ପୁନରୁଦ୍ଧାର ହେଉନି ଆଙ୍କୁଲି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁର ସହରର ପୋଖରୀଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତି ହେବାକୁ ବସିଛି ା ରାମଲିଙ୍ଗମ୍‌ ପୋଖରୀ, ବିଜିପୁର ସୁନାରୀ ବନ୍ଧ ଭଳି କେତେକ ପୋଖରୀକୁ ଛାଡିଦେଲେ ଏବେ ସହରର ଅନେକ ପୋଖରୀର ଅବସ୍ଥା ଶୋଚନୀୟ। ରକ୍ଷଣାବେକ୍ଷଣ, ପୁନରୁଦ୍ଧାର ଅଭାବରୁ ଏବେ ଅନେକ ପୋତିହେବାକୁ ବସିଲାଣି। ଏହାର ଉଦାହରଣ ବ୍ରହ୍ମପୁର ମହାନଗର ନିଗମ ଆଙ୍କୁଲି ଅଞ୍ଚଳର ବଡବନ୍ଧ ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ପୋଖରୀ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି ା ବର୍ଷ ବର୍ଷ ଧରି ଆଙ୍କୁଲି, ଖୋଡାସିଙ୍ଗି ଅଞ୍ଚଳର ଖରାଦିନେ ଜଳାଭାବକୁ ପୂରଣ କରି ଆସୁଥିବା ଏହି ପୋଖରୀର ପୁନରୁଦ୍ଧାରକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା
କହିବାନୁଯାୟୀ, ବିଏମ୍‌ସିର ଆଙ୍କୁଲି ଅଞ୍ଚଳରେ ରହିଥିବା ବଡବନ୍ଧ ସହରର ବହୁପୁରାତନ ପୋଖରୀ ମଧ୍ୟ ଅନ୍ୟତମ ା ଏହି ପୋଖରୀ ଉପରେ ଆଙ୍କୁଲି ଅଞ୍ଚଳର ନିଗମ ନଗର, ନୂଆ ସାହି, କାର୍ଜି ସାହି, ଅନୁସୂଚିତ ଜାତି ସାହି, ପ୍ରଧାନ ସାହି , ବଡ ସାହି ଓ ମାଳି ସାହି ସମେତ ଖୋଡାସିଙ୍ଗି ଅଞ୍ଚଳର ପ୍ରାୟ ୧୦ ହଜାର ଲୋକ ନିର୍ଭର କରୁଛନ୍ତି ା ବର୍ଷ ବର୍ଷ ଧରି ଖରାଦିନେ ଜଳାଭାବକୁ ମଧ୍ୟ ଏହି ପୋଖରୀ ପୂରଣ କରିଆସୁଥିଲା ା କିନ୍ତୁ ଏହି ପୋଖରୀକୁ ଏବେ କେତେକ ଅସାଧୁବ୍ୟକ୍ତି ଘର ତଥା ଆପାର୍ଟମେଣ୍ଟର ମଇଳା ପାଣି ଛାଡୁଛନ୍ତି। ଫଳରେ ଏହାର ଜଳ ଏବେ ଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅନ୍ୟପକ୍ଷରେ ଆଖପାଖ ଜମିରେ ଜଳସେଚନ କରିବା ଉଦ୍ଦେଶ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଏହି ପୋଖରୀ ଅଧୀନକୁ ନେଇଥିଲା। ବର୍ତ୍ତମାନ ଏହି ପୋଖରୀର ଆଖପାଖ ଜମି ପ୍ଲଟିଂରେ ବ୍ୟବହାର ହେଉଛି ା ଫଳରେ ଏହି ପୋଖରୀ ଏବେ ବିଭାଗ ପାଇଁ ଅଦରକାରୀ ହୋଇଯାଇଛି ା ତେଣୁ ଏଥିପ୍ରତି ବିଭାଗ ଅବହେଳା କରୁଛି ା ଏହାର ପୁନରୁଦ୍ଧାର ତଥା ଦଳ ସଫା କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ କହିଛନ୍ତି ା ମେ ୨୨ତାରିଖରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି ା ଏଥିସହ କିଛି ଦିନ ପୂର୍ବେ ନିର୍ବାହୀଯନ୍ତ୍ରୀଙ୍କୁ ସାକ୍ଷାତ କରି ପୁନର୍ବାର ପୋଖରୀର ପୁନରୁଦ୍ଧାର କରିବା ଦିଗରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ା ତୁରନ୍ତ ଏହାର ପୁନରୁଦ୍ଧାର କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଅନ୍ୟପଟରେ ଏନେଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଅରୁଣ ଶୁକ୍ଳାଙ୍କ ସହ ଯୋଗାଯୋଗ ବେଳେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି ା ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri