ପୁଡ଼ା ମାଟିର କାରିଗର ମନବୋଧ:ଟେରାକୋଟା ବୁରତି ଦେଇଛେ ପରିଚଏ

ବରପାଲି, ୧୩।୭ (ଡି.ଏନ୍‌.ଏ): – ସାହିତିଅ ଆର କପଟାବୁନା କାରିଗରୀରେ ନଁ। କମେଇଥିବାର କବି ଗଙ୍ଗାଧର ମେହେରକଁର ଜନମ୍‌ ଠାନ୍‌ ହେଉଛେ ବରପାଲି। ଆଗରୁ ପାଟଶାଢ଼ୀ ଆର ମଠା କାରିଗରୀର ଲାଗି ବରପାଲି ଦେଶ ବିଦେଶରେ ନଁ। କମେଇ ପାରିଛେ। ସେନ୍‌ତା ବରପାଲିର ସୁନାମ ଅରଜନଥି ଆରଗୁଟେ ଫରଦ୍‌ ଜୁଡ଼ିଛନ୍‌ ପୁଡ଼ାମାଟିର କାରିଗର ଟେରାକୋଟା ଶିଳ୍ପୀ ମନବୋଧ ରଣା। ପିଲାବେଲୁ ମନବୋଧ ପରିବାରର କୁଲବୁରତି ହଁାଡ଼ି, ପାତ୍‌ଲି, ମଠିଆ ଗଢ଼ାକେ ମନ୍‌ଦେଇ ଶିଖୁଥିଲେ। ପଛେ ନିଜର ଚେଷ୍‌ଟାରେ ସେ ଭିନେ ଭିନେ ପଶୁପକ୍ଷୀ, ଦେବାଦେବୀକଁର ନିଖୁନ ମୂର୍ତ୍ତି ଗଢ଼ି ନଁା କମେଇ ପାରିଛନ୍‌। ସେ ଜୀବନ୍‌ରେ କେଭେ ପଛ୍‌କେ ଫିରି କରି ନାଇଁ ଦେଖି। ଟେରାକୋଟା ଲେଖେଁ ଗୁଟେ ମାଏଟ୍‌ କାରିଗରୀକେ ନିଜର ପେସା ହିସାବେ ଆଦରି ନେଇ ଗଁାଗଁଲିରୁ ବିଦେଶ ତକ୍‌ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛନ୍‌ ମନବୋଧ। ବରଗଡ଼ ଜିଲା ବରପାଲି କୁମ୍ଭାର ପଡ଼ାରେ ୧୯୫୯ ସାଲେ ଜନମ୍‌ ହେଇଥିବାର ୬୦ ବଛ୍‌ରିଆ ମନବୋଧ ରଣା ସ୍କୁଲ ଶିକ୍ଷା ଶେଷ କରି ନାଇଁପାରି। ହେଲେ ଶିଳ୍ପକଳା ଉପରେ ତାକର ବଡ଼ଭାରି ରୁଚି ରହିଥିଲା। ଯୁବକ ବେଲେ ସେ ବହୁତ ପରିଶ୍‌ରମ କରି କଟକ, ପୁରୀ, ଭୁବନେଶ୍ୱର, ଦିଲ୍ଲୀ ଆର କଲିକତା ଲେଖେଁ ବଡ଼ ବଡ଼ ସହରମାନକେ ହେଉଥିବାର ଭିନେ ଭିନେ ପଦରଶନୀରେ ନିଜର କଳାକୁରତି ପଦରଶନ କରି ଜାତୀୟ ସ୍ତରରେ ବରପାଲି ଆର ନିଜର ଲାଗି ସୁନାମ ଆନିପାରିଛନ୍‌। ସେନ୍‌ତା ଭାରତ ସରକାରକଁର ଟେକ୍ସଟାଇଲ ବିଭାଗ ଦୁଆରା ଆୟୋଜିତ ପଦରଶନୀରେ ୧୯୮୪ କିଲିକତା, ୧୯୮୫ ନୂଆଦିଲ୍ଲୀ ଆର ୧୯୮୯ରେ ମାଡ୍ରାସ, ବାଙ୍ଗାଲୋର, ଜାପାନ, ହରିଆଣା ଆର ଡେନମାର୍କ ଲେଖେଁ ଜାଗାରେ ତାକର ତିଆରି ଟେରାକୋଟାମାନ ବହୁତ ପରଶଁସା ସାଉଁଟିଥିଲା। ଏହେଦେ ତାକର ଦେଖ୍‌ରେଖରେ ଭାରତ ସରକାରକଁର ସାହାଯ୍‌ରେ ୨୫ ଝନ୍‌ ଯୁବତୀକୁଁ ଟେରାକୋଟା କଳାର ତାଲିମ ଦେଉଛନ୍‌। ନିଖୁନ ଟେରାକୋଟା କାରିଗରୀ ଲାଗି ୧୯୮୬ରେ ରାଷ୍ଟ୍ରପତି ସ୍ବର୍ଗତ ଆର୍‌. ଭେଙ୍କଟରମଣ ଆର ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀକଁରନୁ ସନ୍‌ମାନୀତ ହେଇଥିଲେ। ଏହେଦେ ବି ମନବୋଧ ବଡ଼ଭାଗି ସମିଆ ଟେରାକୋଟା କାରିଗରୀ ଉପରେ ଦେଉଛନ୍‌। ଇ କାରିଗରୀକେ କେନ୍‌ଥେଇ ଆହୁରି ଆଗ୍‌କେ ନେଇ ହେବା ସେଥିରଲାଗି ଉଦିଅମ ଜାରି ରଖିଛେଁ ବଲି ମନବୋଧ ଧରିତ୍ରୀକେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri