲ୍ଡ ହୋଇଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ସେଭଳି କିଛି ଖାସ୍‌ କରି ପାରି ନ ଥିଲେ। ସେ ମାତ୍ର ୨୦ ରନ କରି ଜମିଆସୁଥିବା ବେଳେ ସ୍ପିନର ସେନୁରାନ ମୁଥୁସାମିଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ମଧ୍ୟ ସମଦଶା ଭୋଗିଥିଲେ। ସେ ୧୫ ରନ କରିଥିବା ବେଳେ ମହାରାଜଙ୍କ ବଲ୍‌ରେ କଭରରେ ଟେମ୍ବା ବଭୁମାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମୟଙ୍କ ଆଉଟ୍‌ ହୋଇଥିଲେ। ୩୭୧ଟି ବଲର ସମ୍ମୁଖୀନ ହୋଇ ୨୩ଟି ଚୌକା ଓ ୬ ଛକା ସହ ୨୧୫ ରନର ଦ୍ୱିଶତକୀୟ ପାଳି ଖେଳି ସେ ପ୍ୟାଭିଲିୟନ ଫେରିଥିଲେ। ଏଲ୍‌ଗାରଙ୍କ ବଲ୍‌କୁ ଶଟ୍‌ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ସେ ଡିପ୍‌ ମିଡ୍‌ ଉଇକେଟରେ ଡେନ୍‌ ପିଟ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। କ୍ୟାରିୟରର ପଞ୍ଚମ ଟେଷ୍ଟରେ ମୟଙ୍କ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ଦ୍ୱିଶତକୀୟ ଇନିଂସ ଐତିହାସିକ ଥିଲା। ଏହାପରେ ତାରକା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୧୦ ରନ କରିଥିବା ବେଳେ ମହରାଜଙ୍କ ବଲ୍‌ରେ ଏଲଗାରଙ୍କୁ କ୍ୟାଚ୍‌ ଦେଇଥିଲେ। ଶେଷରେ ଉଇକେଟକିପର ବ୍ୟାଟ୍ସମ୍ୟାନ ୨୧ ରନ କରି ପିଟ୍‌ଙ୍କ ମୁଥୁସାମିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିବା ପରେ ଭାରତ ଇନିଂସ ଘୋଷଣା କରିଥିଲା। ଅଶ୍ୱିନ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ମହାରାଜ ସର୍ବାଧିକ ୩, ଫିଲାଣ୍ଡର, ପିଟ୍‌, ମୁଥୁସାମି ଓ ଏଲଗାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୩୬ ଓଭରରେ ୫୦୨/୭ରେ ଇନିଂସ ଘୋଷଣା
(ମୟଙ୍କ- ୨୧୫, ରୋହିତ- ୧୭୬, ମହରାଜ- ୩/୧୮୯ )।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୦ ଓଭରରେ ୩୯/୩
(ଏଲଗାର- ୨୭*, ଅଶ୍ୱିନ- ୨/୯, ଜାଡେଜା- ୧/୨୧ )।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri