ପିଲାଙ୍କ ପରୀକ୍ଷା, ବିଦ୍ୟୁତ୍‌ କାଟନି: ବିରୋଧୀ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଗ୍ରାହକଙ୍କ ଘର ଆସନ୍ତା ୧୬ତାରିଖରୁ ଅନ୍ଧାର ହେବ। ଏନେଇ ସେସୁ ପକ୍ଷରୁ କଡ଼ାକଡ଼ି ସୂଚନା ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ସେସୁର ଏଭଳି ନିଷ୍ପତ୍ତି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଯଦି ସରକାର କୌଣସି ଗରିବ ଲୋକଙ୍କ ବିଦ୍ୟୁତ୍‌ କାଟ କରନ୍ତି, ତେବେ ଆନ୍ଦୋଳନ ହେବା ନିଶ୍ଚିତ ବୋଲି ବିରୋଧୀ ଜଣାଇ ଦେଇଛନ୍ତି। ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବାବେଳେ ଏଭଳି ନିଷ୍ପତ୍ତି ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି। ଏହାସହ ଶିଳ୍ପପତିଙ୍କଠାରୁ ବକେୟା ଆଦାୟ ନ କରି ଗରିବଙ୍କ ବିଦ୍ୟୁତ୍‌ କାହିଁକି କଟାଯିବ ବୋଲି ବିରୋଧୀ ଯୁକ୍ତି ବାଢିଛନ୍ତି। ଅନ୍ୟପକ୍ଷରେ ସେସୁ ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସୂଚନା ଦେଇ କହିଛନ୍ତି ଯେ, ୧୬ ତାରିଖରେ ହିଁ ବିଦ୍ୟୁତ୍‌ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା କମର୍ସିିଆଲ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କଟିବ ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାର ଶାସନ ଚଳାଇଛନ୍ତି। ଗ୍ରୀଡ୍‌କୋର ୭,୬୫୭ କୋଟି ଟଙ୍କା ବିଭିନ୍ନ କମ୍ପାନୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ପାଖରେ ବକେୟା ପଡିଥିବା ବିଧାନସଭାରେ ସରକାର ମାନିଛନ୍ତି। ଏହି ଅର୍ଥକୁ ସରକାର ଆଦାୟ ନ କରି ଗରିବଙ୍କ ପାଖରେ ବାକିଥିବା ଅର୍ଥକୁ ଅସୁଲି କରିବା ପାଇଁ ଲାଗି ପଡିଛନ୍ତି। ଗ୍ରୀଡ୍‌କୋର ବକେୟା ରାଶି କେଉଁ କମ୍ପାନୀ ପାଖରେ କେତେ ଅଛି, ସରକାର ତାହା ଶ୍ୱେତପତ୍ର ମାଧ୍ୟମରେ ଜଣାନ୍ତୁ। କିଛିଦିନ ମଧ୍ୟରେ ମାଟ୍ରିକ୍‌ ଏବଂ ଯୁକ୍ତ ୨ ପରୀକ୍ଷା ହେବାକୁ ଯାଉଛି। ବକେୟା ଆଦାୟ ନାଁରେ ବିଦ୍ୟୁତ କାଟି ଗଁା ଗହଳିର ଗରିବ ପିଲାଙ୍କ ଭବିଷ୍ୟତକୁ ସରକାର ଅନ୍ଧାର କରିଦେବାକୁ ବସିଛନ୍ତି। ଏଭଳି ଦାୟିତ୍ୱହୀନ ପଦକ୍ଷେପରୁ ସରକାର ନିବୃତ୍ତ ରୁହନ୍ତୁ ନଚେତ୍‌ ଉଚିତ ଜବାବ ମିଳିବ ବୋଲି ଲେଖାଶ୍ରୀ କହିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ କଟାଯାଇନାହିଁ, ବୋଲି ଆମେ ରାସ୍ତାକୁ ଓହ୍ଲାଇନାହୁଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶକ୍ତିମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ମୁଣ୍ଡ ଉପରେ ପିଲାମାନଙ୍କ ପରୀକ୍ଷା ଅଛି, ଯେମିତି ଗରିବ ଲୋକଙ୍କୁ ଅସୁବିଧା କରା ନ ଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ କୋଟି କୋଟି ଟଙ୍କା ବକେୟା ରଖିଥିବା ଶିଳ୍ପପତିଙ୍କଠାରୁ ଅର୍ଥ ଆଦାୟ କରାଯାଉ। ଯଦି ଗୁରୁବାର କୌଣସି ଗରିବ ଲୋକଙ୍କ ଲାଇନ କଟାଯାଏ, ତେବେ ସବୁ ଇଲେକ୍ଟ୍ରି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ରାଉତରାୟ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri