ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍‌ରେ ଯଦି ପିଲାଙ୍କୁ ଆକର୍ଷିତ କରୁଥିବା ଲର୍ନିଂ ଆପ୍‌ ରଖାଯାଏ, ତା’ହେଲେ ପିଲାମାନେ ବହି ତୁଳନାରେ ଏଥିରୁ ଅଧିକ ଶିକ୍ଷା ଗ୍ରହଣ କରିପାରିଥାନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପଢ଼ା ବହିରୁ ବୁଝିବାକୁ ପିଲାଙ୍କୁ କଷ୍ଟ ଲାଗୁଥିବା ବେଳେ ଆନିମେଟେଡ୍‌ କାହାଣୀ ବା କବିତା ସେମାନେ ସମସ୍ତ ବିଷୟକୁ ଭଲରେ ବୁଝିପାରନ୍ତି ବୋଲି ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନିଟିଜ୍‌ ଆଣ୍ଡ ସାଇନ୍ସର ପ୍ରଫେସର୍‌ ଏରିକ୍‌ ଥିଏସନ୍‌ କହିଛନ୍ତି। ସେ କହିଛନ୍ତି, ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମର ବ୍ୟବହାର ବେଶ୍‌ ବୃଦ୍ଧି ପାଇଥିବା ବେଳେ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ମଧ୍ୟ ଏହାର ଯୋଗଦାନ ରହିଛି। ଯେତେବେଳେ ପିଲାଙ୍କୁ ଇ-ବୁକ୍ସ, ସ୍ମାର୍ଟଫୋନ୍‌ ବା ଟାବଲେଟ୍‌ ଦ୍ୱାରା କୌଣସି ଶିକ୍ଷା ଦିଆଯାଇଛି, ସେତେବେଳେ ସେମୋନେ ଅଧିକ ଶିଖି ପାରିଛନ୍ତି। ଆନିମେଟେଡ୍‌ କାହାଣୀ ବା କବିତା ଖୁବ୍‌ଶୀଘ୍ର ପିଲାଙ୍କୁ ଆକର୍ଷିତ କରିପାରୁଥିବା ବେଳେ ଏହାର ବିଷୟବସ୍ତୁ ସେମାନଙ୍କ ମସ୍ତିଷ୍କରେ ଖୁବ୍‌ ସହଜରେ ବସିଯାଏ। ଏବେ ଏହିଭଳି ଅନେକ ଆପ୍‌ ଉପଲବ୍ଧ ହେଉଛି, ଯାହା ସାହାଯ୍ୟରେ ଯେକୌଣସି ବିଷୟ ସମ୍ପର୍କରେ ସହଜରେ ସମସ୍ତ ତଥ୍ୟ ଜାଣିହେବ। ଅଧ୍ୟୟନ ବେଳେ ପିଲାମାନଙ୍କୁ ପ୍ରଥମେ ପାଠ୍ୟ ପୁସ୍ତକ ପଢ଼ାଯିବା ପରେ ଆନିମେଟେଡ୍‌ ଭିଡିଓ ବା ଗୀତ ମାଧ୍ୟମରେ ସେହି ଷ୍ଟୋରି ସମ୍ପର୍କରେ ସୂଚନା ପଢ଼ା ଯାଇଥିଲା। ତେବେ ଆନିମେଟେଡ୍‌ ଭିଡିଓ ପିଲାଙ୍କୁ ଅଧିକ ଆକର୍ଷଣୀୟ ଲାଗିବା ସହ ଏହାକୁ ସେମାନେ ଅତି ସହଜରେ ମନେ ରଖିପାରୁଥିବା ପ୍ରଫେସର୍‌ ଥିଏସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri