ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ ଯେଉଁ ବେଗରେ ଘୂରୁଥିଲା ତାହା ଧିମା ପଡିଯିବାରୁ ଚନ୍ଦ୍ର ଧୀରେ ଧୀରେ ପୃଥିବୀଠାରୁ ଦୂରେଇ ଯାଉଛି। ନାସାର ଜେଟ୍‌ ପର୍ପଲ୍‌ସନ ଲାବୋରେଟୋରିର ମୁଖ୍ୟ ମାଥ୍ୟୁ ଫୁଙ୍କେ କହନ୍ତି,ଚନ୍ଦ୍ରମାର ଗା୍ରଭିଟି ଯୋଗୁ ପୃଥିବୀରେ ଏକ ତରଙ୍ଗ ସୃଷ୍ଟି ହୁଏ , ଯାହା ଫଳରେ ପୃଥିବୀ ତା’କକ୍ଷ ପଥରେ ଅଧିକ ବେଗରେ ଘୂରିଥାଏ। ଏବେ ଚନ୍ଦ୍ର ଦୂରେଇ ଯାଉଥିବାରୁ ପୃଥିତ୍ବୀ କକ୍ଷ ଓ ଅକ୍ଷରେ ଘୂରିବାର ବେଗ ଧିମା ପଡିଯାଉଛି ଓ ଏହାଯୋଗୁ ପୃଥିତ୍ବୀରେ ଭୂମିକମ୍ପ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ବିଶ୍ୱରେ ଯେତେ ଗ୍ରହ ଉପଗ୍ରହ ଅଛନ୍ତି ସେମାନେ ଯେମିତି ବି ଗତି କରନ୍ତୁ ନା କାହିଁକି ସେମାନଙ୍କ ଆଙ୍ଗୁଲାର ମୁମେଣ୍ଟମ ସମାନ ରହିଥାଏ। ଏବେ ପୃଥିବୀର ଆଙ୍ଗୁଲାର ମୁଭମେଣ୍ଟ ପ୍ରଭାବିତ ହେବା ଯୋଗୁ ଚନ୍ଦ୍ରମା ତହା ହାସଲ କରିବା ପାଇଁ ପୃଥିବୀ ଠାରୁ ଦୂରେଇ ଯାଉଛି। ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତି ବର୍ଷ ଚନ୍ଦ୍ରମା କକ୍ଷଠାରୁ ଦେଢ ଇଞ୍ଚ ଦୂରେଇ ଯାଉଛି। ଏହି କାରଣରୁ ପୃଥିବୀରେ ଏବେ ବଡ଼ ଭୂମିକମ୍ପ ହେଉଛି ଓ ଆଗକୁ ଆହୁରି ଅଧିକ ତୀବ୍ରତାବିଶିଷ୍ଟ ଭୂମିକମ୍ପ ହେବାର ଆଶଙ୍କା ରହିଛି ବୋଲି ନାସା ପକ୍ଷରୁ ପ୍ରକାଶ କରାଯାଇଛି। କଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ରୋଜର ବିଲିହାମ ଏବଂ ମୋଣ୍ଟାନା ବିଶ୍ୱବିଦ୍ୟାଳୟର ଗବେଷକ ରେବେକା ବେଣ୍ଡିକ୍‌ଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ,୧୯୦୦ ମସିହା ପରେ ୭ ତୀବ୍ରତାବଶିଷ୍ଟ ଭୂମିକମ୍ପ ଅଧିକ ହୋଇଛି। ବିଂଶ ଶତାବ୍ଦୀର ଶେଷ ପାଞ୍ଚ ବର୍ଷର ଏହାଠାରୁ ଅଧିକ ତୀବ୍ରତାବିଶିଷ୍ଟ ଭୂମିକମ୍ପ ହେବା ଲକ୍ଷ୍ୟ କରାଯାଇଛି। ବୈଜ୍ଞାନିକମାନେ ପ୍ରତିବର୍ଷ ୨୦-୩୦ଟି ଅଧିକ ତୀବ୍ରତାର ଭୂମିକମ୍ପ ରେକର୍ଡ କରିଛନ୍ତି ,ଯାହାମଧ୍ୟରେ ୧୫ ପ୍ରତିଶତ ଅଧିକ ତୀବ୍ରତାର ଭୂମିକମ୍ପ ରହିଛି।
ଏହା ପୂର୍ବରୁ ଇଂଲଣ୍ଡର ବୈଜ୍ଞାନିକ ମାଇକେଲ ଷ୍ଟଓ୍ବଂସ କହିଥିଲେ କି, ପୃଥିବୀ ଯଦି ଘୂରିବା ବନ୍ଦକରିଦେବ ତେବେ ଏହା ପୃଷ୍ଠରେ ୧୬୭୦ କିଲୋମିଟର ବେଗରେ ପବନ ବହିବ ,ଚୁମ୍ବକୀୟ କ୍ଷେତ୍ର ବି ଶେଷ ହୋଇଯିବ ,ପ୍ରାଣଘାତକ ବିକିରଣ ନର୍ଗମନ ହୋଇ ପୂରା ଜୀବଜଗତକୁ ନଷ୍ଟ କରିଦେବ। ଅଣ୍ଡାକୃତି ପୃଥିବୀ ଗୋଲାକାର ହୋଇଯିବ। ପୃଥିବୀରେ ବର୍ଷର ଅଧା ସମୟ ରାତି ଓ ଅଧା ଦିନ ହୋଇ ରହିବ। କିନ୍ତୁ ନାସାର ବୈଜ୍ଞାନିକମାନେ କହନ୍ତି, ଏହା ଘଟିବାକୁ କୋଟି କୋଟି ବର୍ଷ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri