ପ୍ରକଳ୍ପ ପିଛା ଲକ୍ଷାଧିକ ଆତ୍ମସାତ

ଯାଜପୁର ଅଫିସ,୯ା୨: ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ପାନୀୟ ଜଳ ସୁବିଧାକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନସ୍ତରରେ ନଳକୂପ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ପାଇପ ଜଳଯୋଗାଣର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱରା ଗୋଟିଏ ପ୍ରକଳ୍ପ ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନର ହରିଲୁଟ ମନୋଭାବ ଯୋଗୁ ଅନେକ ସ୍ଥାନରେ ସୌରଚାଳିତ ପାନୀୟ ଜଳପ୍ରକଳ୍ପ ଲୋକଙ୍କୁ ମାସେ ବି ଜଳଯୋଗାଇ ପାରିନାହିଁ। ଏପରି କି ପ୍ରକଳ୍ପ ପିଛା ଲକ୍ଷାଧିକ ଟଙ୍କାର ଆତ୍ମସାତ ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ୮ଟି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ମରାମତି ଓ ପୁନଃରୁଦ୍ଧାର ପାଇଁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦୁଇ ଦିନ ତଳେ ଜିଲାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଠାରେ ବିଡ଼ମ୍ବନା ଯେ, ନିଜର କାର୍ଯ୍ୟଦକ୍ଷତା ବଞ୍ଚାଇବାକୁ ଯାଇ ଜିଲାରେ ଶତାଧିକ ସୌରଚାଳିତ ପ୍ରକଳ୍ପ ଅଚଳ ହୋଇଥିଲେ ହେଁ ମାତ୍ର ୮ଟି ପ୍ରକଳ୍ପ ଅଚଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯାହାକି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦେଇଥିବା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି। ବାସ୍ତବ ସ୍ଥିିତି ଅନୁଧ୍ୟାନ କଲେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଝାଲଶୁଖା, ରଥିଆ, କାନପୁର, ବଡବାରିସାହି, ଚକ୍ରଡା, ଫାଜିଲପୁର, ମିର୍ଜାପୁର, ଅଚ୍ୟୁତପୁର, ଡେରାବର କଣ୍ଟିଗଡିଆ, ମଣିନାଥପୁର, ବୃନ୍ଦାଦେଇପୁର, ବିଛାଖଣ୍ଡି, ପୋଟୁଅ ଇତ୍ୟାଦି ପ୍ରାୟ ୪୦ଟି ପ୍ରକଳ୍ପ ଲୋକଙ୍କୁ ପାନୀୟ ଜଳଯୋଗାଣରେ ନିୟମିତ ଭାବେ ଲାଗି ପାରୁନାହିଁ। ଜିଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଶତାଧିକ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲେ ହେଁ ତାର ମରାମତି ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଲୋକଙ୍କୁ ସହଜରେ ପାନୀୟ ଜଳଯୋଗାଇ ଦେବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜାତୀୟ ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ (ଏନ୍‌ଆର୍‌ଡିଡବ୍ଲ୍ୟୁପି) ବିଭାଗ ଜରିଆରେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୦୦ ଡବ୍ଲ୍ୟୁପି କ୍ଷମତା ବିଶିଷ୍ଟ ପ୍ରକଳ୍ପରେ ୧ ଏଚ୍‌ପି ସବମରସିବଲ ପମ୍ପ ସ୍ଥାପନ ହୋଇଥାଏ। ଦୈନିକ ୮ହଜାରରୁ ୧୦ହଜାର ଲିଟର ପର୍ଯ୍ୟନ୍ତ ଜଳଯୋଗାଣ ହୋଇଥାଏ। ହେଲେ ବୋର୍‌ୱେଲରେ ଆବଶ୍ୟକ ଗଭୀର ପର୍ଯ୍ୟନ୍ତ ଖନନ ନ କରି ଆବଣ୍ଟିତ ଅନୁଦାନକୁ ମିଳିମିଶି ଲୁଟ ହୋଇଥିବା ମନେ ହେଉଛି। ଏହାସହ ନିମ୍ନମାନର ସୌରଚାଳିତ ସାମଗ୍ରୀ ସ୍ଥାପନ କରାଯାଇଥିବାରୁ ପ୍ରକଳ୍ପରୁ ଲୋକେ ଉପକୃତ ହୋଇ ପାରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ପଥୁରିଆ ବସ୍ତିରେ ଟାଟା ପାୱାର ଜରିଆରେ ହୋଇଥିବା ପ୍ରକଳ୍ପ ୬୪୨ ଦିନ ଚଳିବା ପରେ ଅଚଳ ହୋଇ ପଡ଼ିଛି। ବୋରୱେଲ କୋଲାପ୍ସ ହୋଇଥିବାରୁ ଏହା ଅଚଳ ହୋଇଥିବା କୁହାଯାଇଛି। ସେହିପରି ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମିର୍ଗିଚରା, ଚିଙ୍ଗୁଡିପାଳ ପଞ୍ଚାୟତର ଛତାନଗର ଗ୍ରାମର ମୁଣ୍ଡାସାହି ଓ କଅଁସ ପଞ୍ଚାୟତର ତଳଙ୍ଗୀ ଗ୍ରାମର ପେଠସାହି ଗ୍ରାମରେ ଭୂତଳ ଜଳ କମ୍‌ ରହିଥିବାରୁ ତାହା ଅଚଳ ହୋଇ ପଡିଛି। ଏହି ତିନି ପ୍ରକଳ୍ପ ପ୍ରାୟ ୬୦୦ଦିନ କାମରେ ଲାଗିଛି। ବଡ଼ଚଣା ବ୍ଲକର ନଳିପୁର ପଞ୍ଚାୟତ ପତରାଜପୁର ଗ୍ରାମର ହରିଜନସାହି, ଶାଳପଡ଼ା ପଞ୍ଚାୟତ ବନ୍ଧପାଲି ଗ୍ରାମର ଚାରିଗୋଛିଆ ମୁଣ୍ଡାସାହି ପ୍ରଭୃତି ବୋରୱେଲ କୋଲାପ୍ସ ହୋଇ ଅଚଳ ହୋଇଛି। ଉପରୋକ୍ତ ପ୍ରକଳ୍ପଗୁଡ଼ିକରୁ ମାତ୍ର ୨୮ଦିନ ପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିଛି। ପ୍ରକଳ୍ପରେ ପିସି କାରବାର ସହ ଆବଶ୍ୟକ ଗଭୀରତା ଉପରେ ଧ୍ୟାନ ନ ଦେଇ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବାରୁ ପ୍ରକଳ୍ପଗୁଡ଼ିକ ଦୀର୍ଘସ୍ଥାୟୀ ହେଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଆଗାମୀ ଦିନରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ଏନେଇ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି, ବିଭାଗୀୟ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ତଥ୍ୟ ଦାଖଲ ହେଉଛି। ଅଗାମୀ ଦିନରେ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମରାମତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପରିଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri