ପ୍ରଜାମଣ୍ଡଳ ଭବନ ପରିସର ପାଣି ଘେରରେ:ଟେଣ୍ଡରଧାରୀ-ପୌର କର୍ତ୍ତୃପକ୍ଷ ଦୋଷ ଠେଲାଠେଲି

ତାଳଚେର,୧୦ା୯(ନି.ପ୍ର.)

ତାଳଚେରର ଗଣପର୍ବ ଗଣେଶ ପୂଜାରେ ଏଥର ବର୍ଷା ବାଧକ ସାଜିଛି। ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ପ୍ରଜାମଣ୍ଡଳ ଭବନ ପରିସର। ବିଭିନ୍ନ ଦୋଳି, ଖେଳ ସାମଗ୍ରୀ, ମିନାବଜାର ଓ ଖାଦ୍ୟ ବଜାର ଥିବାରୁ ଏହା ପୂଜାର ମୁଖ୍ୟ ଆକର୍ଷଣ କେନ୍ଦ୍ର। ଏହାକୁ ଚଳିତବର୍ଷ ୧୧ ଲକ୍ଷ, ୧୧ ହଜାର, ୧୧ ଟଙ୍କାରେ ସ୍ବାଧୀନ ଥମ୍ବଙ୍କୁ ନିଲାମ ଦିଆଯାଇଛି। ହେଲେ ଏଠାରେ ବର୍ଷା ପାଣି ଠିଆ ହୋଇ ରହିଥିଲେ ବି ସମ୍ପୃକ୍ତ ଟେଣ୍ଡରଧାରୀ କିମ୍ବା ପୌର କର୍ତ୍ତୃପକ୍ଷ କେହି ବି ସେଥିପ୍ରତି ଧ୍ୟାନ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଉଭୟ ପକ୍ଷ ପରସ୍ପରକୁ ଦୋଷ ଠେଲୁଥିବା ବେଳେ ପୂଜା ବୁଲିବାକୁ ଆସୁଥିବା ସହରର ହଜାର ହଜାର ଲୋକ ପ୍ରଜାମଣ୍ଡଳ ଭବନ ପରିସରକୁ ପ୍ରବେଶ କରିବାରେ ହନ୍ତସନ୍ତ ହେଉଛନ୍ତି। ଫଳରେ ପୂଜାର ମଜା ଫିକା ପଡ଼ିଯାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଜାମଣ୍ଡଳ ଭବନ ପରିସରରେ ବିଭିନ୍ନ ପ୍ରକାର ଦୋଳି, ଟ୍ରେନ୍‌, ଫାଷ୍ଟଫୁଡ, ଗୁପଚୁପ, ଚାଟ୍‌ ଦୋକାନ ସହିତ ଅନେକ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସବୁଠାରୁ ଅଧିକ ଭିଡ଼ ଏଠାରେ ଲାଗିବା କଥା। ହଜାର ହଜାର ଲୋକ ଏହା ଭିତରକୁ ଯାତାୟାତ କରି ପୂଜାର ମଜା ଉଠାଇବା କଥା। କିନ୍ତୁ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ପାଣି, କାଦୁଅରେ ଭର୍ତ୍ତି ହୋଇଯାଇଛି। ଏଥିଯୋଗୁ ଛୋଟ ପିଲା ଓ ମହିଳାମାନେ ଏହା ମଧ୍ୟକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକେ କାଦୁଅରେ ଖସି ପଡୁଥିବା ଦେଖାଯାଉଛି। ଏହା ଭିତରେ ଠିକ୍‌ ଆଲୋକୀକରଣ ବ୍ୟବସ୍ଥା, ଶୌଚାଳୟ, ପ୍ରତିବର୍ଷ ପରି ଏବର୍ଷ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ଭିତରକୁ ଯିବା ନିମନ୍ତେ ଏକ ଛୋଟ ପ୍ରବେଶ ପଥ ଥିବାବେଳେ ବୁଢିଆଣୀ ଜାଲ ଭଳି ଚାରିଆଡେ ବିଦ୍ୟୁତ୍‌ ତାର ଝୁଲି ରହିଛି। ହେଲେ ପୌର କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ଟେଣ୍ଡରଧାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଦେଖଣାହାରୀମାନେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ଟେଣ୍ଡର ନେଇଥିବା ସ୍ବାଧୀନ ଥମ୍ବ କହିଛନ୍ତି, ପୌର କର୍ତ୍ତୃପକ୍ଷଙ୍କୁ ଅନେକବାର କହିବା ସତ୍ତ୍ୱେ କେହି ଶୁଣୁ ନାହାନ୍ତି। ଅପରପକ୍ଷରେ ପୌର ନିର୍ବାହୀ ଅଧିକାରୀ ଅତସି ପରିଡା କହିଛନ୍ତି, ପାଣି ଓ କାଦୁଅ ରହିଥିବା ସ୍ଥାନରେ କ୍ରଶର ଗୁଣ୍ଡ ପକାଇବାକୁ ଠିକାଦାରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

ବିଜୟୀ ସରକାର ଉପରେ ଲାଗି ରହିଛି ସସପେନ୍ସ! ରାଜ୍ୟପାଳଙ୍କୁ AAMK ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲା TVK, ଥାନାରେ ପହଞ୍ଚିଲା…

ଚେନ୍ନାଇ,୯।୫: ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ ବିଜୟ ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri