ପ୍ରତି ସକାଳେ ପତାକା ଉତ୍ତୋଳନ

ବ୍ରହ୍ମପୁର ଅଫିସ୍‌,୧୩ା୮- ତ୍ରିରଙ୍ଗା କେବଳ ଯେ ଆମ ଦେଶର ଜାତୀୟ ପତାକା ତାହା ନୁହଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଏବଂ ଗୌରବର ପ୍ରତୀକ। ଯିଏ, ଯେଉଁଠି, ଯେ କୌଣସି ଅବସ୍ଥାରେ ଥିଲେ ମଧ୍ୟ ଜାତୀୟ ପତାକାକୁ ଦେଖିଲେ ସମ୍ମାନ ଜଣାଇବାକୁ ହାତ ଉଠିଯାଏ। ସାଧାରଣତଃ ଭାରତରେ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ସର୍ବତ୍ର ଜାତୀୟ ପତାକା ଉତ୍ତୋଳନ କରାଯାଏ । କିନ୍ତୁ ବ୍ରହ୍ମପୁର ସହରରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି କେବଳ ସ୍ବତନ୍ତ୍ର ଦିବସରେ ନୁହେଁ, ବରଂ ଦୈନିକ ସକାଳେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଅପରାହ୍ନରେ ପତାକାକୁ ଅବତରଣ କରାଯାଉଛି। ଦିନେ କି ମାସେ ନୁହଁ, ଗତ ଏକ ବର୍ଷ ହେଲା ପତାକା ଉତ୍ତୋଳନ କରୁଛନ୍ତି ବ୍ରହ୍ମପୁର ସହରର କେତେକ ସଚେତନ ଜନସାଧାରଣ ।
ସହର କୋର୍ଟପେଟା ଛକରେ ଦୈନିକ ସକାଳ ୮ଟା ବେଳେ କେତେକ ସହରବାସୀ ଏକାଠି ହୁଅନ୍ତି ।
ଭାରତ ମାତାଙ୍କ ଜୟକାର ଧ୍ୱନି ସହ ଶୃଙ୍ଖଳିତ ଭାବେ ଠିଆ ହୁଅନ୍ତି ।
ଠିକ୍‌ ୮ଟା ବାଜିବା କ୍ଷଣି ହୁଏ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଏଥି ସହ ଗାନ କରାଯାଏ ଜାତୀୟ ସଂଗୀତ । ସମସ୍ତେ ପତାକାକୁ ସାଲୁଟ୍‌ କରନ୍ତି । ପରେ ନିଜ ନିଜ କାର୍ଯ୍ୟ କର୍ମକ୍ଷେତ୍ରକୁ ଚାଲିଯାନ୍ତି ।
ପତାକା ଉତ୍ତୋଳନ ଦାୟିତ୍ୱ ନେଇଥିବା ରାମ କୁମାର ପାତ୍ର କୁହନ୍ତି, ପୂର୍ବରୁ ଜାତୀୟ ପତାକା ଉତ୍ତୋଳନ ନେଇ ଅନେକ କଟକଣା ରହିଥିଲା । କିନ୍ତୁ ଫ୍ଲାଗ୍‌ କୋଡ଼୍‌ରେ ସଂଶୋଧନ ପରଠୁ ସାଧାରଣ ଲୋକେ ମଧ୍ୟ ଚାହିଁଲେ ନିଜ ଘରେ ଏବଂ ଅନୁଷ୍ଠାନରେ ପତାକା ଉତ୍ତୋଳନ କରିପାରିବେ। କୋର୍ଟପେଟା ଛକରେ ଥିବା ଜଗନ୍ନାଥ ମନ୍ଦିରକୁ ମୁଁ ଏବଂ ଅନ୍ୟ କେତେକ ସହରବାସୀ ପ୍ରତ୍ୟହ ସକାଳେ ଦର୍ଶନ ପାଇଁ ଆସୁଥିଲୁ ।
ନିଜ ଭିତରେ ନିଷ୍ପତ୍ତି ନେଲୁ ଜଗନ୍ନାଥ ଦର୍ଶନ ସହ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିବା। ଗତ ବର୍ଷ ସ୍ବାଧୀନତା ଦିବସରେ ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରାଯାଇଥିଲା। ତା’ ପରଠୁ ଦୈନିକ ସକାଳ ୮ଟାରେ ପତାକା ଉତ୍ତୋଳନ କରାଯାଉଛି। ଆଖାପାଖର କେତେକ ବ୍ୟକ୍ତି ଏବଂ ମନ୍ଦିର ପୂଜକମାନେ ମଧ୍ୟ ଏଥିରେ ସାମିଲ୍‌ ହେଉଛନ୍ତି। ପ୍ରାରମ୍ଭରେ ଲୋକଙ୍କ ସଂଖ୍ୟା କମ୍‌ ଥିଲା। ଧୀରେ ଧୀରେ ସଂଖ୍ୟା ବଢ଼ୁଛି। ସକାଳ ସାଢ଼େ ୭ଟାରୁ ସମସ୍ତେ ଏକାଠି ହୋଇଯାଉଛନ୍ତି । ପରିସରକୁ ସଫା କରିବା ପରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରାଯାଉଛି। ତେବେ ଏହି ସମୟରେ ଯଦି କିଏ ରାସ୍ତା ଦେଇ ଯାଉଥି୦ବେ, ତେବେ ସେମାନେ ମଧ୍ୟ ଉତ୍କଣ୍ଠାାର ସହ ପତାକା ଉତ୍ତୋଳନ ଦେଖୁଛନ୍ତି। ଲୋକମାନଙ୍କ ମଧ୍ୟରେ ଏକତା ଏବଂ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ମନ୍ଦିର ପୂଜକ ସନ୍ତୋଷ ମିଶ୍ର ଏବଂ ମହେଶ୍ୱର ପାଣି କୁହନ୍ତି, ପତକା ଉତ୍ତୋଳନଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର ଅବତରଣ । ଅପରାହ୍ନ ଠିକ୍‌ ୫ଟା ବାଜିବା କ୍ଷଣି ପତାକା ଅବତରଣ କରାଯାଉଛି। ଉଭୟ ଉତ୍ତୋଳନ ଏବଂ ଅବତରଣ ସମୟରେ ଜାତୀୟ ପତାକାକୁ ଉଚିତ ସମ୍ମାନ ପ୍ରତି ଧ୍ୟାନ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri