ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ ଘରେ ମଧ୍ୟ ଦେଖିବାକୁ ମିଳିଛି ପାର୍ବଣର ମାହୋଲ। ପୂଜା ବଜାର ହୋଇଉଠିଛି ଚଳଚଞ୍ଚଳ। ପୂଜା ଶପିଂ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଗଦା ଗଦା ଅଫର୍‌ ଲୋକଙ୍କୁ ଆକୃଷ୍ଟ କରୁଛି। ତେବେ ଚଳିତ ପୂଜାରେ ଟ୍ରେଣ୍ଡରେ ଥିବା କିଛି ଫ୍ୟାଶନକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ନୂଆ ଡିଜାଇନରେ ଖଦି

ଫ୍ରିଡମ୍‌ ଫ୍ୟାବ୍ରିକ୍‌ କୁହାଯାଉଥିବା ଖଦି ଏବେ ନୂଆ ଡିଜାଇନ୍‌ ଓ ନୁଆ ପ୍ରିଣ୍ଟ ଯୋଗୁ ଯୁବପିଢୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅତ୍ୟାଧୁନିକ ଡିଜାଇନ୍‌ରେ ପ୍ରସ୍ତୁତ ଖଦି ବସ୍ତ୍ର ଏବେ ମିଲେନିଆଲ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ସେହିଭଳି ଡିଜିଟାଲ ପ୍ରିଣ୍ଟ୍‌ ଖଦିକୁ ପୁଣିଥରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାବ୍ୟତୀତ ସଷ୍ଟେନେବୁଲ ଫ୍ୟାଶନ କ୍ଷେତ୍ରରେ ଖଦି ଏକ ଗୁରୁତ୍ୱପୁର୍ଣ୍ଣ ଫ୍ୟାବ୍ରିକ୍‌ ହୋଇଥିବାରୁ ଡିଜାଇନର୍‌ମାନେ ଖଦିକୁ ଅଧିକ ଗୁରୁ୍‌ତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଫଙ୍କି ସାର୍ଟ, ଗ୍ରାଫିକ୍‌ ପ୍ୟାଣ୍ଟ୍‌ସୁଟ୍‌, ଅନାରକଲି ସୁଟ୍‌, ଟ୍ୟୁନିକ୍ସ ଭଳି ନୂଆ ଖଦି ଫ୍ୟାଶନ ପୂଜା ଫ୍ୟାଶନରେ ସାମିଲ ହୋଇଛି। ଖଦି ଓ ଗ୍ରାମ୍ୟେଦ୍ୟୋଗ ଆୟୋଗ ପକ୍ଷରୁ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦିବଜାର ୨୦୧୯’ରେ ଏଭଳି ଏକାଧିକ ଅପସନ୍‌ ରହିଛି।

ଟ୍ରାଡିଶନାଲ ଡ୍ରେସ୍‌
ଫ୍ୟାସନ କ୍ଷେତ୍ରରେ ସର୍ବଦା ଅପ୍‌-ଟୁ-ଡେଟ୍‌ ରହୁଥିବା ଯୁବତୀମାନେ ଏହି ପୂଜାରେ ପାରମ୍ପରିକ ପୋଷାକ ପରିଧାନ ଉପରେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ପୂଜାରେ ଟ୍ରାଡିସନାଲ ଲୁକ୍ସରେ ସମସ୍ତେ ନିଜକୁ ସଜାଇବାକୁ ଚାହୁଁଥିବା ବେଳେ ପୂଜା ବଜାରରେ ଟ୍ରାଡିସନାଲ ୱେୟାରର ଅଧିକ ଡିମାଣ୍ଡ ରହିଛି। ପାରମ୍ପରିକ ଶାଢୀ ଏବଂ ସାଲୱାର ସୁଟ୍‌ ଏବେବି ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି। ତେବେ ଚଳିତ ପୂଜାରେ ବଜାରକୁ ଆସିଥିବା ନୂଆ ଫେଷ୍ଟିଭ୍‌ କଲେକ୍ସନ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଶେଷକରି ସର୍କୁଲାର ଅନାରକଲି, ଟ୍ରି ଟ୍ରଙ୍କ୍‌ ଅନାରକଲି, କ୍ରପ୍‌ ଟପ୍‌ ଓ ଟ୍ୟୁନିକ୍ସ, ସରାରା, ଷ୍ଟ୍ରେଟ୍‌ କୁର୍ତ୍ତା ଏଥର ଟ୍ରେଣ୍ଡରେ ଥିବାବେଳେ ରଫଲ୍‌ଡ ଶାଢୀ, ଇଣ୍ଡୋ-ଓ୍ବେଷ୍ଟର୍ନ ଲେହେଙ୍ଗା, କ୍ରପ୍‌ ଟପ୍‌ ସହ ମ୍ୟାକ୍ସି ସ୍କର୍ଟ, ଏଥିନିକ୍‌ ଗାଉନ୍‌ ନୂଆ ନୂଆ ପୂଜା ଫ୍ୟାଶନରେ ସାମିଲ ହୋଇଛି। ତେବେ ର’ ସିଲ୍କ, ଚାଇନା ସିଲ୍କ, ଟସର, ଅର୍ଗାଞ୍ଜା, ଜର୍ଜେଟ୍‌, ନେଟ୍‌ ଏବଂ ସାଟିନ୍‌ ଭଳି ହାଲ୍‌କା ଫ୍ୟାବ୍ରିକ୍‌ର ଅଧିକ ଡିମାଣ୍ଡ ରହୁଛି। କିଛିଦିନ ଧରି ଡାଉନ୍‌ମାର୍କେଟ୍‌ ହୋଇଯାଇଥିବା ଅନାରକଲି ଏଥର ପୁଣିଥରେ ନୂଆ ରୂପରେ ବାଜରକୁ ଆସିଛି। ସର୍କୁଲାର ଅନାରକଲି, ଟ୍ରି ଟ୍ରଙ୍କ୍‌ ଅନାରକଲି ଭଳି ନୂଆ ଡିଜାଇନ୍‌ ବଡ଼ ବଡ଼ ଡିଜାଇନରଙ୍କ କଲେକ୍ସନରେ ଦେଖିବାକୁ ମିଳିଛି। ମିକ୍ସଡ୍‌ ଆଣ୍ଡ୍‌ ମ୍ୟାଚ୍‌ ଫ୍ୟାଶନ ଏବେକାର ସମୟରେ ସବୁଠାରୁ ଲୋକପ୍ରିୟ ଟ୍ରେଣ୍ଡ୍‌ ହୋଇଥିବା ବେଳେ ଓ୍ବେଷ୍ଟର୍ନକୁ ଡ୍ରାଡିଶନାଲ ସହ ମିଶାଇ ପିନ୍ଧିବାକୁ ଅଧିକାଂଶ ପସନ୍ଦ କରୁଛନ୍ତି। ଟ୍ୟୁନିକ୍ସ ସହ ଟେଲ୍‌ରଡ ପ୍ୟାଣ୍ଟ, କ୍ରପ୍‌ ଟପ୍‌ ଏବଂ ମ୍ୟାକ୍ସି ସ୍କର୍ଟ ଏହାର ଏକ ଭଲ ଉଦହରଣ ବୋଲି କୁହାଯାଇପାରେ। ସେହିଭଳି ଟ୍ରାଡିଶନାଲ ପୋଷାକ ସହ ଓ୍ବେଷ୍ଟର୍ନ ବା ଷ୍ଟେଟ୍‌ମେଣ୍ଟ ଜୁଏଲାରୀ ଏବଂ ଓ୍ବେଷ୍ଟର୍ନ ପୋଷାକ ସହ ପାରମ୍ପରିକ ଜୁଏଲାରୀର ବିଶେଷ ଚାହିଦା ରହିଛି।

ମେନ୍ସ ଫ୍ୟାଶନରେ କୁର୍ତ୍ତା ପାଇଜାମା
ପୁଜାରେ କେବଳ ଓ୍ବିମେନ ଫ୍ୟାଶନ ନୁହେଁ, ମେନ୍‌ ଫ୍ୟାଶନର ମଧ୍ୟ ଡିମାଣ୍ଡ ରହିଥାଏ। ଆଜିକାଲିର ଯୁବପିଢ଼ୀ ନିଜକୁ ସବୁବେଳେ ଡିଫରେଣ୍ଟ ଲୁକ୍‌ରେ ଦେଖିବାକୁ ଚାହାନ୍ତି। ପୂଜା ସମୟ ଆସିଲେ ମେନ୍‌ ଫ୍ୟାଶନ ଟ୍ରେଣ୍ଡ୍‌କୁ ଫଲୋ କରନ୍ତି। ଏଥର ଦଶହରାରେ ପୁଅମାନଙ୍କ ପାଇଁ ଲାଇନେନ୍‌, ସିଲ୍କ, ବ୍ରୋକେଡ୍‌, କଟନ ଜୁଟ୍‌ ଏବଂ କଟନ ସିଲ୍କ ଭଳି ଫ୍ୟାବ୍ରିକର ବେଶୀ ଲୋକପ୍ରିୟତା ରହିଛି। ତେବେ ପୁଜାରେ ଏଥନିକ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ଟ୍ରାଡିସନାଲ କୁର୍ତ୍ତା ସହିତ ପାଇଜାମାର ଡିମାଣ୍ଡ ବହୁତ ରହିଛି। ରେଡ୍‌, ଅରେଞ୍ଜ, ବ୍ଲୁ ଓ ୟେଲୋ ରଙ୍ଗର କୁର୍ତ୍ତା ପିନ୍ଧିଲେ ଅଧିକ ଫ୍ୟାସନେବୁଲ ଲାଗନ୍ତି। ସେହିଭଳି ବ୍ରାଇଟ କଲର ଆଉଟଫିଟ୍‌ରେ ଡିଫରେଣ୍ଟ କଲର ଦୁପଟା ବର୍ତ୍ତମାନ ଆଉ ଏକ ଟ୍ରେଣ୍ଡ ଚାଲିଛି। ବସ୍ତ୍ର ପରିଧାନରେ ଧୋତିର ପରମ୍ପରା ବହୁ ଆଗରୁ ରହିଆସିଛି। କିିନ୍ତୁ ଧୋତି ସହିତ ଏକ ଓ୍ବେଷ୍ଟ କୋର୍ଟ ପିନ୍ଧିଲେ ଏହା ମର୍ଡନ ଓ ଷ୍ଟାଇଲିସ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri