ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହେଲେ କେନ୍ଦ୍ର ସରକାର ସଂକ୍ରମଣ ଓ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ବାସ୍ତବତା ଠାରୁ ଭିନ୍ନ ଅଟେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଯେଉଁ ହାରରେ ଟେଷ୍ଟିଂ କରାଯାଉଛି, ଭାରତର ଜନସଂଖ୍ୟା ଅନୁସାରେ ବହୁତ୍‌ କମ୍‌ ଟେଷ୍ଟିଂ ହେଉଛି। ଏପରିକି କୋଭିଡ-୧୯ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଠିକ୍‌ ତଥ୍ୟ ମଧ୍ୟ ପ୍ରଦାନ କରାଯାଉନାହିଁ। ଇତିମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୩,୭୧୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଗୁଜରାଟରେ ୧,୩୮୫ ଏବଂ ଦିଲ୍ଲୀରେ ୧,୨୧୪ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲେ ରାଜ୍ୟଗୁଡ଼ିକ କରୋନାଜନିତ ମୃତ୍ୟୁ ସଂଖ୍ୟା ଠିକ୍‌ଭାବେ ନ ଦେଇ ଅନେକ ମୃତ୍ୟୁର କାରଣ ଭିନ୍ନ ଭାବେ ଦର୍ଶାଉଥିବାରୁ କେନ୍ଦ୍ର ସରକାର ଠିକ୍‌ ରିପୋର୍ଟ ପ୍ରକାଶ କରିପାରୁ ନାହାନ୍ତି।
କୋଭିଡ-୧୯ ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ରାପିଡ୍‌ ରେସ୍ପନ୍ସ ଟିମ୍‌ ଗତ ମାସରେ ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଜନିତ ମୃତ୍ୟୁର ଅଡିଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟଗୁଡ଼ିକ ନିଜ ଢଙ୍ଗରେ ରିପୋର୍ଟ ପ୍ରଦାନ କଲେ। କରୋନା ଜନିତ ମୃତ୍ୟୁକୁ ଠିକ୍‌ଭାବେ ଉପସ୍ଥାପନ ନ କରି ଅନ୍ୟ ରୋଗ କାରଣରୁ ହୋଇଥିବା ମୃତ୍ୟୁ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରଥମତଃ ଅନ୍ୟଦେଶ ତୁଳନାରେ ଭାରତର ଜନସଂଖ୍ୟା ଦୃଷ୍ଟିରୁ କମ୍‌ ଟେଷ୍ଟିଂ କରାଯାଉଛି, ଏପରି କି ଅନେକ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଠିକ୍‌ ଭାବେ ଉପସ୍ଥାପନା କରାଯାଉ ନାହିଁ। ଦ୍ୱିତୀୟରେ ରାଜ୍ୟଗୁଡ଼ିକ ନିଜର କାର୍ଯ୍ୟଦକ୍ଷତାକୁ ଦେଖାଇବାକୁ ଯାଇ କରୋନାଜନିତ ଯେତିକି ମୃତ୍ୟୁ ଘଟୁଛି, ତା’ଠାରୁ କମ୍‌ ରିପୋର୍ଟ ପ୍ରଦାନ କରୁଛନ୍ତି ବୋଲି ସେଣ୍ଟର ଫର ଡିଜିଜ୍‌ ଡାଇନାମିକ୍‌ସ, ଇକୋନୋମିକ୍‌ସ ଆଣ୍ଡ ପଲିସିର ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ପ୍ରକାଶ କରିଛନ୍ତି। ଦେଶରେ କୋଭିଡ୍‌-୧୯ ଟେଷ୍ଟିଂରେ ବୃଦ୍ଧି ନ ଘଟିଥିଲେ ସୁଦ୍ଧା ଜୁନ୍‌ ମାସରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଦେଶରେ ୧୦ଲକ୍ଷ ଜନସଂଖ୍ୟାରେ ମାତ୍ର ୩,୭୭୭ ଟେଷ୍ଟିଂ କରାଯାଉଛି। ଶୁକ୍ରବାର ଗୋଟିଏ ଦିନରେ ଭାରତରେ ସର୍ବାଧିକ ୩୯୭ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ତଥ୍ୟ ବାସ୍ତବତାଠାରୁ କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯଦି ଜନସଂଖ୍ୟା ଆଧାରରେ ଟେଷ୍ଟିଂ କରାଯିବ ତେବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri