ପୃଥକ୍‌ ସଂଗ୍ରହ ହେବ ଓଦା, ଶୁଖିଲା ବର୍ଜ୍ୟ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସଭାଗୃହରେ ବର୍ଜ୍ୟ ସଂଗ୍ରହ ଜନିତ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପ୍ରତ୍ୟେକ ପରିବାରରୁ ପୃଥକ୍‌ ଭାବେ ସଂଗ୍ରହ କରିବାକୁ ଚାଲୁ ରହିଥିବା ଚେଷ୍ଟା ଅତିଶୀଘ୍ର ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି। ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯ ସଙ୍ଗଠନରୁ ୪୦ ଏସ୍‌ଏଚ୍‌ଜି ସଦସ୍ୟା, ୫ ସ୍ବେଚ୍ଛାସେବୀ ସଙ୍ଗଠନ, ୱାର୍ଡ ଅଫିସର ଏବଂ ସାନିଟାରି ଇନ୍ସପେକ୍ଟର ଯୋଗ ଦେଇଥିଲେ।
ଭୁବନେଶ୍ୱରରେ ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଏବଂ ୧୦ ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆର୍‌ଏଫ୍‌) କାମ ଆଗେଇ ଚାଲିଛି। ୧୨ ନଂ. ଏବଂ ୧୭ ନଂ ୱାର୍ଡରେ ପ୍ରଥମ କରି ଏହି କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚୟନ ହୋଇଥିବା ଏସ୍‌ଏଚ୍‌ଜି ମହିଳାମାନେ କିଭଳି ଘରକୁ ଘର ବୁଲି ବର୍ଜ୍ୟର ପୃଥକୀକରଣ ବାବଦରେ ଲୋକଙ୍କୁ ବୁଝାଇବେ ସେ ବାବଦରେ କୁହାଯାଇଥିଲା। ତେବେ ରାଜ୍ୟର ଅନ୍ୟ ପୌରସଂସ୍ଥାଙ୍କଠାରୁ ବିଏମ୍‌ସି ସର୍ବାଧିକ ଏମ୍‌ସିସି କରିବାକୁ ଯାଉଥିବାବେଳେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି।
ଆସନ୍ତା ସପ୍ତାହରେ ବିଏମ୍‌ସିର ୧୨ ନଂ. ଏବଂ ୧୭ ନଂ ୱାର୍ଡ଼ରୁ ପୃଥକ୍‌ ଭାବେ ବର୍ଜ୍ୟ ସଂଗ୍ରହ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ନକ୍ସା ପ୍ରସ୍ତୁତି କରିଛନ୍ତି। ପ୍ରାରମ୍ଭରୁ ଏକ ସୁସ୍ଥ ବାତାବରଣ ମଧ୍ୟରେ ଏହା ଆରମ୍ଭ କରାଯିବ ବୋଲି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି। ଉକ୍ତ ଦୁଇ ୱାର୍ଡକୁ ସମୁଦାୟ ୯ କ୍ଲଷ୍ଟର୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ କ୍ଲଷ୍ଟର୍‌ ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନିୟମିତ ଭାବେ ପୃଥକ୍‌ କରି ବର୍ଜ୍ୟ ରଖିବାରେ ଆଗେଇ ଆସୁଥିବା ପରିବାରଙ୍କୁ ସ୍ବଚ୍ଛ ଗୃହର ଆଖ୍ୟା ଦିଆଯିବ ବୋଲି ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri