Posted inଖେଳ

ପେସାଦାର ମହିଳା ଫୁଟବଲର

ମାତ୍ର ୧୦ ବର୍ଷ ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ
ଖେଳିବା ଆରମ୍ଭ କରିଥିବା ମହିଳା ଷ୍ଟ୍ରାଇକର ବାଲା ଦେବୀ ଏବେ ଇତିହାସ ସୃଷ୍ଟି କରିଛନ୍ତି। ସେ ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ପ୍ରଥମ ଭାରତୀୟ ଫୁଟବଲର ଭାବେ ଏହି କ୍ଲବ୍‌ ସହ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି…

ଭାରତର ଉତ୍ତରପୂର୍ବାଞ୍ଚଳ ଜାତୀୟ ମୁଖ୍ୟ ସ୍ରୋତରୁ ପଛରେ ପଡିବା କଥା ସମସ୍ତେ ଜାଣନ୍ତି।ତେବେ କ୍ରୀଡ଼ା କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକର ଦେଶ ପାଇଁ ଯଥେଷ୍ଟ ଅବଦାନ ରହିଛି। ଜାତୀୟ କ୍ରୀଡ଼ା ହକିଠାରୁ ଆରମ୍ଭ କରି ଫୁଟବଲ, ଆଥ୍‌ଲେଟିକ୍ସ, ବକ୍ସିଂ, ଶୁଟିଂ ଏପରି କି ପ୍ରାୟ ସବୁ ଖେଳରେ ଏହି ଅଞ୍ଚଳର କ୍ରୀଡ଼ାବିତ୍‌ମାନେ ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଅଲିମ୍ପିକ୍ସ ପଦକ ବିଜୟିନୀ ଏମ୍‌ ମେରୀକମ। ସେହିପରି ଫୁଟବଲର ବାଇଚୁଙ୍ଗ ଭୂତିଆ, ବକ୍ସର ଏଲ୍‌ ସରିତା ଦେବୀ, ତୀରନ୍ଦାଜ ଜୟନ୍ତ ତାଲୁକଦାର, ଓ୍ବେଟଲିଫ୍ଟର କେ. ସଞ୍ଜିତା ଚାନୁ, ମୀରାବାଇ ଚାନୁ, ମହିଳା ଜିମ୍ନାଷ୍ଟ ଦୀପା କର୍ମାକର ଓ ଆହୁରି ଅନେକ।
ଏବେ ଏହି ଅଞ୍ଚଳରୁ ଆସିଥିବା ଅଭିଜ୍ଞ ମହିଳା ଫୁଟବଲର ତଥା ତାରକା ଷ୍ଟ୍ରାଇକର ନାଙ୍ଗମ ବାଲା ଦେବୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଣିପୁର ଜନ୍ମିତ ଏହି ମହିଳା ଫୁଟବଲର ଏବେ ଅନ୍ତର୍ଜାତୀୟ କ୍ଲବରେ କମାଲ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଶ୍‌ ନାମ କମାଇଥିବା ବାଲା ଦେବୀ ସ୍କଟଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଚୁକ୍ତି କରି ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ଫୁଟବଲ୍‌ରେ ଏହା ପ୍ରଥମ ଘଟଣା ସାବ୍ୟସ୍ତ ହୋଇଛି।
ଭାରତୀୟ ଫୁଟବଲ୍‌ରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ କ୍ଲବ ସହ ଜଣେ ଖେଳାଳି ଚୁକ୍ତି କରିଛନ୍ତି। ରେଞ୍ଜର୍ସ ସହ ବାଲା ଦେବୀ ଏକ ୧୮ମାସିଆ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଗତ ନଭେମ୍ବରରେ ଅନୁଷ୍ଠିତ ରେଞ୍ଜର୍ସର ଟ୍ରାଏଲ୍‌ରେ ୨୯ ବର୍ଷୀୟା ବାଲା ଦେବୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହିତ ପ୍ରଥମ ଭାରତୀୟ ମହିଳା ପେସାଦାର ଫୁଟ୍‌ବଲର ଭାବେ ବାଲା ଦେବୀ ଏଭଳି ଚୁକ୍ତି କରିଛନ୍ତି। ସେ ମଧ୍ୟ ରେଞ୍ଜର୍ସର ପ୍ରଥମ ଏସୀୟ ମହିଳା ଅନ୍ତର୍ଜାତୀୟ ଫୁଟ୍‌ବଲର ସାବ୍ୟସ୍ତ ହୋଇଛନ୍ତି।
ବାଲା ଦେବୀ ଏପର୍ଯ୍ୟନ୍ତ ଭାରତ ପାଇଁ ୫୮ଟି ମ୍ୟାଚ୍‌ ଖେଳି ସର୍ବାଧିକ ୫୨ଟି ଗୋଲ ସ୍କୋର କରିଛନ୍ତି। ଦକ୍ଷିଣ ଏସିଆରେ ସେ ସର୍ବାଧିକ ଅନ୍ତର୍ଜାତୀୟ ଗୋଲସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଘରୋଇ ଫୁଟ୍‌ବଲରେ ବାଲା ଦେବୀ ୧୨୦ଟି ମ୍ୟାଚ୍‌ ଖେଳି ୧୦୦ ଗୋଲ ସ୍କୋର କରିବା ସହ ରେକର୍ଡ କରିଛନ୍ତି। ଗତ ଦୁଇଟି ସେସନରେ ସେ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୫ ଓ ୨୦୧୬ରେ ସେ ଦୁଇଥର ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓମେନ୍ସ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ରେଞ୍ଜର୍ସ ସହ ଚୁକ୍ତି କରିବା ଓ ଖେଳିବା ମୋ ପାଇଁ ଏକ ସ୍ବପ୍ନ ସତ ହେବା ଭଳି ଘଟଣା ବୋଲି ବାଲା କହିଛନ୍ତି। ଏହା ମୋ ପାଇଁ ଏକ ଉପଲବ୍ଧି ବୋଲି ସେ କହିଛନ୍ତି।
ବାଲା ଦେବୀ ମଣିପୁରର ବିଷ୍ଣୁପୁର ଜିଲାରେ ୧୯୯୦ ଫେବୃୟାରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେତେବେଳେ ଝିଅମାନେ ଫୁଟବଲ ଖେଳୁ ନ ଥିଲେ। ତେବେ ପୁଅପିଲା ଫୁଟବଲ ଖେଳିବା ଦେଖିଥିଲେ। ପ୍ରଥମେ ପୁଅଙ୍କ ସହ ସେ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। କେତେକ ତାଙ୍କୁ ଏଥିରୁ ବାରଣ କରିଥିଲେ ଓ ଆଉ କେତେକ ସମର୍ଥନ କରିଥିଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ୧୯ ବର୍ଷରୁ କମ୍‌ ଦଳରେ ସାମିଲ ହୋଇଥିଲେ। ଏହାପରେ ରାଜ୍ୟ ଦଳ ପାଇଁ ସେ ପ୍ରତିନିଧିତ୍ୱ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।
୨୦୦୨ରେ ଆସାମରେ ଆୟୋଜିତ ୧୯ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ମଣିପୁର ତରଫରୁ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ସର୍ବାଧିକ ଗୋଲ ସ୍କୋର କରି ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୦୩ରେ ସେ ପୁଣି ଥରେ ଏହି ପୁରସ୍କାର ହାସଲ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ସର୍ବାଧିକ ଗୋଲ ସ୍କୋର କରିବାର ସଫଳତା ଅର୍ଜନ କରିଥିଲେ। ସେ ୨୦୧୪ରେ ସିନିୟର ଦଳ ତରଫରୁ ଅଂଶଗ୍ରହଣ କରିଥିଲେ। ମଣିପୁର ପୋଲିସ ଡିପାର୍ଟମେଣ୍ଟ ପାଇଁ କାର୍ଯ୍ୟକରୁଥିବା ବାଲା ଦେବୀ ୨୦୧୦, ୨୦୧୪ ଓ ୨୦୧୬ରେ ସାଫ ମହିଳା ଚାମ୍ପିୟନଶିପ୍‌ ହାସଲ କରିଥିଲେ। ସେହିପରି ସାଉଥ ଏସିଆନ ଗେମ୍ସରେ ସେ ୨୦୧୦ ଓ ୨୦୧୬ରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏବେ ରେଞ୍ଜର୍ସ ତରଫରୁ ଖେଳି ସେ ଅନ୍ତର୍ଜାତୀୟସ୍ତରରେ ନିଜ ଦେଶକୁ ଗୌରବାନ୍ବିତ କରିବେ ବୋଲି ଆଶା କରାଯାଉଛି।

ନାମ- ନାଙ୍ଗମ ବାଲା ଦେବୀ
ଜନ୍ମ- ମଣିପୁର
ପ୍ଲେଇଂ ପୋଜିଶନ- ଷ୍ଟ୍ରାଇକର
ଅନ୍ତର୍ଜାତୀୟ ମ୍ୟାଚ୍‌- ୫୮
ଗୋଲ – ୫୨
ଏବେକାର ଦଳ- ରେଞ୍ଜର୍ସ
ପ୍ରତିନିଧିତ୍ୱ- ୧୬, ୧୯ ବର୍ଷରୁ କମ୍‌ ଦଳ ଓ ଭାରତ ସିନିୟର ଦଳ
ପୁରସ୍କାର: ୨୦୧୪, ୨୦୧୫ ଏଆଇଏଫ୍‌ଏଫ୍‌ ଓମ୍ୟାନ ଫୁଟବଲର ଅଫ୍‌ ଦି ଇୟର।
ସାଫ୍‌ ମହିଳା ଚାମ୍ପିୟନଶିପ: ଟାଇଟଲ (୨୦୧୦, ୨୦୧୪, ୨୦୧୬)
ସାଉଥ ଏସିଆନ ଗେମ୍ସ: ୨ ସ୍ବର୍ଣ୍ଣ(୨୦୧୦, ୨୦୧୬)


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri