ପୁଣି କ୍ଷମତାକୁ ଫେରିବୁ: ବିଜେଡି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାମାନଙ୍କ ମନରେ ହାରିବା କିମ୍ବା ଜିତିବା ନେଇ ଛନକା ପଶିଯାଇଛି। କ’ଣ ହେବ ନିଜର ରାଜନୈତିକ ଭାଗ୍ୟ, ଏନେଇ ଛାତି ଧଡ଼ ଧଡ଼। ଜନମତ ସପକ୍ଷରେ ଯିବ ନା ବିପକ୍ଷରେ ଯିବ। ଏମିତି ଅନେକ ପ୍ରଶ୍ନ ପ୍ରାର୍ଥୀମାନଙ୍କ ମନକୁ ଆନ୍ଦୋଳିତ କରୁଛି। ରବିବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ(ବୁଥଫେରନ୍ତା ମତ) ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କର ରକ୍ତଚାପ ବଢ଼ିଯାଇଛି। କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ଏହି ସର୍ଭେର ଫଳାଫଳ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ଏକଜିଟ ପୋଲ ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେଡି ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବାକୁ ଥିବାବେଳେ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ମଧ୍ୟ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବ। ତେବେ ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଉଭୟ ବିଧାନସଭା ଓ ଲୋକ ସଭାର ଅନେକ ଆସନ ହରାଇବ ବୋଲି ଅନୁମାନ କରାଯାଇଛି। ତେବେ ଏହି ଅନୁମାନକୁ ବିଜେଡି ନେତାମାନେ ବିଶ୍ୱାସ କରୁନାହାନ୍ତି।
ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଏକ୍‌ଜିଟ୍‌ ପୋଲ ସର୍ଭେ, ପ୍ରକୃତ ସର୍ଭେ ନୁହେଁ। କିଛି ସାମ୍ପୁଲକୁ ଆଧାର କରି ଫଳାଫଳ ପ୍ରକାଶ କରାଯାଇଛି। ବିଜେଡି ଏଥର ଭଲ ଫଳାଫଳ କରିବ। ବିଧାନସଭାରେ ୧୨୩ ଆସନ ଏବଂ ୧୭ରୁ ୧୮ଟି ଲୋକ ସଭା ଆସନ ହାସଲ କରିବ ବୋଲି ସୂର୍ଯ୍ୟ ଦୃଢୋକ୍ତି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଲା। ପ୍ରଧାନମନ୍ତ୍ରୀ ମୋଦି ୧୦ ଥର, ଅମିତ ଶାହ ୨୦ଥର ଏବଂ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଆସି ପ୍ରଚାର କରିବାରୁ ଲୋକ ସଭା ଆସନରେ କିଛିଟା ପ୍ରଭାବ ପଡ଼ିପାରେ। ଓଡ଼ିଶାରେ ନବୀନ ହାଓ୍ବା ଛଡ଼ା ଅନ୍ୟ କୌଣସି
ପୁଣି କ୍ଷମତାକୁ…
ହାଓ୍ବା କାମ କରିବ ନାହିଁ। ବିଜେଡି ଭଲ କରିବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଏକ୍‌ଜିଟ ପୋଲ ଠିକ୍‌ ନୁହେଁ। ସେଥିରେ ୫୦ ପ୍ରତିଶତ ମହିଳା, ଦଳିତ, ଆଦିବାସୀ, ବୟସ୍କ ବ୍ୟକ୍ତିଙ୍କ ମତ ପ୍ରାୟତଃ ନିଆଯାଇ ନ ଥାଏ। ଅନେକ ସମୟରେ ଏକଜିଟ୍‌ ପୋଲ ଭୁଲ ପ୍ରମାଣିତ ହୋଇଛି। ବିଜେଡିର ବିଧାନସଭା ଆସନ ୧୦୦ ଟପିବ ଏବଂ ଲୋକ ସଭା ଆସନ ଗତ ନିର୍ବାଚନ ତୁଳନାରେ ୪ରୁ ୫ଟି କମିପାରେ । ଚଳିତ ନିର୍ବାଚନରେ ଭାଜପା ଓ ବିଜେଡି ମଧ୍ୟରେ କଡ୍ଡା ଟକ୍କର ହୋଇଛି। ମୋଦିଙ୍କ ଦେଶପ୍ରେମ ନାଟକର ପ୍ରଭାବ କିଛିଟା ରହିବାରୁ ଲୋକ ସଭାରେ ଭାଜପାକୁ ଏହାର ଫାଇଦା ମିଳିପାରେ ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, ଏକଜିଟ୍‌ ପୋଲର ସତ୍ୟତା ନାହିଁ। ରାଜ୍ୟରେ ବିଜେଡି ୧୦୫ ଏବଂ ୧୪ଟି ଲୋକ ସଭା ଆସନରେ ବିଜୟୀ ହେବ। ରାଜ୍ୟରେ ଲୋକମାନେ ନବୀନ ବାବୁଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହଁୁଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କିଛି ପରିମାଣରେ ଲୋକ ସଭା ଭୋଟ ଭାଜପା ସପକ୍ଷରେ ଯାଇ ଥାଇପାରେ। ରାଜ୍ୟରେ ବିଜେଡି ପଞ୍ଚମ ଥର ପାଇଁ ଶାସନକୁ ଫେରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri