ପ୍ରକୃତିର ନୈସ୍ବର୍ଗ ଗଣ୍ଡାହାତୀ

ପାରଳାଖେମୁଣ୍ଡି,୨୧।୫(ଡି.ଏନ.ଏ.)- ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାୟଗଡ ବ୍ଲକ ଅନ୍ତର୍ଗତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ଐତିହାସିକ ଗଣ୍ଡାହାତୀ ଜଳପ୍ରପାତ ଜିଲାର ଅନ୍ୟତମ ପ୍ରମୁଖ ଆକର୍ଷଣ। ସବୁଋତୁରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଥିବା ବେଳେ ଗ୍ରୀଷ୍ମଦିନରେ ପର୍ଯ୍ୟଟକଙ୍କ ଭିଡ ଅଧିକ ଦେଖିବାକୁ ମିଳିଥାଏ ା କାରଣ ଲୋକମାନେ ତାତିରୁ ସାମନ୍ୟ ଆଶ୍ୱସ୍ତି ଅନୁଭବ କରିବା ସହ ଜଳପ୍ରପାତର ମଜା ନେବାକୁ ଆସିଥାନ୍ତି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ସେହିପରି ବ୍ରହ୍ମପୁର ଠାରୁ ଭାୟା ତପ୍ତପାଣି-ଆର୍‌.ଉଦୟଗିରି ଦେଇ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ହେଲେ ପ୍ରାୟ ୧୫୦କିମି ଦୂରତା ଅତିକ୍ରମ କରିବାକୁ ହୋଇଥାଏ ା ରେଳପଥରେ ଆସିଲେ ପର୍ଯ୍ୟଟକ ରାଜଧାନୀ ଭୁବନେଶ୍ୱର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦିଗରୁ ଆସୁଥିବା ପର୍ଯ୍ୟଟକମାନେ ଆନ୍ଧ୍ରର ପଲାସା ଷ୍ଟେସନ ଠାରେ ଓହ୍ଲାଇ ସେଠାରୁ ଗୋପୀଲ୍ଲୀ-କିଂଚିଲିଙ୍ଗି ଦେଇ ପ୍ରାୟ ୨୪ କିମି ରାସ୍ତା ଅତିକ୍ରମ କରେ ଗଣ୍ଡାହାତୀ ଠାରେ ପହଞ୍ଚିଥାନ୍ତି ା ଗତ ତିତ୍‌ଲୀ ବାତ୍ୟାରେ ଏହି ପର୍ଯ୍ୟଟନସ୍ଥଳୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ା ଏହା ପାଦଦେଶରେ ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଇଥିବା ଶିଶୁ ଉଦ୍ୟାନଟି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ା ତେବେ ପ୍ରଶାସନ ପକ୍ଷରୁ ଏହାର କିଛି ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି ା ତେବେ ବାତ୍ୟାରେ କ୍ଷୟକ୍ଷତି ସତ୍ୱେ ଶୀତଦିନ ଆରମ୍ଭରୁ ହିଁ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ ଜମିବା ଦେଖିବାକୁ ମିଳିଛି। ତେବେ ଏଠାରେ ରହିଥିବା ଜଳପ୍ରପାତରେ ଗ୍ରୀଷ୍ମଋତୁର ମଜାନେବା ସକାଶେ ଅଧିକାଂଶ ଲୋକେ ସପରିବାର ଏଠାକୁ ଆସିଥାନ୍ତି। ଏଠାରେ ପ୍ରକୃତିର ଏହି ନୈସ୍ବର୍ଗକୁ ବେସ୍‌ ଉପଭୋଗ କରିବା ସହ ମଉଜ ମଜଲିସ୍‌ରେ ସମୟକୁ ଅତିବାହିତ କରିଥାନ୍ତି। ସେହିପରି ଜଳପ୍ରପାତ ପାଦଦେଶରେ ପ୍ରପାତ ପାଣିରେ ଗାଧୋଇବାର ମଜା ବି କିଛି ନିଆରା। ଜିଲା ତଥା ରାଜ୍ୟର ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏବଂ ଏହା ପରିସର ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଏଠାକୁ ସିଧାସଳଖ ଗମନାଗମନ ପାଇଁ ବ୍ୟବସ୍ଥା କରାଗଲେ ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯଦ୍ୱାରା ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri