ପ୍ରକୃତିର ବରଦାନ ସାନଘାଗରା

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ। ଏଠାକୁ ଯିଏ ଥରେ ଆସିଛି ସେ ଏହାର ମନୋରମ ଦୃଶ୍ୟ କେବେ ଭୂଲିପାରିନାହିଁ। ପ୍ରାୟତଃ ଶୀତ ଦିନ ଆସିଲେ କେନ୍ଦୁଝର ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଜିଲାର ପ୍ରାକୃତିକ ପରିବେଶ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ତନ୍ମଧ୍ୟରୁ ରାଜ୍ୟ ପ୍ରସିଦ୍ଧ ସାନଘାଗରା ଓ ବଡଘାଗରା ଜଳ ପ୍ରପାତକୁ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟ ତଥା ଦେଶରୁ ଆସିଥାନ୍ତି। ଏହି ଦୁଇ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କେନ୍ଦ୍ରକୁ ଭୋଜିଭାତ କରିବା ସହ ପ୍ରାକୃତିକ ଦୃଶକୁ ଉପଭୋଗ କରିବାକୁ ଆସନ୍ତି। ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ବିକାଶ କରାଗେଲେ ଆହୁରି ଅଧିକ ପର୍ଯ୍ୟଟକ ଆସନ୍ତେ ବୋଲି ସାଧାରଣରେ କୁହାଯାଉଛି।
କେନ୍ଦୁଝର ସହର ଠାରୁ ମାତ୍ର ୬ କି.ମି. ଦୂର ଜାତୀୟ ରାଜପଥ ୪୯ (ପୂର୍ବରୁ ଏନ୍‌ଏଚ୍‌ ୬) କଡରେ ଜୁଡିଆଘାଟି ନିକଟରେ ଅଞ୍ଜର ଗ୍ରାମ ନିକଟରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସାନଘାଗରା ଜଳପ୍ରପାତ। ସାନମାଛକାନ୍ଦଣା ନଦୀର ଜଳ ଏହି ଠାରେ ଏକ ବିଶାଳକାୟ ପ୍ରସ୍ତର ଉପରୁ ଖସି ଏକ ପଥର ଚଟାଣରେ ପଡୁଛି ଏବଂ ଏହି ଜଳ ତଳକୁ ଦୁଇଟି ପାହାଡ ମଧ୍ୟରେ ବୋହିଯାଇ ଏକ ଭିନ୍ନ ରୋମାଞ୍ଚକର ଦୃଶ୍ୟ ସମସ୍ତଙ୍କୁ ସୃଷ୍ଟି କରୁଛି ଯାହାକୁ ଅନେକଙ୍କୁ ମତୁଆଲା କରିଥାଏ। ଜଳପ୍ରପାତର ଘର ଘର ଶବ୍ଦ ଓ ତଳକୁ ବିଛୁଡିତ ହୋଇ ପଡୁଥିବା ଜଳର ମନୋରମ ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ଅନେକ ଏହି ଜଳପ୍ରପାତରେ ଗାଧୋଇଥାନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଉପରେ କଟକଣା କରାଯାଇଛି। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନର ବିକାଶ ସାନ ଘାଗରା ଡେଭେଲପମେଣ୍ଟ ସୋସାଇଟି ପକ୍ଷରୁ କରାଯାଉଛି। ଜଳପ୍ରପାତ ନିକଟରେ ରହିଛି ସୌନ୍ଦର୍ଯ୍ୟଭରା ଏକ ସବୁଜ ବଗିଚା ଓ ଏକ ଗୋଲାପ ବଗିଚା। ଏଠାରେ ସେହିପରି ଛୋଟ ଛୋଟ ପିଲାମାନଙ୍କ ରହିଛି ଖେଳ ଉପକରଣ। ନଦୀ ଆର ପାଖରେ ରହିଛି ଗୋଲାପ ବଗିଚା ଯାହାକି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ପର୍ଯ୍ୟଟକ ମାନେ ଆଶ୍ରୟ ନେବା ପାଇଁ ସେଡ କରାଯାଇଛି ା
ସେଠାରୁ ମାତ୍ର ୬ କି.ମି. ଦୂରରେ ସାନମାଛକାନ୍ଦଣା ନଦୀର ଉପର ମୁଣ୍ଡରେ ରହିଛି ବଡଘାଗରା ଜଳପ୍ରପାତ। ସେଠାରେ ସାନମାଛକାନ୍ଦଣା ଡ୍ୟାମ ସାଙ୍ଗକୁ ଜଳପ୍ରପାତ ଏବଂ ସୌନ୍ଦର୍ଯ୍ୟମୟ ବଗିଚା ଆଦି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ପିକନିକ ଓ ବୁଲି ଯିବା ପାଇଁ ଏକା ପ୍ରକୃଷ୍ଟ ଦର୍ଶନୀୟ ସ୍ଥାନ ଏବଂ ଜିଲା ମୁଖ୍ୟାଳୟ ଠାରୁ ଅଳ୍ପ ଦୂରରେ ରହିଥିବାରୁ ଏଠାରେ ରହି ଭ୍ରମଣ କରିବା ଅତ୍ୟନ୍ତ ସୁବିଧାଜନକ। ପର୍ଯ୍ୟଟକଙ୍କ ସୁବିଧା ଲାଗି ଜୁଡିଆ ନିକଟରେ ଓଟିଡିସିର ପାନ୍ଥଶାଳା, ପୋଲିସ ଓ ଫରେଷ୍ଟ ବିଭାଗର ଗେଷ୍ଟ ହାଉସ ରହିଛି। ଏଠାରେ ପର୍ଯ୍ୟଟକ ଚାହିଁଲେ ରାତି କଟାଇପାରିବେ। ସାନଘାଗରା ପର୍ଯ୍ୟଟନ କେନ୍ଦ୍ରଠାରୁ ଏହାର ଦୂରତା ମାତ୍ର ୨ କି.ମି.। ତେବେ ସାନଘାଗରା ବା ବଡଘାଗରା ଯେଉଁଠିକୁ ଯାଆନ୍ତୁନା କାହିଁକି ଉଭୟ ୨ଟି ପର୍ଯ୍ୟଟନସ୍ଥଳୀକୁ ଦେଖିପାରିବେ ।

ସାନଘାଗରାକୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି ା ପର୍ଯ୍ୟଟକଙ୍କ ସୁରକ୍ଷା ଓ ବୁଲି ଦେଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ା ସାନଘାଗରା ଜଳ ପ୍ରପାତ ବେଶ ରମଣୀୟ ା ପ୍ରାକୃତିକ ପରିବେଶ ସହିତ ଏହାର ଜଳପ୍ରପାତ, ଜଳକ୍ରୀଡା ପାଇଁ ବୋଟିଂ ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଥିବାରୁ ବାରମ୍ବାର ଲୋକେ ଏଠିକି ଆସିବାକୁ ମନ ବଳାଇଥାନ୍ତି।
ରମେଶ ଚନ୍ଦ୍ର ନାୟକ, ପର୍ଯ୍ୟଟନ ଅଧିକାରୀ

ଏହି ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ କରାଗଲେ ବୁଲିବା ଓ ସମୟ କଟାଇବା ପାଇଁ ବହୁ ଅଧିକ ଲୋକ ଆସିପାରିବେ।
ପର୍ଯ୍ୟଟକ ସଞ୍ଜୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri