ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର ଘଟନା:ସାହାଯ୍‌ ଲାଗି କଥା ଦେଲେ ବିଧାୟିକା

 

ଅତାବିରା, ୧୭।୮ (ଡି.ଏନ୍‌.ଏ.):
ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲକଁର ପୁଓ ଶଙ୍କର ଜାଲ(୮)। ଜନ୍‌ମୁ ଶଙ୍କରର ମଲଦୁଆର ନଁାଇଁନ। ଇଆଡ଼େ ରାମ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ବାହାଜାଂଗଲ ମାଜି କୁଟୁମ୍‌ ପୁଷୁଛନ୍‌। ସେ ପୁଓର ଚିକିଛା ଲାଗି ବୁର୍ଲାନୁ କଟକ ତକ୍‌ ଯାଇ ସରବ୍‌ସୁଅଁାତ୍‌ ହେଇଛନ୍‌। ହେଲେ ପୁଓ ପୂରା ନୁକୋ ନାଇଁ ହେଲା। ଡାକ୍‌ତର ଶଙ୍କରର ପେଟ୍‌ରେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଶଙ୍କରକେ ପୂରା ଠିକ୍‌ କରବାକେ ହେଲେ ବୁହୁତ୍‌ ଟଁକା ଦରକାର। ଇଆଡ଼େ କୁଟୁମବସିଆ ରାମ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ଭେଡ଼େନ ବ୍ଲକ ବଡପିପିଲିପାଲରେ ଥିବାର ଝନେ ଲାଗେଲେସର ଘରରେ ବଛ୍‌ରେ ପାଖାପାଖି ହେଲା ଡେରା ପକେଇଛନ୍‌। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କଣରେ ଗଲା ଗୁରୁବାର ଅଗଷ୍ଟ ୧୫ ତାରିଖ୍‌ ‘ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର, ସରକାରୀ ସାହାଯ୍‌ ଆଶ୍‌ରେ ପରିବାର’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବର ପଢ଼ି ଅତାବିରା ବିଧାନସଭା ମଣ୍ଡଳିର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ୧୫ ତାରିଖ୍‌ ବେଲବୁଡ଼େ ରାମ ଜାଲ ରହୁଥିବାର ବଡ଼ପିପିଲିପାଲି ଗଁାରେ ପୁହୁଁଚିଥିଲେ। ସେ ପରିବାର ଲୁକ୍‌କୁ ଶଙ୍କରକଁର ଦିହିପା, ହାଲଚାଲ ପଚାରି ବୁଝିଥିଲେ। ପରିବାର ଲୋକ୍‌ ବିଧାୟିକାକୁଁ ଶଙ୍କରକଁର ପୂରବର ଚିକିଛା କାଗଜପତର ଦେଖେଇଥିଲେ। ବିଧାୟିକା ଶଙ୍କରକଁର ଚିକିଛା କଟକରେ କରାଯିବା ଆର ସେଥିରଲାଗି ମୁଇଁ ସହଯୋଗ କରମି। ସେନ୍‌ତା କଟକରେ ସାହାଯ୍‌ କରବାର ଲାଗି ଗୁଟେ ପିଲାକେ ଇଠାନୁ ତମର ସଂଗେ ପଠାଯିବା। କଟକ ଯିବାର ଆଘର ଦିନ ସବୁ କାଗଜପତର ଧରି ବରଗଡ଼ ଆସି ମୋର ଘରେ ରହିବ, ସେଥିରଲାଗି ମୁଇଁ ବେବସ୍‌ତା କରିଦେମି ବଲି ବିଧାୟିକା ପରିବାର ଲୁକ୍‌କୁ କଥା ଦେଇଥିବାର ଜନାଯାଇଛେ। ସେନ୍‌ତା ଇ ଦୁଖି ପରିବାରକେ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରବାର ଲାଗି ପପଙ୍ଗା ରାଜସ୍ବ ନିରୀକ୍ଷକ ରାକେଶ କୁମାର ବେଶନ ପୀଡ଼ିତ ଶଙ୍କରକଁର ସମେତ ତାକର ମା’ବାପ୍‌ର ଆଧାର କାର୍ଡ, ଉନିଆ କାଗଜପତର ନେଇ ତହସିଲଦାରକଁର ଅଫିସରେ ଦାଖଲ କରିଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri