ପୋଲିସ ଜାଣତରେ ଦେହ ବ୍ୟବସାୟ

କଟକ ଅଫିସ,୭।୨: କଟକ ରେଳଷ୍ଟେଶନ ନିକଟରେ ବେଧଡକ ଭାବେ ଚାଲିଛି ସେକ୍ସ ର଼୍ୟାକେଟ୍‌। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ପୋଲିସକୁ ଅଛପା ନାହିଁ। ପିସିଆର ଭ୍ୟାନ ଏହି ଅଞ୍ଚଳ ଦେଇ ନିୟମିତ ପାଟ୍ରୋଲିଂ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ ଜାଣି ମଧ୍ୟ ଅନେକ ପୋଲିସ କର୍ମଚାରୀ ଚୁପ୍‌ ରହିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସେକ୍ସ ର଼୍ୟାକେଟ୍‌ ଚାଲିଥିବା ଏହି ସ୍ଥାନ ରେଳଷ୍ଟେଶନ ଠାରୁ ଅତିବେଶିରେ ୫୦ମିଟର ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଠାରୁ ୪୦୦ମିଟର ଦୂର ହେବ। ରାତି ୧୦ଟା ପରେ ରେଳଷ୍ଟେଶନ ନିକଟସ୍ଥ ଏହି ସ୍ଥାନରେ ଦେହଜୀବୀ ଓ ଗ୍ରାହକଙ୍କ ଭିଡ଼ ହେଉଛି। ହେଲେ ପୋଲିସ ସେଠାରେ ଚଢାଉ ନ କରିବାରୁ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଟକରେ ଚାଲିଥିବା ଏହି ର଼୍ୟାକେଟ୍‌ରେ ମୋଟ୍‌ ୩୦ଜଣ ଯୁବତୀ ଥିବା ଜଣାପଡ଼ିଛି।

ବାଂଲାଦେଶ ଲିଙ୍କ୍‌ ସନ୍ଦେହ
ର଼୍ୟାକେଟରେ ଅନେକ ବାଂଲାଦେଶୀ ଯୁବତୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏମାନେ ଭୁବନେଶ୍ୱରରେ ରୁହନ୍ତି, ସନ୍ଧ୍ୟା ହେଲେ ବସ୍‌ କିମ୍ବା ଟ୍ରେନ୍‌ରେ କଟକ ଆସନ୍ତି। ଏମାନଙ୍କ ନେତୃତ୍ୱ ନେଉଥିବା ଯୁବତୀ ଜଣଙ୍କ ଘର ବାଲେଶ୍ୱର ଅଞ୍ଚଳରେ। ପୂର୍ବରୁ ଭୁବନେଶ୍ୱରରେ ଧରା ପଡ଼ିଥିବା ର଼୍ୟାକେଟର ଅନେକ ବାଲାଂଦେଶୀ ଯୁବତୀ ଥିବା ଜଣାପଡିଥିଲା। କଟକରେ ଚାଲିଥିବା ଏହି ର଼୍ୟାକେଟ୍‌ରେ ମଧ୍ୟ ବାଲାଂଦେଶୀ ଯୁବତୀ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି।
ନିରାପତ୍ତା ଯୋଗାଉଛି ହୋଟେଲ
ଦେହଜୀବୀମାନେ ଷ୍ଟେଶନ ନିକଟରୁ ଗ୍ରାହକଙ୍କ ସହିତ ସହରର ବିଭିନ୍ନ ହୋଟେଲକୁ ଯାଉଛନ୍ତି। ହୋଟେଲଗୁଡ଼ିକ ଏହି ବେଆଇନ କାର୍ଯ୍ୟକୁ ବେଶ୍‌ ନିରାପତ୍ତା ଯୋଗାଉଛି। ତେବେ ହୋଟେଲ୍‌ ଠିକ୍‌ କରିବା ପାଇଁ ଯୋବ୍ରା ଅଞ୍ଚଳର ଜଣେ ଯୁବକ ଦାୟିତ୍ୱରେ ଅଛନ୍ତି। ହୋଟେଲ ସହ ବିଳମ୍ବିତ ରାତିରେ ଫୋନ ଯୋଗେ ଯୋଗାଯୋଗ କରି ରୁମ୍‌ ବୁକ୍‌ କରିବା କାର୍ଯ୍ୟ ଏହି ଯୁବକ ଜଣଙ୍କ କରନ୍ତି ବୋଲି ଜଣେ ଦେହଜୀବୀ କହିଛନ୍ତି।

ମୁମ୍ବାଇରୁ ଆସୁଛନ୍ତି ଯୁବତୀ

ଏହି ର଼୍ୟାକେଟର ନେତୃତ୍ୱ ନେଉଥିବା ଯୁବତୀ ଜଣଙ୍କ କହିଥିଲେ, ସମସ୍ତେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛନ୍ତି। କଟକ ଆସିବା ପରେ କିଏ କେଉଁଆଡେ ଯିବ ତାହା ସ୍ଥିର କରାଯାଉଛି। ତେବେ ଦିନେଦିନେ ମୁମ୍ବାଇର କିଛି ଯୁବତୀ ଏହି ର଼୍ୟାକେଟ୍‌ରେ ସାମିଲ ହେଉଛନ୍ତି। ଯେଉଁମାନେ ଅଧିକ ଦାମ୍‌ ନିଅନ୍ତି। ମୁମ୍ବାଇର ଯୁବତୀ ଓଡ଼ିଶା ଆସିଲେ ଦିନକ ପିଛା ୧୨ହଜାର ଟଙ୍କା ନିଅନ୍ତି ବୋଲି ସେ କହିଥିଲେ।

ସବୁ ଜାଣନ୍ତି ପିସିଆର୍‌ ଷ୍ଟାଫ୍‌

କିଏ କେତେବେଳେ ଆସୁଛି, କେଉଁଆଡେ ଯାଉଛି ତାହାର ଟିକ୍‌ିନିଖି ଖବର ମାଲଗୋଦାମ ଥାନାର ପିସିଆର୍‌ ଷ୍ଟାଫମାନେ ଜାଣନ୍ତି। ବୁଧବାର ବିଳମ୍ବିତ ରାତିରେ ପିସିଆରରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଆମେ ଜାଣିଲେ କ’ଣ କରିପାରିବୁ। ସେମାନଙ୍କ ସହ ପାଟିତୁଣ୍ଡ କରି ଲାଭ ନାହିଁ। ସେମାନେ ଯାହା କରୁଛନ୍ତି କରନ୍ତୁ। ଏପରି କି କାର୍ଯ୍ୟାନୁଷ୍ଠାନ ନେବାକୁ କହିବାରୁ ପୋଲିସ କର୍ମଚାରୀଙ୍କ ଉତ୍ତର ଥିଲା, ଏହା ଆମ ଥାନା ଭିତରେ ଆସୁନି। ଯାଅ ଜିଆର୍‌ପି ଥାନାରେ କୁହ ବୋଲି ପୋଲିସ କର୍ମଚାରୀ ଜଣଙ୍କ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri