ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ୨୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଲୋକମାନେ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଉପରେ ସଚେତନ ଥିବା ପୋଲିସ ଅଧିକାରୀ ଏହି ଘଟଣାରେ ନୀରବ ଦ୍ରଷ୍ଟା ସାଜିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା
ମିଳିଥିବା ସୁଚନା ଅନୁଯାୟୀ, ଚାରବାହାଲ ଅଧୀନ ଥିବା ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନାଙ୍କ ବଦଳି ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ା ଫାଣ୍ଡି ଅଧିକାରୀ ଜେନାଙ୍କ ବଦଳି ପଛରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀଙ୍କ ହାତ ଥିବା ଅଭିଯୋଗ କରି ଗୁରୁବାର ସ୍ଥାନୀୟ ଲୋକେ ଚାରବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ। ପରେ ସରପଞ୍ଚଙ୍କ ସ୍ବାମୀ ମୀନକେତନ ଦଳପତି ଘଟଣା ସ୍ଥଳକୁ ଆସି ଏଥିରେ ମୋର ହାତ ନ ଥିବା ଲୋକଙ୍କୁ କହିଥିଲେ। ଏ ସମ୍ପର୍କରେ ଖବର ପାଇ ମୋଟେର ନୂଆ ଫାଣ୍ଡି ଅଧିକାରୀ ଅଜୟ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଲୋକମାନେ ସାମାଜିକ ଦୂରତ୍ୱ ନିୟମକୁ ଭୁଲିଯାଇ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିଲେ। ପରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି ଓ କୋକସରା ଆଇଆଇସି ବାସୁଦେବ ଛତ୍ରିଆ ଘଟଣା ସ୍ଥଳକୁ ଆସି ଲୋକଙ୍କୁ ଘରକୁ ଯିବା ପାଇଁ କହିଥିଲେ। ଏ ସଂକ୍ରାନ୍ତରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧର କହିଛନ୍ତି ଉକ୍ତ ଘଟଣା ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri