ପ୍ରଥମ କେସ୍‌ ଜିତିଲେ ସୀମା କୁଶଓ୍ବାହ: ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ‘ନିର୍ଭୟା ନାୟିକା’

ନୂଆଦିଲ୍ଲୀ: ନିର୍ଭୟା ବଳାତ୍କାର ଘଟଣାରେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏବେ ଚର୍ଚ୍ଚାରେ ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ବାହ। ୨୦୧୨ର ଏହି ଘଟଣା ପରଠାରୁ ସେ ମାମଲାରେ ନିଜକୁ ଯୋଡିଥିଲେ। ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ୍‌ ଆଦି ବିଭିନ୍ନ ସ୍ଥାନରେ ନିର୍ଭୟାଙ୍କୁ ନ୍ୟାୟ ଦାବିରେ ହେଉଥିବା ବିକ୍ଷୋଭରେ ସେ ନିଜକୁ ସାମିଲ କରିଥିଲେ। କିନ୍ତୁ ପରେ ସେ ନିଜେ ଏହି କେସ୍‌ ଲଢିବାକୁ ଚାହିଁଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ କେସ୍‌ ବୋଲି କୁହାଯାଉଛି। ସାଢେ ୭ ବର୍ଷ ମଧ୍ୟରେ ସେ ବିନା ପାରିଶ୍ରମିକରେ କେସ୍‌ ଲଢିବା ସହ ନିର୍ଭୟା ଘଟଣାର ନାୟିକା ହୋଇ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଛନ୍ତି।
ଦିଲ୍ଲୀ ୟୁନିଭର୍ସିଟିରେ ସୀମା ଆଇନ ପଢିଥିଲେ। ପ୍ରଥମରୁ ସେ ଆଇଏଏସ୍‌ ହେବାକୁ ଚାହୁଁଥିବା ନେଇ ଏକ ସାକ୍ଷାତକାରରେ କହିଥିଲେ। ପରବର୍ତ୍ତୀ ସମୟରେ ଓକିଲାତି ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ୨୦୧୨ରେ ସେ ଟ୍ରେନିଂ ନେଉଥିବା ସମୟରେ ନିର୍ଭୟା ଘଟଣା ତାଙ୍କୁ ବ୍ୟଥିତ କରିଥିଲା। ପୀଡିତାଙ୍କୁ ନ୍ୟାୟ ଦେବାକୁ ସେ ବିକ୍ଷୋଭ, ଆନ୍ଦୋଳନରେ ସାମିଲ ହୋଇଥିଲେ। ହେଲେ ଏଥିରେ ତାଙ୍କ ମନ ମାନି ନ ଥିଲା। ଶେଷରେ ନିଜେ ଏହି ମାମଲା ଲଢିବାକୁ ଆଗେଇ ଆସିଥିଲେ। କେସ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ବୋଲି ସେ କହିଛନ୍ତି। କେବଳ କୋର୍ଟ କଚେରୀରେ ନୁହେଁ ବାହାରେ ମଧ୍ୟ ନିର୍ଭୟାଙ୍କ ପରିବାର ସହ ଛିଡା ହୋଇ ସେମାନଙ୍କୁ ମନୋବଳ ଯୋଗାଇଥିଲେ। ଦୋଷୀଙ୍କୁ ଫାଶୀ ହେବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ୭ ବର୍ଷ ପରେ ହେଉ ପଛେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି। ଫାଶୀ ପରେ ନିର୍ଭୟାଙ୍କ ମା’ ପ୍ରଥମେ କୁଶଓ୍ବାହାଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri