ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର(ପିଟିସି)ରେ ଦୀର୍ଘ ବର୍ଷ ପରେ ପୋଲିସ ଅଫିସରମାନେ ପ୍ରଶିକ୍ଷଣ ନେବେ। ଏ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମୋହର ମାରିବା ପରେ ପିଟିସି ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପିଟିସିରେ ପ୍ରଶିକ୍ଷଣ ନେଉଥିବା ୬୮୩ କନଷ୍ଟେବଳଙ୍କ ପାସିଂ ଆଉଟ ପରେଡ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବା ପରେ ଅଫିସରମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ପିଟିସି ଅଧ୍ୟକ୍ଷ ତଥା ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ପିଟିସିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୩୫୩ ଜଣ ସବ୍ଇନ୍ସପେକ୍ଟର ତାଲିମ ଗ୍ରହଣ କରିବେ। ଶନିବାର ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ ଶୁକ୍ରବାର ଏହି ୩୫୩ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟରଙ୍କୁ ସବଇନ୍ସପେକ୍ଟର ଭାବେ ପଦୋନ୍ନତି ଦେଇଥିଲେ। ପଦୋନ୍ନତି ପାଇଥିବା ଅଫିସରଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗର ଥିବାବେଳେ ୬୭ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି। ପଦୋନ୍ନତି ପାଇଥିବା ଏହି ଅଫିସରମାନେ ଅନୁଗୋଳ ପିଟିସି ଠାରେ ଛଅ ମାସ ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ପିଟିସି ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ପିଟିସି ଠାରେ ପହଞ୍ଚତ୍ବା ପରେ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ। ତେବେ ବର୍ତ୍ତମାନ ପିଟିସିରେ ମୋଟ ୯ ଜଣ ପ୍ରଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡିଏସ୍ପି ପାହ୍ୟାର ହୋଇଥିବାବେଳେ ଅନ୍ୟ ୮ ଜଣ ଇନ୍ସପେକ୍ଟର ପାହ୍ୟାର। ତେଣୁ ଅଫିସରମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଦକ୍ଷ ଡିଏସ୍ପି ପାହ୍ୟା ଓ ଦୁଇ ଜଣ ଦକ୍ଷ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ପିଟିସିରେ ନିଯୁକ୍ତି କରିବାକୁ ଅଧ୍ୟକ୍ଷ ତଥା ଡିଆଇଜି ଭୋଳ ପୋଲିସ ବିଭାଗକୁ ଅବଗତ କରାଇଛନ୍ତି। ତେବେ ଅଫିସରମାନଙ୍କ ପ୍ରଶିକ୍ଷଣ କିଭଳି ଭଲ ହେବ ସେଥିପାଇଁ ପିଟିସିର ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ସଜାଗ ରହିଛନ୍ତି। ଦୀର୍ଘ ଦିନ ପରେ ପିଟିସିକୁ ଅଫିସରମାନଙ୍କ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାରୁ ଅନୁଗୋଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍
ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…
ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ
ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…
ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…
ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା
ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…
Archives

