ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ

କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ ପରିବେଶ ଭିତରେ ଏଭଳି ନିରାପଦ ପ୍ରପାତର ଦୃଶ୍ୟ ଟିକେ ନିଆରା।
କୋରାପୁଟ ଜିଲା ଦାମନଯୋଡ଼ିର ପଞ୍ଚପଟ୍ଟମାଳି ପାହାଡ଼ରୁ ଝରି ଆସିଥିବା ମୁରାନ ଝରଣା ଦଶମନ୍ତପୁର ବ୍ଲକ ପୁଞ୍ଜିସିଲରେ ଏକ ବିଶାଳ ପଥର ଉପରେ ପଡ଼ି ଜଳପ୍ରପାତ ସୃଷ୍ଟି କରିଛି। ବିପଦସଙ୍କୁଳ ସ୍ଥାନ ହୋଇ ନ ଥିବାରୁ ଏଠାରେ ପ୍ରପାତର ମଜା ନେବା ପାଇଁ ସ୍ଥାନୀୟ ଲୋକଙ୍କ ଆଗମନ ନିୟମିତ ଚାଲିଥାଏ। ଖରାଦିନେ ବିସ୍ତୀର୍ଣ୍ଣ ପଥର ଶଯ୍ୟା ଉପରେ ଧୀର ଜଳରାଶିର ସ୍ରୋତରେ ଗାଧୋଇବା ନିରାପଦ ଥିବାରୁ ଏହି ସ୍ଥାନ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏହି ସ୍ଥାନକୁ ଭଲ ରାସ୍ତା ନଥିବା ସତ୍ତ୍ୱେ ଝରଣା ନିକଟକୁ ବସ୍‌ କିମ୍ବା ଜିପ୍‌ରେ ପ୍ରତିଦିନ ଦୂର ଦୂରାନ୍ତରରୁ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି ସ୍ଥାନରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ବସାଉଠା ପାଇଁ ସ୍ଥାନ ଓ ପାନୀୟ ଜଳ ପାଇଁ ନଳକୂପ ସାଙ୍ଗକୁ ଗାଁ ମୁଣ୍ଡରୁ ଏକ ରାସ୍ତାଟିଏ ନିର୍ମାଣ କରାଗଲେ ଏହି ସ୍ଥାନଟି ଅଧିକ ଲୋକାଭିମୁଖୀ ହୋଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ମୁରାନ ଝରଣା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବା ସହ ସ୍ଥାନୀୟ ବାସିନ୍ଦାଙ୍କ ଚାଷକୁ ଜୀବନ ଦେଇଆସିଛି। ଏହି ଝରଣା ପାଣି ବ୍ୟବହାର କରି ପୁଞ୍ଜିସିଲ ଗ୍ରାମବାସୀ ଚାଷକାର୍ଯ୍ୟ କରନ୍ତି। ୧୫ ବର୍ଷ ତଳେ ରାଜ୍ୟ ସରକାର ଏହି ଝରଣା ଜଳକୁ କେନାଲ ମାଧ୍ୟମରେ ଉପରମୁଣ୍ଡ ଜମିରେ ଜଳସେଚନ କରିବାର ବ୍ୟବସ୍ଥା କରିଥିଲେ ା ଏହି ସୁବିଧା ପାଇଁ କେତେକ ଗ୍ରାମବାସୀ ଖରାଦିନେ ମଧ୍ୟ ଧାନ ଚାଷ କରୁଛନ୍ତି। କିନ୍ତୁ କିଛି ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଫାଟ ସୃଷ୍ଟି ହୋଇ ଉପରମୁଣ୍ଡରେ ଥିବା ଜମିରେ ପାଣି ପହଞ୍ଚତ୍ ପାରୁନାହଁି ା ତେଣୁ ସୋଲାର ଅଥବା ବିଦ୍ୟୁତ ଚାଳିତ ପମ୍ପ ଲଗାଇ ଝରଣା ପାଣି ଉଠାଇବା ଲାଗି ସରକାର ପଦକ୍ଷେପ ନେବାକୁ ଗ୍ରାମର ଗିରିଆ ବଡ଼ନାୟକଙ୍କ ସମେତ ବହୁ ଚାଷୀ ନିବେଦନ କରିଛନ୍ତି। ଏହି ସ୍ଥାନର ଉନ୍ନତି ପାଇଁ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri