Posted inଖେଳ

ପୁରସ୍କାର ରାଶିକୁ ନେଇ ମୁହଁ ଖୋଲିଲେ ମନୋଜ ତିଓ୍ବାରୀ

କୋଲକାତା, ୧୯।୬- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିର ଗତ ସିଜନରେ ବେଙ୍ଗଲ ଦଳ ରନର୍ସଅପ୍‌ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ରନର୍ସଅପ୍‌ ବାବଦକୁ ପାଇବାକୁ ଥିବା ଏକ କୋଟି ଟଙ୍କା ପୁରସ୍କାର ରାଶି ମିଳି ନ ଥିବାରୁ ବେଙ୍ଗଲର ବରିଷ୍ଠ ଖେଳାଳି ମନୋଜ ତିଓ୍ବାରୀ ଅସନ୍ତୋଷ ଜାହିର କରିଛନ୍ତି। ଗୁରୁବାର ବେଙ୍ଗଲ ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଚ୍‌ ଅରୁଣ ଲାଲ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମନୋଜ କ୍ରିକେଟ୍‌ ପରିଚାଳନା ମ୍ୟାନେଜର ଜୟଦୀପ ମୁଖାର୍ଜୀଙ୍କୁ ଏନେଇ ପ୍ରଶ୍ନ କରିଥିବା ଜଣାପଡ଼ିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ରଣ୍‌ଜୀ ଟ୍ରଫି ରନର୍ସଅପ୍‌ ବାବଦକୁ ଏକ କୋଟି ଟଙ୍କା ପୁରସ୍କାର ରାଶି ମିଳିଯିବ ବୋଲି ବେଙ୍ଗଲ କ୍ରିକେଟ୍‌ ଆସୋସିଏଶନ (ସିଏବି) ଖେଳାଳିଙ୍କୁ ଆଶ୍ୱସନା ଦିଆଯାଇଛି। ସିଏବିର ଅଧ୍ୟକ୍ଷ ଅଭିଷେକ ଡାଲମିୟା କହିଛନ୍ତି, ଆସୋସିଏଶନ ଏହା ଉପରେ ନଜର ରଖିଛି ଏବଂ ସମସ୍ତ ପ୍ରକ୍ରିୟା ଶେଷ ହେବା ଉପରେ ରହିଛି। ଅଧିକାରୀମାନେ ଏନେଇ ଅତିରିକ୍ତ କାମ କରୁଛନ୍ତି। କିଛି ତଥ୍ୟ ଓ ଅଡିଟ୍‌ ପ୍ରକ୍ରିୟା ବାକି ରହିଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ବିସିସିଆଇ ନିକଟକୁ ସମସ୍ତ ତଥ୍ୟ ପଠାଇ ଦିଆଯିବ। କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାଚ୍‌ ଅଫିସିଆଲଙ୍କ ବକେୟା ପାଉଣା କ୍ଲିୟର କରିବା ଆମର ପ୍ରାଥମିକତା ବୋଲି ଡାଲମିୟା କହିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ, ଗତ ସିଜନରେ ରଣ୍‌ଜୀ ଟ୍ରଫି ଚାମ୍ପିୟନ ହୋଇଥିବା ସୌରାଷ୍ଟ୍ରକୁ ଗତ ବୁଧବାର ପୁରସ୍କାର ରାଶି ବାବଦକୁ ୨ କୋଟି ଟଙ୍କା ବିସିସିଆଇ ପକ୍ଷରୁ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri