Posted inଫୁରସତ

ପୁସ୍ତକାଳୟର ଗାଁ

ମହାରାଷ୍ଟ୍ରର ଭିଲାରଠାରେ ରହିଛି ଏକ ଛୋଟ ଗାଁ, ଯାହା ଗତ କିଛି ବର୍ଷ ହେବ ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କାରଣ ଏହି ଗାଁର ପ୍ରତ୍ୟେକ ଘରେ ରହିଛି ପୁସ୍ତକାଳୟ ବା ଲାଇବ୍ରେରୀ । ଏହି ଗାଁ ‘ପୁସ୍ତକାଚେ ଗାଓଁ’ ବା ‘ବୁକ୍‌ ଭିଲେଜ’ ଭାବେ ବେଶ୍‌ ପରିଚୟ ଲାଭ କରିଛି । ଏଠାରେ ବହିଗୁଡିକୁ ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇ ଗାଁର ୩୦ଟି ଘରେ ଅତି ଯତ୍ନର ସହ ସଜାଡି ରଖାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବିନା ମୂଲ୍ୟରେ ବିଭିନ୍ନ ପୁସ୍ତକ ଯଥା ଧର୍ମ, ସାହିତ୍ୟ, ପରିବେଶ, ଇତିହାସ, ଜୀବନୀ, ଆତ୍ମଜୀବନୀ, ଶିଶୁ ପତ୍ରିକା ଆଦି ବହି ପଢିବାର ସୁଯୋଗ ପାଇଥାନ୍ତି। ଆଜିର ଡିଜିଟାଲ ଯୁଗରେ ଲୋକେ ମୋବାଇଲ ଫୋନ୍‌ ଯୋଗେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ବେଳେ ଏହି ପୁସ୍ତକାଳୟ ଗାଁ ପର୍ଯ୍ୟଟକଙ୍କୁ ବିନା ମୂଲ୍ୟରେ ପଢିବାର ସୁଯୋଗ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନିକଟରେ ମହାରାଷ୍ଟ୍ର ସରକାର ଏହି ଗାଁକୁ ଭାରତର ପ୍ରଥମ ପୁସ୍ତକାଳୟ ଗାଁର ମାନ୍ୟତା ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri