Posted inପୁରୀ

ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ

ପିପିଲି,୧୮।୫(ଡି.ଏନ୍‌.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ ଯୋଗେ ଆସି କୌଶଲ୍ୟାଗଙ୍ଗସ୍ଥିତ ଜିଲା ସ୍କ୍ରିନିଂ ସେଣ୍ଟରରେ ପହଞ୍ଚତ୍ଥିଲେ। ସେଠାରେ ପ୍ରାଥମିକ ଯାଞ୍ଚ ପରେ ତାଙ୍କୁ ମଙ୍ଗଳପୁର ପଞ୍ଚାୟତର ଏକ ସ୍କୁଲରେ ଖୋଲାଯାଇଥିବା ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରେ ସେ ଅସୁସ୍ଥ ହେବାରୁ ଗତ ଶୁକ୍ରବାର ତାଙ୍କର ସ୍ବାବ ପରୀକ୍ଷା ହୋଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରେ ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ତାଙ୍କୁ କୋଭିଡ୍‌ ହସ୍ପିିଟାଲ ନେଇଛି। ଏହି ସେଣ୍ଟରରୁ ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀମାନେ ଚିନ୍ତିତ ହୋଇପଡିଛନ୍ତି। ସୋମବାର ଏହି ସେଣ୍ଟରକୁ ସାନିଟାଇଜ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସରେ ପିପିଲି ବ୍ଲକର ତଥା ପୁରୀ ଜିଲାର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ହାଟସାହି ପଞ୍ଚାୟତର ଦାନଗହୀର ଗ୍ରାମର ହୋଇଥିବାବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’: ସତ୍ୟବାଦୀର ଗୋଟିପୁଅ ନୃତ୍ୟାନୁଷ୍ଠାନ ସମ୍ବର୍ଦ୍ଧିତ

ସାକ୍ଷୀଗୋପାଳ, ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ତେଲେଙ୍ଗାନାରେ ଅନୁଷ୍ଠିତ ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’ରେ ଉଚ୍ଚକୋଟୀର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ‘ନୀଳାଦ୍ରୀ ଗୋଟିପୁଅ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri