ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୨୦ଆଦିବାସୀ ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକେ ବାସ କରନ୍ତି। କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗ୍ରାମବାସୀ ଜୀବିକା ନିବାହ କରିଥାନ୍ତି। ମହୁଲପାଲି ଏକ ରାଜସ୍ବ ଗାଁ ହୋଇଥିଲେ ମଧ୍ୟ ଗାଁକୁ ଭଲ ରାସ୍ତାନାହିଁ। ଗାଁ ଚାରିପାଖେ ଘେରି ରହିଛି ଚିରସ୍ରୋତା ଝରଣା। ଭଲ ରାସ୍ତା ନ ଥିବାରୁ ବର୍ଷାଦିନେ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇଥାଏ। ଗାଁରେ ଏକ ସୌରଶକ୍ତି ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିଲ। ହେଲେ ବର୍ଷ ନ ପୁରୁଣୁ ଅଚଳ ହୋଇଗଲା। ଫଳରେ ଗ୍ରାମବାସୀ ଗୋଟିଏ ନଳ କୂଅ ଉପରେ ଭରଷା କରି ଚଳୁଛନ୍ତି । ଅନ୍ୟ ସମୟରେ ଝରଣା ପାଣି ହିଁ ପାନୀୟ ଜଳର ଉତ୍ସ ପାଲଟିଛି। ସେହିପରି ଗାଁରେ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନ ଥିବାରୁ କୁନ ପିଲା୨କି.ମି.ରୁ ଅଧିକ ଦୂର ହେବ କନ୍ଦରାଭଟା ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତ। ବର୍ଷା ଦିନେ ନାଳ ଓ ଝରଣାରେ ଅଧିକ ପାଣି ପ୍ରବାହିତ ହେବା ଯୋଗୁ ପାଠପଢା ପ୍ରାୟ ବନ୍ଦ ରହିଥାଏ। ଗାଁ ଲୋକେ ରୋଗରେ ପଡିଲେ କାନ୍ଧରେ ବୋହି ନାଳ ପାର ହେଲା ପରେ ଆମ୍ବୁଲାନ୍ସ କିମ୍ବା ଗାଡ଼ିରେ ଡାକ୍ତରଖାନ ଯାଇଥାନ୍ତି। ୬ବର୍ଷ ତଳେ ତତ୍କାଳୀନ ପାଟଣାଗଡ଼ ଉପ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମହୁଲପାଲି ଗାଁକୁ ଯାଇ ସେବାସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ରାସ୍ତା ସହ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହି ଯାଇଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ବିଡିଓ ରଶ୍ମି ରଞ୍ଜନ ରାଉତଙ୍କୁ ପଚାରିବାରୁ ସମସ୍ୟା ବୁଝି ତୁରନ୍ତ ରାସ୍ତା ଓ ପୋଲ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେବୁ। ଏଥିସହ ଅନ୍ୟାନ୍ୟ ମୌଳିକ ସୁବିଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri