Posted inଜାତୀୟ

ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୧୬।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ଗୁରୁବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ୍‌ ହୋଇଥିବାବେଳ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଦାଲିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଠାରେ ସିଆରପିଏଫ୍‌ ୧୮୨ ବାଟାଲିୟନ୍‌, ୧୮୩ ବାଟାଲିୟନ୍‌ ଏବଂ ଆର୍‌ଆର୍‌ ୫୫ ବାଟାଲିୟନ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଏନକାଉଣ୍ଟର ପରେ ସୁରକ୍ଷା ଦୃଷ୍ଟିରୁ ଏଠାରେ ସାମୟିକ କଫ୍ୟୁ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ବ୍ଲୁ ହ୍ୱେଲ୍ ପରେ Korean Lover Game ନେଉଛି ଛୁଆଙ୍କ ଜୀବନ! କେତେ ବିପଦ ଜାଣନ୍ତୁ

ନୂଆଦିଲ୍ଲୀ,୪।୨: ବ୍ଲୁ ହ୍ୱେଲ୍ ଗେମ୍ ପରେ, ଏବେ କୋରିଆନ୍ ଲଭର୍ ଗେମ୍ ଲୋକଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି । ଏହି ଗେମ୍ ଗୁଡ଼ିକରେ ଲୋକଙ୍କୁ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪…

ହେଲୋ…ମୋର ବିଶ୍ୱାସଘାତକ ବନ୍ଧୁ: ସଂସଦ ପରିସରରେ ରାହୁଲ-ରବନୀତ ଝଗଡା

ନୂଆଦିଲ୍ଲୀ,୪।୩: ସଂସଦ ପରିସରରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ…

ସୁପ୍ରିମକୋର୍ଟରେ SIR ଶୁଣାଣି, ମମତା କହିଲେ ପଶ୍ଚିମବଙ୍ଗ ପ୍ରତି ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୪।୨:  ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ମାମଲାର ଶୁଣାଣି କରିଛନ୍ତି। ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ…

ଇତିହାସ ରଚିଲେ ଏଲନ ମସ୍କ: ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୪।୨: ଟେସଲା ମାଲିକ ଏଲନ ମସ୍କ ଇତିହାସ ରଚିଛନ୍ତି। ମହାକାଶ କମ୍ପାନୀ ସ୍ପେସଏକ୍ସ (SpaceX) ତାଙ୍କର AI ଏବଂ ସୋସିଆଲ ମିଡିଆ ଫାର୍ମ xAI ଅଧିଗ୍ରହଣ କରିବା…

ମୋଦିଙ୍କୁ ସିଧା ଟାର୍ଗେଟ କଲେ ପ୍ରିୟଙ୍କା, କହିଲେ ଡର ଲାଗୁଛି…

ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକ ସଭା କାର୍ଯ୍ୟ ସ୍ଥଗିତ ରହିଥିଲା। ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଭାଷଣ ବାଧାପ୍ରାପ୍ତ ହୋଇଥିଲା। ଏହି…

କ୍ରମାଗତ ହ୍ରାସ ପୁଣି ବଢ଼ିଲା ସୁନା-ରୁପା ଦର: ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୪।୨: କ୍ରମାଗତ ହ୍ରାସ ପରେ ବୁଧବାର ପୁଣି ବଢ଼ିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri