ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପ୍ରଥମ କଥା ହେଲା ଘରେ ପିଲା ପାଇଁ ଏକ କମ୍ଫର୍ଟେବଲ୍‌ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରନ୍ତୁ। ଝଗଡା, ବଡପାଟିରେ ଗପିବା, ଅଧିକ ଶବ୍ଦ କରିବା ଆଦିଠୁ ଦୂରେଇ ରୁହନ୍ତୁ। ସବୁବେଳେ ପିଲା ପ୍ରତି ଧ୍ୟାନ ରଖନ୍ତୁ ଏକା ଛାଡନ୍ତୁ ନାହିଁ। ପିଲା କାନ୍ଦିବା ମାତ୍ରେ ସଙ୍ଗେ ସଙ୍ଗେ ତା’ ପାଖକୁ ଯାଆନ୍ତୁ। କୌଣସି କ୍ଷେତ୍ରରେ ସେ ଯେପରି ନ ଡରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏସବୁର ନକରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏ ସମୟରେ ପିଲାକୁ ନ ଡରିବା ଲାଗି ବୁଝାନ୍ତୁ ସେ ମାନସିକ ସ୍ତରରେ ସୁଦୃଢ ହେବ। ତା’ଛଡା ଅଭିଭାବକ ପିଲା ପାଖରେ ରହିବା ଦ୍ୱାରା ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରୁଥିବାରୁ ମସ୍ତିଷ୍କ ସ୍ଥିର ରହି ଅଧିକ ବିକାଶ ହେବାରେ ସାହାଯ୍ୟ କରେ।
ସେ ଟିକେ ଜାଣିବା ତଥା ବୁଝିବା ସ୍ତରକୁ ଆସିଲେ ଛୋଟ ଛୋଟ ଶୀକ୍ଷଣୀୟ ଗପ ଶୁଣାନ୍ତୁ। ବଡ ବଡ ରଙ୍ଗୀନ ଚିତ୍ର ଥିବା ବହି ଦେଖାନ୍ତୁ। ପଶୁ ପକ୍ଷୀଙ୍କ ଚିତ୍ର ଦେଖାଇ ସେମାନେ କିପରି ବୋବାନ୍ତି ମଧ୍ୟ କୁହନ୍ତି। ସବୁର ସ୍ପେଲିଂ ମଧ୍ୟ କୁହନ୍ତୁ। ଏହାଦ୍ୱାର ପିଲାର ଆଗ୍ରହ ବଢିବ ଏବଂ ସେ ଅଧିକରୁ ଅଧିକ ମନେ ରଖିପାରିବ।
ପିଲାକୁ ଖେଳିବା ଆରମ୍ଭ କରିବା ପରେ କେବଳ ସଫଟଏଜ୍‌ କିମ୍ବା ଗାଡି ଆଦି ନ ଦେଇ ପଜଲ୍‌, ଲେଟର ଜଏଣ୍ଟ ଭଳି ଖେଳନା ଦିଅନ୍ତୁ ଯାହାଦ୍ୱାରା ସେ ଖେଳର ଆନନ୍ଦ ନେବା ସହ ବୁଦ୍ଧି ଖଟାଇବା ଦ୍ୱାରା ମାନସିକ ସ୍ତରରେ ବିକାଶ ହୋଇପାରିବ।
– ପିଲାଙ୍କର ଦିନକୁ ୩ ଥର ବଡି ମସାଜ୍‌ କରନ୍ତୁ। ଏହାଦ୍ୱାରା ଶୀରରର ବୃଦ୍ଧି ସହ ଆରାମ ଲାଗିଥାଏ। ଯାହାକି ପିଲାର ମସ୍ତିଷ୍କ ପାଇଁ ମଧ୍ୟ ଲାଭ ଦାୟକ। ବିଶେଷ କରି ସମୟପୂର୍ବରୁ ଜନ୍ମ ହୋଇଥିବା ବା ପ୍ରିମ୍ୟାଚର୍‌ ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ଏହା ବେଶ୍‌ ଉପାଦେୟ।
ଖାଇବା ବେଳେ ଶିଶୁ କାନ୍ଦିଲେ ରାଗିଯାଇ ଜବରଦସ୍ତ ଖୁଆଇବା କିମ୍ବା ମାରିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ନଚେତ୍‌ ଏହାର ନକରାତ୍ମକ ପ୍ରଭାବ ପିଲାର ମାନସିକ ସ୍ତରରେ ପଡିଥାଏ। ତେଣୁ ପିଲାକୁ ଖୁଆଇବା ବେଳେ ଏକ ହସି ଖେଳି ଖୁଆନ୍ତୁ। ଖାଦ୍ୟଗୁଡିକର ନାଁ ବଡ ପାଟିରେ କୁହନ୍ତୁ ଏବଂ ଏପରି ମଜାରେ ମଜାରେ ଖୁଆନ୍ତି ଯେମିତି ସେ ନିଜେ ଖୁସିରେ ଖାଉଥିବା ଅନୁଭବ କରିବ। ଏହାଦ୍ୱାରା ପିଲା ଖାଦ୍ୟର ନାଁ ମନେ ରଖିବା ସହ ମସ୍ତିଷ୍କ ସକ୍ରୀୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri