ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି ଲୁଟେରାମାନଙ୍କୁ ପୋଲିସ ଧରି ପାରୁନାହିଁ। ନକଲି ପୋଲିସ ଏବେ ଅସଲିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ଗୁରୁବାର ନକଲି ପୋଲିସ ଜନଗହଳିପୂର୍ଣ୍ଣ ଦଳୁଆସାହିର ଜଣେ ମହିଳାଙ୍କୁ ଭୟଭୀତ କରାଇ ସେ ପିନ୍ଧିଥିବା ମଙ୍ଗଳସୂତ୍ରଟିକୁ ନେଇ ଚମ୍ପଟ ମାରିଛନ୍ତି।
ସିସି ଟିଭି ଫୁଟେଜ ଯାଞ୍ଚ କରୁଛି। କ୍ୟାଣ୍ଟନମେଣ୍ଟ ରୋଡରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସ୍ତ୍ରୀ ଭି. ଶାରଦା ଗୁରୁବାର ମଧ୍ୟାହ୍ନରେ ମନ୍ଦିର ଯାଇ ଘରକୁ ଫେରିଥିଲେ। ଦଳୁଆସାହି ମୁଖ୍ୟ ରାସ୍ତା ଦେଇ ସେ ଫେରୁଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ପୋଲିସ ପରିଚୟ ଦେଇଥିଲେ। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ । ପରେ ସେ ପିନ୍ଧିଥିବା ୫ ଭରିର ମଙ୍ଗଳସୂତ୍ରଟି ବାହାର କରିବାକୁ କହିଥିଲେ। ମହିଳା ଜଣକ ମନା କରିବାରୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ ।
ପରେ ମହିଳା ଜଣଙ୍କ ପିନ୍ଧିଥିବା ମଙ୍ଗଳସୂତ୍ର ବାହାର କରି ଭ୍ୟାନିଟିରେ ରଖିଥିଲେ । ଏହା ପରେ ନକଲି ପୋଲିସ ତାଙ୍କୁ ସେମାନେ ଧରିଥିବା ଏକ ଧଳା କାଗଜରେ ରଖିବାକୁ କହିଥିଲେ। ଏହି ସମୟରେ ସେମାନେ ସମାନ ଦୁଇଟି ପୁଡିଆ ଧରିଥିଲେ ା ମହିଳାଙ୍କୁ ଅନ୍ୟ ଏକ ପୁଡିଆ ଧରାଇ ମଙ୍ଗଳସୂତ୍ର ଥିବା ପୁଡିଆ ଧରି ଫେରାର ହୋଇଯାଇଥିଲେ ା ଭୟଭୀତ ଅବସ୍ଥାରେ ଥିବା ମହିଳା ଜଣକ ସେଠାରେ କୌଣସି ପ୍ରତିବାଦ କରି ନ ଥିଲେ। ପରେ ମହିଳା ଘରକୁ ଯାଇ ସେମାନେ ଦେଇଥିବା କାଗଜ ପୁଡ଼ାକୁ ଖୋଲି ଦେଖିବା ବେଳେ ସେଥିରେ ତାଙ୍କ ମଙ୍ଗଳସୂତ୍ର ନ ଥିଲା, ତା’ ବଦଳରେ କିଛି ନକଲି ଚୁଡ଼ି ଥିଲା ବୋଲି ଭି. ଶାରଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri