ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର ଲୋକେ ହଇରାଣ ହେଉଛନ୍ତି। ଟେଲାପାଲି ବଜାରକୁ ଆସି ଫିରିଙ୍ଗିଆ କିମ୍ବା ଫୁଲବାଣୀ ଯିବାକୁ ହେଲେ ନାଳ ପାର ହେବାକୁ ପଡୁଛି ା ମୁଖ୍ୟତଃ ଅଧିକ ସମସ୍ୟା ଭୋଗୁଛନ୍ତି ସ୍କୁଲ ପିଲାମାନେ ା ଏହି ଗ୍ରାମର ପିଲାମାନେ ଟେଲାପାଲି ସେବାଶ୍ରମକୁ ପ୍ରତିଦିନ ନଦୀ ପାର ହୋଇ ଆସୁଛନ୍ତି। ପୋଲ ନିର୍ମାଣ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ ା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ା
ଡିଣ୍ଡିରାଗାଁ ପଞ୍ଚାୟତର ଶିକୁଲିପଦର ଗ୍ରାମବାସୀ ବର୍ଷା ଦିନ ଆସିଲେ ଛାନିଆ ହୋଇପଡ଼ନ୍ତି। ଗ୍ରାମରେ ୧୫୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ୬ କିମି ପାହାଡ ଡେଇଁ ସେମାନଙ୍କୁ ଯିବାକୁ ପଡିଥାଏ ା ବିଲ ହିଡ ପାଦ ଚଲା ରାସ୍ତାକୁ ଯେଉଁ ନାଳ ସଂଯୋଗ କରୁଛି ସେଥିର ଥିବା ଶଂଖ(ପୋଲ) ଭାଂଗି ଯାଇଛି ା ଆଜି ପର୍ଯ୍ୟ‘ ନୂଆ ଶଂଖ ନିର୍ମାଣ ହେଉନାହିଁ ା ଏବେ ନାଳରେ ଅଧିକ ପାଣି ା ପିଲାମାନେ ବାଧ୍ୟ ହୋଇ ନାଳ ଭିତରେ ପସି ଟେଲାପାଲି ସ୍କୁଲକୁ ଯାଉଛ‘ି ା ସେହିପରି ଗ୍ରାମର ଲୋକେ ନାଳ ପାର ହୋଇ ଫିରିଂଗିଆ କିମ୍ବା ଫୁଲବାଣୀକୁ ଯାତାୟତ କରୁଛ‘ି ା ଏହି ଶଂଖ ପାଖରୁ ହିଁ ସବୁଦିନିଆ ରାସ୍ତା ଅନ୍ୟ ଆଡକୁ ଲମ୍ବିଛି ା ଗର୍ଭବତୀ ମହିଳାଙ୍କୁ ମେଡିକାଲ ଆଣିବାକୁ ହେଲେ ପ୍ରଥମେ ଭାରରେ ହିଡ ରାସ୍ତା ଦେଇ ନଦୀ ପାର ହେବାକୁ ପଡୁଛି ା ପ୍ରାୟ ୧୫ ବର୍ଷ ପୂର୍ବେ ପୋଲ ଭାଂଗି ଯାଇଛି ା ଆମେ ନାଳରେ ପସି ଯିବାକୁ ବାଧ୍ୟ ହେଉଛୁ ା ବର୍ଷା ଦିନରେ ପାହାଡ ଡେଇଁ ସରୁକୋଇ ଦେଇ ପଂଚାୟତ କାର୍ଯ୍ୟାଳୟ ସମେତ ବଜାରକୁ ଯାଇଥାଉ ା ଏହି ସମୟରେ କାହାର ଦେହ ଖରାପ ହେଲେ କଥା ସରିଲା ା କାନ୍ଧରେ ଭାର କରି ନେବାକୁ ପଡିଥାଏ ା ଯାହା ଅତ୍ୟ‘ କଷ୍ଟକର ା ତେଣୁ ସରକାର ଏବଂ ପ୍ରଶାସନ ସମସ୍ୟାର ସମାଧାନ କରିବା ନିହାତି ଦରକାର ବୋଲି ୱାର୍ଡମେମ୍ବର ପ୍ରଦୀପ ସାହାଣୀ, ବଡଣା କହଁର, ରୀନା କହଁର, ନଳିନୀ କହଁର, ସୁବାସିନୀ କହଁର, ଦିଲ୍ଲୀପ କହଁର, ପିତବାସ କହଁର ପ୍ରମୁଖ ପ୍ରକାଶ କରିଛ‘ି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri