Posted inଖେଳ

ପୁଣି ବିବାଦରେ ହାର୍ଦ୍ଦିକ

ମୁମ୍ବାଇ,୨୯ା୨- ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ୫ ମାସର ବ୍ୟବଧାନ ପରେ କ୍ରିକେଟ ଗ୍ରାଉଣ୍ଡକୁ ଫେରିବା ସହ ବିବାଦରେ ଘେରି ହୋଇ ଯାଇଛନ୍ତି। ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ରିଲାଏନ୍ସ ଓ୍ବାନ୍‌ ପାଇଁ ସେ ଅଲ୍‌ରାଉଣ୍ଡର ପ୍ରଦର୍ଶନ କରିଥିଲେ। ୨୫ ବଲରେ ୩୮ ରନ୍‌ କରିବା ସହ ୩ ଉଇକେଟ ନେଇଥିଲେ। ବ୍ୟାଟିଂ ବେଳେ ହାର୍ଦ୍ଦିକ ଭାରତୀୟ ଦଳର ହେଲ୍‌ମେଟ ବ୍ୟବହାର କରିଥିଲେ, ଯେଉଁଥିରେ ବିସିସିଆଇର ଲୋଗୋ ଥିଲା। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ। ଘରୋଇ ଟୁର୍ନାମେଣ୍ଟରେ କୌଣସି ଜାତୀୟ ଖେଳାଳି ବିସିସିଆଇର ଲୋଗୋ ଥିବା କିଟ୍‌ ବ୍ୟବହାର କରିପାରିବେ ନାହିଁ। ଏ ନେଇ ୨୦୧୪ରେ ବିସିସିଆଇ ମ୍ୟାଚ୍‌ ରେଫରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଣୁ ଏବେ ଏହା ବିସିସିଆଇର ଏକ ନିୟମ। ସେବେଠାରୁ ନିୟମ ଥିଲେ ମଧ୍ୟ ଚଳିତବର୍ଷ ଦେଓଧର ଟ୍ରଫି ଫାଇନାଲ ମ୍ୟାଚ୍‌ରୁ କାର୍ଯ୍ୟକାରୀ ହେଉଛି। ତେବେ ଏହି ନିୟମ ପ୍ରତି ହାର୍ଦ୍ଦିକ ସତର୍କ ନ ଥିବା ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

‘ଜନସାଧାରଣଙ୍କ ରୋଜଗାରକୁ କିସ୍ତିରେ ଲୁଟୁଛନ୍ତି ସରକାର’, ଭାଜପାକୁ କଡ଼ା ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୩।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିରନ୍ତର ବୃଦ୍ଧିକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ମାତ୍ର ଆଠ ଦିନ ମଧ୍ୟରେ ତୃତୀୟ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri