Posted inଖେଳ

ପ୍ରଥମ ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼

ବିଶାଖାପାଟଣା,୩।୧୦(ପି.ଟି.)- ଓପନର ରୋହିତ ଶର୍ମାଙ୍କ ଶତକ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ପରେ ସ୍ପିନରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସ୍ଥିତ ଦୃଢ଼ କରିଛନ୍ତି। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଇନିଂସରେ ୧୩୬ ଓଭରରେ ୭ ଉଇକେଟ ହରାଇ ୫୦୨ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରକା ପ୍ରଥମ ଇନିଂସ ଆରମ୍ଭ କରି ଭାରତୀୟ ସ୍ପିନରଙ୍କ ସମ୍ମୁଖୀନ ହୋଇ ନ ପାରି ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଛି। ଗୁରୁବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଉଇକେଟ ହରାଇ ମାତ୍ର ୩୯ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ହାତରରେ ରଖି ଏବେ ୪୬୩ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଡିନ୍‌ ଏଲଗାର ୨୭ ଓ ଟେମ୍ବା ବଭୁମା ୨ ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ତେବେ ୫ ରନ କରିଥିବା ବେଳେ ଏଡେନ ମାରକ୍ରାମ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଥେଉନିସ୍‌ ଡି ବ୍ରୁଇନ୍‌ ୪ ରନ କରିଥିବା ବେଳେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ୍‌ ଦେଇ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷ ଉଇକେଟ ଭାବେ ଡେନ୍‌ ପିଟ୍‌ ପ୍ୟାଭିଲିୟନ ଫେରିଥିଲେ। ଖାତା ଖେଳିବା ପୂର୍ବରୁ ସେ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଅଶ୍ୱିନ ୨ ଓ ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୨/୦ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୧୫ରୁ ଖେଳ ଆରମ୍ଭ କରି ୧୭୬ ରନର ବୃହତ୍‌ ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ୨୪୪ଟି ବଲର ସମ୍ମୁଖୀନ ହୋଇ ୨୩ ଚୌକା ଓ ୬ ଛକା ମାରିଥିଲେ। ବାମହାତୀ ସ୍ପିନର କେଶବ ମହାରାଜଙ୍କ ବଲ୍‌ ଭ୍ରମଣକାରୀ ଦଳକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ରୋହିତ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ ଦ୍ୱାର ଷ୍ଟମ୍ପ ଆଉଟ ହୋଇଥିଲେ। ୧୨୫ ରନ କରିଥିବା ରୋହିତ ଜୀବନ ଦାନ ପାଇଥିଲେ। ଫିଲାଣ୍ଡରଙ୍କ ବଲ୍‌ରେ ଡିକକ୍‌ ତାଙ୍କ କ୍ୟାଚ୍‌ ଡ୍ରପ୍‌ କରିଥିଲେ।
ରୋହିତ ଆଉଟ ହେବା ପରେ ମୟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା କିନ୍ତୁ ବିଫଳ ହୋଇଥିଲେ। ମାତ୍ର ୬ ରନ କରିଥିବାବେଳେ ସେ ଭର୍ନ୍ନନ ଫିଲାଣ୍ଡରଙ୍କ ଆଉଟ ସୁଇଂ ବଲ୍‌କୁ ଡିଫେନ୍ସ କରିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ଦେଇ ଷ୍ଟମ୍ପରେ ବାଜିଥିଲା ଓ ସେ ବୋଲ୍ଡ ହୋଇଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ସେଭଳି କିଛି ଖାସ୍‌ କରି ପାରି ନ ଥିଲେ। ସେ ମାତ୍ର ୨୦ ରନ କରି ଜମିଆସୁଥିବା ବେଳେ ସ୍ପିନର ସେନୁରାନ ମୁଥୁସାମିଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ମଧ୍ୟ ସମଦଶା ଭୋଗିଥିଲେ। ସେ ୧୫ ରନ କରିଥିବା ବେଳେ ମହାରାଜଙ୍କ ବଲ୍‌ରେ କଭରରେ ଟେମ୍ବା ବଭୁମାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମୟଙ୍କ ଆଉଟ୍‌ ହୋଇଥିଲେ। ୩୭୧ଟି ବଲର ସମ୍ମୁଖୀନ ହୋଇ ୨୩ଟି ଚୌକା ଓ ୬ ଛକା ସହ ୨୧୫ ରନର ଦ୍ୱିଶତକୀୟ ପାଳି ଖେଳି ସେ ପ୍ୟାଭିଲିୟନ ଫେରିଥିଲେ। ଏଲ୍‌ଗାରଙ୍କ ବଲ୍‌କୁ ଶଟ୍‌ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ସେ ଡିପ୍‌ ମିଡ୍‌ ଉଇକେଟରେ ଡେନ୍‌ ପିଟ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। କ୍ୟାରିୟରର ପଞ୍ଚମ ଟେଷ୍ଟରେ ମୟଙ୍କ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ଦ୍ୱିଶତକୀୟ ଇନିଂସ ଐତିହାସିକ ଥିଲା। ଏହାପରେ ତାରକା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୧୦ ରନ କରିଥିବା ବେଳେ ମହରାଜଙ୍କ ବଲ୍‌ରେ ଏଲଗାରଙ୍କୁ କ୍ୟାଚ୍‌ ଦେଇଥିଲେ। ଶେଷରେ ଉଇକେଟକିପର ବ୍ୟାଟ୍ସମ୍ୟାନ ୨୧ ରନ କରି ପିଟ୍‌ଙ୍କ ମୁଥୁସାମିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିବା ପରେ ଭାରତ ଇନିଂସ ଘୋଷଣା କରିଥିଲା। ଅଶ୍ୱିନ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ମହାରାଜ ସର୍ବାଧିକ ୩, ଫିଲାଣ୍ଡର, ପିଟ୍‌, ମୁଥୁସାମି ଓ ଏଲଗାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୩୬ ଓଭରରେ ୫୦୨/୭ରେ ଇନିଂସ ଘୋଷଣା
(ମୟଙ୍କ- ୨୧୫, ରୋହିତ- ୧୭୬, ମହରାଜ- ୩/୧୮୯ )।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୦ ଓଭରରେ ୩୯/୩
(ଏଲଗାର- ୨୭*, ଅଶ୍ୱିନ- ୨/୯, ଜାଡେଜା- ୧/୨୧ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri