ପୁଡ଼ା ମାଟିର କାରିଗର ମନବୋଧ:ଟେରାକୋଟା ବୁରତି ଦେଇଛେ ପରିଚଏ

ବରପାଲି, ୧୩।୭ (ଡି.ଏନ୍‌.ଏ): – ସାହିତିଅ ଆର କପଟାବୁନା କାରିଗରୀରେ ନଁ। କମେଇଥିବାର କବି ଗଙ୍ଗାଧର ମେହେରକଁର ଜନମ୍‌ ଠାନ୍‌ ହେଉଛେ ବରପାଲି। ଆଗରୁ ପାଟଶାଢ଼ୀ ଆର ମଠା କାରିଗରୀର ଲାଗି ବରପାଲି ଦେଶ ବିଦେଶରେ ନଁ। କମେଇ ପାରିଛେ। ସେନ୍‌ତା ବରପାଲିର ସୁନାମ ଅରଜନଥି ଆରଗୁଟେ ଫରଦ୍‌ ଜୁଡ଼ିଛନ୍‌ ପୁଡ଼ାମାଟିର କାରିଗର ଟେରାକୋଟା ଶିଳ୍ପୀ ମନବୋଧ ରଣା। ପିଲାବେଲୁ ମନବୋଧ ପରିବାରର କୁଲବୁରତି ହଁାଡ଼ି, ପାତ୍‌ଲି, ମଠିଆ ଗଢ଼ାକେ ମନ୍‌ଦେଇ ଶିଖୁଥିଲେ। ପଛେ ନିଜର ଚେଷ୍‌ଟାରେ ସେ ଭିନେ ଭିନେ ପଶୁପକ୍ଷୀ, ଦେବାଦେବୀକଁର ନିଖୁନ ମୂର୍ତ୍ତି ଗଢ଼ି ନଁା କମେଇ ପାରିଛନ୍‌। ସେ ଜୀବନ୍‌ରେ କେଭେ ପଛ୍‌କେ ଫିରି କରି ନାଇଁ ଦେଖି। ଟେରାକୋଟା ଲେଖେଁ ଗୁଟେ ମାଏଟ୍‌ କାରିଗରୀକେ ନିଜର ପେସା ହିସାବେ ଆଦରି ନେଇ ଗଁାଗଁଲିରୁ ବିଦେଶ ତକ୍‌ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛନ୍‌ ମନବୋଧ। ବରଗଡ଼ ଜିଲା ବରପାଲି କୁମ୍ଭାର ପଡ଼ାରେ ୧୯୫୯ ସାଲେ ଜନମ୍‌ ହେଇଥିବାର ୬୦ ବଛ୍‌ରିଆ ମନବୋଧ ରଣା ସ୍କୁଲ ଶିକ୍ଷା ଶେଷ କରି ନାଇଁପାରି। ହେଲେ ଶିଳ୍ପକଳା ଉପରେ ତାକର ବଡ଼ଭାରି ରୁଚି ରହିଥିଲା। ଯୁବକ ବେଲେ ସେ ବହୁତ ପରିଶ୍‌ରମ କରି କଟକ, ପୁରୀ, ଭୁବନେଶ୍ୱର, ଦିଲ୍ଲୀ ଆର କଲିକତା ଲେଖେଁ ବଡ଼ ବଡ଼ ସହରମାନକେ ହେଉଥିବାର ଭିନେ ଭିନେ ପଦରଶନୀରେ ନିଜର କଳାକୁରତି ପଦରଶନ କରି ଜାତୀୟ ସ୍ତରରେ ବରପାଲି ଆର ନିଜର ଲାଗି ସୁନାମ ଆନିପାରିଛନ୍‌। ସେନ୍‌ତା ଭାରତ ସରକାରକଁର ଟେକ୍ସଟାଇଲ ବିଭାଗ ଦୁଆରା ଆୟୋଜିତ ପଦରଶନୀରେ ୧୯୮୪ କିଲିକତା, ୧୯୮୫ ନୂଆଦିଲ୍ଲୀ ଆର ୧୯୮୯ରେ ମାଡ୍ରାସ, ବାଙ୍ଗାଲୋର, ଜାପାନ, ହରିଆଣା ଆର ଡେନମାର୍କ ଲେଖେଁ ଜାଗାରେ ତାକର ତିଆରି ଟେରାକୋଟାମାନ ବହୁତ ପରଶଁସା ସାଉଁଟିଥିଲା। ଏହେଦେ ତାକର ଦେଖ୍‌ରେଖରେ ଭାରତ ସରକାରକଁର ସାହାଯ୍‌ରେ ୨୫ ଝନ୍‌ ଯୁବତୀକୁଁ ଟେରାକୋଟା କଳାର ତାଲିମ ଦେଉଛନ୍‌। ନିଖୁନ ଟେରାକୋଟା କାରିଗରୀ ଲାଗି ୧୯୮୬ରେ ରାଷ୍ଟ୍ରପତି ସ୍ବର୍ଗତ ଆର୍‌. ଭେଙ୍କଟରମଣ ଆର ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀକଁରନୁ ସନ୍‌ମାନୀତ ହେଇଥିଲେ। ଏହେଦେ ବି ମନବୋଧ ବଡ଼ଭାଗି ସମିଆ ଟେରାକୋଟା କାରିଗରୀ ଉପରେ ଦେଉଛନ୍‌। ଇ କାରିଗରୀକେ କେନ୍‌ଥେଇ ଆହୁରି ଆଗ୍‌କେ ନେଇ ହେବା ସେଥିରଲାଗି ଉଦିଅମ ଜାରି ରଖିଛେଁ ବଲି ମନବୋଧ ଧରିତ୍ରୀକେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?