ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’

ପୁରୀ ଅଫିସ,୪।୯: ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ ପ୍ରତିନିଧି ଦଳର ଦାବିକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ଏନେଇ ପ୍ରତିକ୍ରିୟା ଦେଇ ଜିଲାପାଳ ବଳଓ୍ବନ୍ତ ସିଂହ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ଆଦି ଉପରେ ଗୁରୁତ୍ୱ ଦେଉଛୁ। ଉଚ୍ଛେଦ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି। ଦେବଦେବୀଙ୍କ ଗାଦିଘର, ବିଜେସ୍ଥଳୀ ଆଦିର ସୁରକ୍ଷା କରାଯିବ। ହେଲେ ମଠ ପରିସରରେ ଥିବା ବ୍ୟବସାୟିକ କୋଠାଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଅପରପକ୍ଷେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଲେ କମିଟି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ। ଏପରିକି ବୁଲଡୋଜର୍‌ ଆଗରେ ଧାରଣା ଦିଆଯିବ। ଯଦି ଆବଶ୍ୟକ ପଡେ ତେବେ ଏ ସଙ୍କ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ, ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ର୍ନିମାଣ ଉଚ୍ଛେଦ ଲାଗି ଯେଉଁ ନିଷ୍ପତ୍ତି ହୋଇଛି ତା’ର ବ୍ଲୁ -ପ୍ରିଣ୍ଟ ବିଷୟରେ ଜଣାଇବା ପାଇଁ କମିଟି ଜିଲାପାଳଙ୍କୁ ଅବଗତ କରାଇଥିଲା। ଏହି ଅଞ୍ଚଳ ମଧ୍ୟରେ କାହିଁକି ଉଚ୍ଛେଦ କରାଯାଉଛି, ଉଚ୍ଛେଦ ପରେ ଉକ୍ତ ଜାଗାରେ କ’ଣ କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଜଣାଇବା ପାଇଁ ସେମାନେ ଦାବି ରଖିଥିଲେ। ମଠ ମନ୍ଦିର ସଂସ୍କୃତିର ସୁରକ୍ଷା ସହିତ ଶ୍ରୀମନ୍ଦିର ବିକାଶ ପାଇଁ ନିଷ୍ପତ୍ତି ନିଆଯାଉ ବୋଲି କମିଟି ପକ୍ଷରୁ ଦାବି କରାଯାଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲାପାଳଙ୍କ ସହ ଏହି ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri