ପୌରାଞ୍ଚଳରେ ପଲିଥିନ ନିଷେଧ: ଅକ୍ଟୋବର ୨ରୁ ସାରା ରାଜ୍ୟରେ ଲାଗୁ ହେବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସବୁ ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରାଜ୍ୟକୁ ୨ ବର୍ଷ ମଧ୍ୟରେ ପ୍ଲାଷ୍ଟିକମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଚଳିତ ବର୍ଷ ରାଜ୍ୟର ୪୭ ମ୍ୟୁନିସିପାଲିଟି ଏବଂ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।
କଟକଣା ଜାରି ହେବା ପରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହା ଦ୍ୱାରା ଜାଣିକରି ହେଉ କିମ୍ବା ଅନ୍ୟ ମାଧ୍ୟମରେ ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ କରିପାରିବେ ନାହିଁ। ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ, ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ, ଗ୍ଲାସ୍‌, ଥାଳିଆ, ପାଣି ପାଉଚ ପଲିଥିନ୍‌ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯିବ। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହେବ।
୨୦୧୮ ଅକ୍ଟୋବର ୨ରୁ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମହାନଗର ନିଗମ ଏବଂ ପୁରୀ ପୌରାଞ୍ଚଳରେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫୦ ମାଇକ୍ରନରୁ କମ ମୋଟା ଥିବା ପଲିଥିନ, ପ୍ଲାଷ୍ଟିକ ବୋତଲ, ଥର୍ମୋକୁଲ କପ୍‌ ଓ ପ୍ଲେଟକୁ ବାରଣ କରାଯାଇଛି। ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡ଼ିକରେ ପଲିଥିନ ବ୍ୟବହାର ନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶରେ ମୁଣ୍ଡପିଛା ୯.୭ କେ.ଜି. ପଲିଥିନ ବ୍ୟବହାର କରାଯାଉଛି। ପଲିଥିନ ନଷ୍ଟ ହେବାକୁ ଅତିକମ୍‌ରେ ୨୦୦ରୁ ୫୦୦ ବର୍ଷ ସମୟ ନେଇଥାଏ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ଏହା ଭୂତଳ ଜଳ ସଂରକ୍ଷଣରେ ବିରାଟ ଅନ୍ତରାୟ ସୃଷ୍ଟି କରିଥାଏ। ୨୦୧୮ରେ ପଲିଥିନ, ପ୍ଲାଷ୍ଟିକ ଓ ଥର୍ମୋକୁଲ ଉପରେ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଛି। ଏହାକୁ ବର୍ଷେ ବିତିବାକୁ ବସିଥିବାବେଳେ ଏହା କେବଳ ନାମକୁ ମାତ୍ର ଚଢ଼ାଉରେ ସୀମିତ ରହିଛି। କେତେକ କ୍ଷୁଦ୍ର ବ୍ୟବସାୟୀଙ୍କ ଦୋକାନରେ ମହାନଗର ନିଗମର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ାଉ କରି ଜରିମାନା ଆଦାୟ କରୁଥିବା ବେଳେ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ହାଟବଜାରରେ ଅବାଧ ପଲିଥିନ ବ୍ୟବହାର ଚାଲିଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକବର୍ଷରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ୱାରା ୮,୩୪୧.୨୫ କେ.ଜି. ପ୍ଲାଷ୍ଟିକ ଜବତ କରାଯାଇଥିବା ବେଳେ ୨୦,୧୬,୨୫୭ ଟଙ୍କା ଜରିମାନା ଆଦାୟ କରାଯାଇଛି। ପଲିଥିନ କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ମହାନଗର ନିଗମ ଓ ପୌରାଞ୍ଚଳକୁ ନିର୍ଦ୍ଦେଶ ଦେବାକୁ ନଗର ଉନ୍ନୟନ ବିଭାଗକୁ ନିୟମିତ ଚିଠି ମାଧ୍ୟରେ ଜଣାଇ ଦିଆଯାଉଛି ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି। ବ୍ୟବସାୟୀ ସହଦେବ ସାହୁ କହିଛନ୍ତି, ପଲିଥିନ ଉପରେ କଟକଣା ଲଗାଗଲେ ଭଲ। କିନ୍ତୁ ସରକାର ଏହାର ବିକଳ୍ପ ଚିନ୍ତା କରିବା ଦରକାର। ଏଥିସହିତ ପଲିଥିନ ଉତ୍ପାଦନ କରୁଥିବା ସଂସ୍ଥାକୁ ବନ୍ଦ କରିବା ଦରକାର। ନଚେତ କଟକଣା କରି ଦୋକାନୀଙ୍କ ଉପରେ ଚଢାଉ କଲେ କିଛି ଲାଭ ହେବ ନାହିଁ। ପରିବେଶବିତ୍‌ଙ୍କ ମତରେ ସହରାଞ୍ଚଳ ବାହାରେ ବହୁ ପ୍ଲାଷ୍ଟିକ ପ୍ରସ୍ତୁତ ୟୁନିଟ୍‌ ରହିଛି। ସେଗୁଡିକୁ ବନ୍ଦ କଲେ ଏହାର ଅସଲ ଉଦ୍ଦେଶ୍ୟ ସଫଳ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri