ବ୍ରହ୍ମପୁର ଅଫିସ୍,୨୨ା୬-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉଟ୍ସୋସିର୍ଂ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ପୂରଣ କରି ନ ଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଫେବୃଆରୀ ପ୍ରଥମ ସପ୍ତହାରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ୧୦ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲାପାଳ, ସଂଘ କର୍ମକର୍ତ୍ତା ଏବଂ ପେ।ଲିସର ଉପସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । କିନ୍ତୁ ଦୀର୍ଘ ୩ ମାସ ଅତିକ୍ରମ ହୋଇଯାଇଛି । ହେଲେ ସ୍ବଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ଦାବି ପୂରଣ ହୋଇପାରିନାହିଁ। ଦାବିଗୁଡ଼ିକ ମଧ୍ୟରେ ଆଉଟସେ।ର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସର ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମଚାରୀଙ୍କୁ ଇପିଏଫ, ଇଏସ୍ଆଇ ଠିକ୍ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯେ।ଗ ଯେ।ଗାଇ ଦେବା ଇତ୍ୟାଦି ଦାବି ରହିଥିଲା । ସଂଘର ସାଧାରଣ ପରିଷଦ ବୈଠକ ବରିଷ୍ଠ କର୍ମଚାରୀ ନେତା ସୁରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିର ତୀବ୍ର ସମାଲେ।ଚନା କରିବା ସହ ସ୍ବାସ୍ଥ୍ୟ ବିଭାଗ ଗ୍ରୁପ ଡି କର୍ମଚାରୀଙ୍କ ପ୍ରତି ସାବତ ମାଆ ଭଳି ବ୍ୟବହାର କରୁଥିବାରୁ କର୍ମଚାରୀ ନେତାମାନେ ଅସନ୍ତେ।ଷ ପ୍ରକାଶ କରିଥିଲେ । ଜୁଲାଇ ୧୦ ତାରିଖ ସୁଦ୍ଧା ଉକ୍ତ ଦାବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ପୁଣିଥରେ କାର୍ଯ୍ୟବନ୍ଦ ଆନ୍ଦେ।ଳନ କରାଯିବ ବେ।ଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଂଗଠନ ଉପଦେଷ୍ଟା ରବି ରଥ, ରାଜ୍ୟ ସଂଗଠନ ଉପସଭାପତି ସୁକାନ୍ତ ମୁଖି, ଶାଖା ସମ୍ପାଦକ ଲାଲୁ ମୋହନ ବେହେରା, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ଘନ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଆନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଏଲ.ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…
ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…
ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର
ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…
ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…
Archives

