ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଶିଳ୍ପୀ ଜୀବନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମନ୍ଦିରର ନିର୍ମାଣ କାର୍ଯ୍ୟ କରିବା ସହିତ ଶତାଧିକ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ଯେକୌଣସି ଫଟୋଚିତ୍ରକୁ ଦେଖି ତା’ର ଅବିକଳ ମୂର୍ତ୍ତି ଆଙ୍କିବାରେ ସେ ମଧ୍ୟ ସିଦ୍ଧହସ୍ତ। ଏଭଳି କାରୁକାର୍ଯ୍ୟ ପାଇଁ ବିଭିନ୍ନ ସାରସ୍ବତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆପ୍ରାଣ ଉଦ୍ୟମ ଓ ଅଧ୍ୟବସାୟ ହିଁ ତାଙ୍କୁ ସଫଳତା ଆଣିଦେଇଛି ବୋଲି ରବୀନ୍ଦ୍ର କହିଛନ୍ତି।
ରବୀନ୍ଦ୍ର କହନ୍ତି, ଏକ ଗରିବ ବଢ଼େଇ ପରିବାରରେ ତାଙ୍କର ଜନ୍ମ। ବାପା ଭୈରବ ଓ ମା’ ଦ୍ୱିତୀମଣିଙ୍କର ସେ ବଡ଼ପୁଅ। ମାଟ୍ରିକ ପର୍ଯ୍ୟନ୍ତ ସେ ପାଠ ପଢ଼ିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଅଧିକ ଶିକ୍ଷାଲାଭ କରିପାରିଲେ ନାହିଁ। ଫଳରେ କୌଳିକ ବୃତ୍ତି କାଠ କାମକୁ ଗ୍ରହଣ କରିନେଇ ଦୈନନ୍ଦିନ କାମରେ ଲାଗିପଡ଼ିଲେ। କାଠ କାମ ସହିତ ମୂର୍ତ୍ତି ଗଢ଼ା କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ଥିଲା। ଏଥିପାଇଁ ପ୍ରଥମେ ମାଟିରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥିଲେ। ଜଣେ ସଫଳ ଶିଳ୍ପୀ ହେବା ଲକ୍ଷ୍ୟରେ ସେ ୧୯୮୩ରେ କଟକର ଚୌଦ୍ୱାରଠାରେ ଥିବା ଟ୍ରେନିଂ ସେଣ୍ଟରକୁ ଯାଇ ସେଠାରେ ଦୀର୍ଘ ୧୦ବର୍ଷ ରହି ମୂର୍ତ୍ତି ଶିକ୍ଷା ଲାଭ କରିଥିଲେ। କଟକ ଓ ଏହା ଆଖପାଖ ଅଞ୍ଚଳରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ବେଶ୍‌ ସଫଳତା ମଧ୍ୟ ପାଇଥିଲେ। ପରବର୍ତ୍ତୀ ସମୟରେ ଗଁାକୁ ଫେରି ଆସି ନିଜ ଅଞ୍ଚଳରେ ଏହି ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ କିପରି ଭିତ୍ତିଭୂମି ସୁଦୃଢ଼ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଇଥିଲେ। ବାସୁଦେବପୁର ଅଞ୍ଚଳରେ ବିଭିନ୍ନ ପୂଜାପାର୍ବଣରେ ଦେବଦେବୀଙ୍କ ଆକର୍ଷଣୀୟ ମାଟି ମୂର୍ତ୍ତି ତିଆରି କରି ସମସ୍ତଙ୍କ ନଜରକୁ ଆସିଥିଲେ। ପରେ ବିଭିନ୍ନ ମନ୍ଦିର କାର୍ଯ୍ୟ, ମନ୍ଦିର ସିଂହାସନ ନିର୍ମାଣ, ଦେବଦେବୀଙ୍କ ସିମେଣ୍ଟ ମୂର୍ତ୍ତି ନିର୍ମାଣ କରିବାକୁ ଆରମ୍ଭ କଲେ।
ପ୍ରଥମେ ସେ ୩ ଟଙ୍କା ମଜୁରିରେ କାମ କରିଥିଲାବେଳେ ବର୍ତ୍ତମାନ ତାଙ୍କର ଦୈନନ୍ଦିନ ମଜୁରି ୭ଶହ ଟଙ୍କାରେ ପହଞ୍ଚିଛି। ବର୍ଷରେ ପ୍ରାୟ ୮/୯ ମାସ ବନ୍ଧା କାର୍ଯ୍ୟ ଭାବେ ବିଭିନ୍ନ ସ୍ଥାନରେ କାମ କରିଥାନ୍ତି। ଘରେ ମଧ୍ୟ ଅନ୍ୟ ସମୟରେ ବିଭିନ୍ନ ମୂର୍ତ୍ତି, ନର୍ତ୍ତକୀଙ୍କ ମୂର୍ତ୍ତି ନିର୍ମାଣ କରି ପର୍ବପର୍ବାଣିରେ ବେଶ୍‌ କିଛି ଟଙ୍କା ହାସଲ କରିଥାନ୍ତି। ଦୈନନ୍ଦିନ ୧୦ରୁ ୧୨ ଜଣ ସହକର୍ମୀଙ୍କୁ ମଧ୍ୟ ସେ କାର୍ଯ୍ୟ ଯୋଗାଇଥାନ୍ତି। ଏହି କାମରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ବୋହୂଙ୍କୁ ନେଇ ତାଙ୍କ ପରିବାର। ସ୍ତ୍ରୀ ସାବିତ୍ରୀ ତାଙ୍କୁ ଏ କ୍ଷେତ୍ରରେ ଉତ୍ସାହିତ କରିବା ସହିତ ସହଯୋଗ କରିଥାନ୍ତି। ମୂର୍ତ୍ତି କାରିଗର ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଛି। ତେବେ ଏହି କାମକୁ ପରିବାର ଭିତ୍ତିରେ ବଞ୍ଚାଇ ରଖିବାକୁ ସାନପୁଅ ରାଜେନ୍ଦ୍ରଙ୍କୁ ମଧ୍ୟ ଟ୍ରେନିଂ ଦେଉଥିବା ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri