Posted inଖେଳ

ପୂର୍ବତନ ରଣଜୀ କ୍ରିକେଟରଙ୍କୁ ହତ୍ୟା ଅଭିଯୋଗରେ ପୁଅଙ୍କୁ ଗିରଫ କଲା ପୋଲିସ

ଥିରୁଭାନନ୍ତପୁରମ, ୧୧।୬-  ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କର ନିଜ ବାସବଭନରେ ମୃତ୍ୟୁ ଘଟିଛି। ମାତ୍ର ତାଙ୍କ ମୃତ୍ୟୁ ସହ ଜଡ଼ିତ ଥିବା ଅଭିଯୋଗରେ ଥିରୁଭାନନ୍ତପୁରମସ୍ଥିତ ଫୋର୍ଟ ପୋଲିସ ତାଙ୍କ ପୁଅ ଅଶ୍ୱିନଙ୍କୁ ଗିରଫ କରିଛି। ଉଭୟ ବାପା ଓ ପୁଅ ମନକାଉଦ୍‌ସ୍ଥିତ ବାସଭବନରେ ଏକାଠି ରହୁଥିଲେ। ଥାମ୍ପିଙ୍କ ମୃତ୍ୟୁ ଖବର ସୋମବାର ଜଣାପଡ଼ିଥିଲା। ମାତ୍ର ଫୋର୍ଟ ପୋଲିସର କହିବା ଅନୁସାରେ ଥାମ୍ପିଙ୍କ ମୃତ୍ୟୁ ୩୬ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା। ତାଙ୍କ ଘରୁ ଦୁର୍ଗନ୍ଧ ଆସୁଥିବା ପଡ଼ିଶା ପୋଲିସକୁ ଅଭିଯୋଗ କରିବାପରେ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ଆସିବାପରେ ରହସ୍ୟ ଉପରୁ ପରଦା ହଟିଥିଲା। ମୁଣ୍ଡରେ ଜୋରରେ ଆଘାତ ହିଁ ଜୟମୋନଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିଥିଲା। ବାପାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଅଶ୍ୱିନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ ଅର୍ଥପାଇଁ କଳହ ହିଁ ଏହା ପଛର ମୁଖ୍ୟ କାରଣ ରହିଥିଲା।
”ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ ବରଂ କ୍ରୋଧର ବଶବର୍ତ୍ତୀ ହୋଇ ହଠାତ୍‌ ଏପରି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ କଳି ସମୟରେ ଥାମ୍ପିଙ୍କ ନାକକୁ ଅଶ୍ୱିନ ଆଘାତ କରିଥିଲା। ଏଥିରେ ଥାମ୍ପି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯାଇଥିଲେ“ ବୋଲି ଫୋର୍ଟର ସହକାରୀ କମିଶନରଙ୍କ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁସାରେ ଅଶ୍ୱିନ ସେତେବେଳେ ମଦ ପିଇଥିଲେ ଏବଂ ଅର୍ଥ ପାଇଁ କଳି କରିଥିଲେ। ଅଶ୍ୱିନ ଏଟିଏମ କାର୍ଡ ମାଗିଥିଲେ ମାତ୍ର ଥାମ୍ପି ତାହାକୁ ଦେବାକୁ ରାଜି ନ ଥିଲେ। ନିଜ ଉପରେ ନିୟନ୍ତ୍ରଣ ନ ଥିବାରୁ ସମ୍ଭବତଃ ଘଟଣା ପରେ ଥାମ୍ପି ମରି ଯାଇଥିବା ଅଶ୍ୱିନ ଜାଣିପାରି ନ ଥିଲେ ବରଂ ସେ ଶୋଇ ପଡ଼ିଛନ୍ତି ବୋଲି ଭାବିଥିବା ପୋଲିସକୁ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୧୯୮୨ରୁ ୮୪ ପର୍ଯ୍ୟନ୍ତ ଥାମ୍ପି କେରଳ ରଣଜୀ ଦଳର ଜଣେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଥିଲେ। ସେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋର(ଏସବିଟି) ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri