ପ୍ରତିଷ୍ଠା ହେବ ୫ ନୂଆ ହସ୍ତଶିଳ୍ପ କ୍ଲଷ୍ଟର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ହସ୍ତଶିଳ୍ପ କାରିଗରମାନଙ୍କର ବିକାଶ ସହ ଓଡ଼ିଶା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୫ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡିକ୍ରାଫ୍ଟ କ୍ଲଷ୍ଟର୍‌। ଚଳିତବର୍ଷ ନୂତନ ଭାବେ ଲାଗୁ ହୋଇଥିବା ହସ୍ତଶିଳ୍ପ ପଲିସି-୨୦୧୯ ଅଧୀନରେ ହସ୍ତଶିଳ୍ପ କ୍ଲଷ୍ଟର୍‌ର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଶେଷକରି ନୟାଗଡ଼, ବାରିପଦା ଓ କେନ୍ଦୁଝର ଭଳି ଜିଲା, ଯେଉଁଠାରେ ହସ୍ତଶିଳ୍ପୀ ଏବଂ ହସ୍ତଶିଳ୍ପ ଉପରେ ନିର୍ଭରକରି ଚଳୁଥିବା ପରିବାର ସଂଖ୍ୟା ଅଧିକ ଥିବାରୁ ତାହାକୁ ନେଇ କ୍ଲଷ୍ଟର ବିକାଶ କରାଯିବ। ଏହାସହ ହସ୍ତଶିଳ୍ପର ପ୍ୟାକେଜିଂ ଓ ଟ୍ରେନିଂ ପାଇଁ ସ୍ବତନ୍ତ୍ର ଇଣ୍ଡଷ୍ଟ୍ର୍ରିଆଲ୍‌ ୟୁନିଟ୍‌ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଥିବା ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥାହେଲା ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କିଭଳି ହସ୍ତଶିଳ୍ପ ଓ ହସ୍ତତନ୍ତ ଇଣ୍ଡଷ୍ଟ୍ରିରେ ଉପଯୋଗ କରାଯାଇ ଏହାର ବିକାଶ ହୋଇପାରିବ ସେଥିଲାଗି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ୍‌। ହସ୍ତଶିଳ୍ପ-ହସ୍ତତନ୍ତ-ପର୍ଯ୍ୟଟନକୁ ପରସ୍ପର ସହ ଯୋଡ଼ି କ୍ଲଷ୍ଟର ବିକାଶ କରାଯିବା ସହ ମାର୍କେଟିଂ ପାଇଁ ରାଜ୍ୟ ଓ ଦେଶ ବାହାରର ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରାଯିବ ବୋଲି ସୂଚନା ଦେଇଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଯୁଗ୍ମସଚିବ ଅଞ୍ଜନା ପଣ୍ଡା।
ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା, ସୁବର୍ଣ୍ଣପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର ଓ ବାଲେଶ୍ୱର ଭଳି ଜିଲାରେ ରାଜ୍ୟର ସର୍ବାଧିକ ହସ୍ତଶିଳ୍ପୀ ରହିଥାନ୍ତି। ଡୋକ୍ରା, ଟେରାକୋଟା, ଚାନ୍ଦୁଆ, ନଡ଼ିଆକତା କାରିଗରି, ଜନଜାତି ଅଳଙ୍କାର, ଶିଙ୍ଘ କାମ, ପଥର ଓ କାଠ କାରିଗରି, ବାଉଁଶ କଳାକୃତି, ପଟ୍ଟଚିତ୍ର, ଟସର ଚିତ୍ରକଳା, ଝୋଟ ଓ ଜରି କାମ, ଏମ୍ବ୍ରୋଡୋରି, ଗୋଲ୍ଡେନ୍‌ ଗ୍ରାସ୍‌, ଚାନ୍ଦି କାମ, ସବାଇ ଘାସ କଳାକୃତି ଭଳି ୫୦ଟି ସ୍ବୀକୃତପ୍ରାପ୍ତ ହସ୍ତଶିଳ୍ପ ରହିଥିବା ବେଳେ ଏହାଉପରେ ନିର୍ଭର କରି ଲକ୍ଷାଧିକ କାରିଗର ନିଜ ପରିବାର ପୋଷିଥାନ୍ତି। ତେବେ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ହସ୍ତଶିଳ୍ପର ବିକ୍ରିବଟାକୁ ନେଇ ସମସ୍ୟା ଉପୁଜୁଥିବା ବେଳେ ଡିଜାଇନ୍‌ରେ ନୂତନତ୍ୱ ଓ ଅଭିନବତ୍ୱ ଅଭାବରୁ ଏହା ଦେଶ ବିଦେଶ ପର୍ଯ୍ୟଟକ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆହୁରି ୫ ରୁ ୭ଟି ନୂଆ ହସ୍ତଶିଳ୍ପ କ୍ଲଷ୍ଟର୍‌ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଧାନସଭା ଷ୍ଟାଣ୍ଡି କମିଟି ପରାମର୍ଶ ଅନୁଯାୟୀ ବ୍ଲାକ୍‌ ମାର୍ବଲ କଳାକୃତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲାର ଖିଚିଂ ଏବଂ ବେଲ୍‌ ମେଟାଲ ବା ପିତଳ କାମ ପାଇଁ ପ୍ରସିଦ୍ଧ ନୟାଗଡ଼ ଜିଲାର କଣ୍ଟିଲୋରେ କ୍ଲଷ୍ଟର ପ୍ରତିଷ୍ଠା ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁଇଟି କ୍ଲଷ୍ଟର୍‌ ପରେ ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲାର ହଳଧରପୁରରେ ଏକ ଟେରାକୋଟା କ୍ଲଷ୍ଟର ପ୍ରତିଷ୍ଠା ହେବାନେଇ ଯୋଜନା ରହିଛି। ଏହାସହ ଆହୁରି ୩ରୁ ୪ଟି ସ୍ଥାନରେ କ୍ଲଷ୍ଟର ବିକାଶ ପାଇଁ ଯୋଜନା ରହିଥିବା ବେଳେ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ଯେଉଁଠାରେ ୨୦ କିମ୍ବା ୩୦ରୁ ଅଧିକ କାରିଗର ପରିବାର ଥିବେ ସେହି ସ୍ଥାନରେ କ୍ଲଷ୍ଟର ପ୍ରତିଷ୍ଠା ହେବ। ବିଶେଷକରି ଜାତୀୟ ରାଜପଥ ତଥା ମୁଖ୍ୟରାସ୍ତା ନିକଟବର୍ତ୍ତୀ ଅଞ୍ଚଳରେ କ୍ଲଷ୍ଟର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗ ସହ ଏହାକୁ ଯୋଡ଼ାଯିବା ପରେ ପର୍ଯ୍ୟଟକମାନେ ଉକ୍ତ ସ୍ଥାନ ସମ୍ପର୍କରେ ଜାଣିବା ସହ ସେଠାକୁ ଯାଇ ସାମଗ୍ରୀ କିଣିପାରିବେ। କ୍ଲଷ୍ଟର ହେବାଦ୍ୱାରା ଉକ୍ତ ସ୍ଥାନର ଭିତ୍ତିଭୂମି ବିକାଶ ସହ ଯୋଗାଯୋଗ ଓ ବିଦ୍ୟୁତୀକରଣ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାସହ କମ୍ୟୁନିଟି ହଲ୍‌, କାରିଗରଙ୍କ ପାଇଁ ପକ୍କା ଓ୍ବାର୍କସେଡ୍‌ ଏବଂ ଓପନ୍‌ ଏୟାର୍‌ ଥିଏଟର୍‌ ପ୍ରତିଷ୍ଠା କରାଯିବ। ଫଳରେ ପର୍ଯ୍ୟଟକମାନେ କିଣାବିକା ସହ ମୁକ୍ତାକାଶ ମଞ୍ଚରେ ସ୍ଥାନୀୟ ଲୋକକଳା ଓ ଲୋକସଙ୍ଗୀତର ମଜା ନେଇପାରିବେ। ସ୍ଥାନୀୟ ଖାଦ୍ୟ ଖାଇବେ ଓ ସେଠାକାର ଅଞ୍ଚଳ ବୁଲିପାରିବେ। ଏହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସୂକ୍ଷ୍ମ ପଥର କାରିଗରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ଲଳିତଗିରି ଏବଂ ଶୁଖୁଆପଡ଼ା କ୍ଲଷ୍ଟରକୁ ନେଇ ଏକ କ୍ରାଫ୍ଟ ଭିଲେଜ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ହେବାଦ୍ୱାରା ବିଦେଶୀ ପର୍ଯ୍ୟଟକମାନେ ଏହି ବୁଦ୍ଧିଷ୍ଟ ସର୍କିଟ୍‌ ବୁଲିବା ସହ ଓଡ଼ିଶା ହସ୍ତଶିଳ୍ପର ଝଲକ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri