ପିପିଟି-ପିଏଚ୍‌ଓ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ପାରାଦୀପ, ୨୧।୨ (ସ୍ବ.ପ୍ର.): ପାରାଦୀପ ବନ୍ଦରରେ ବିଦେଶୀ ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପ୍ରଥମକରି ପୋର୍ଟ ହେଲ୍‌ଥ ୟୁନିଟ୍‌ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ପିଏଚ୍‌ଓ (ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ୍‌) ଓ ପିପିଟି (ପାରାଦୀପ ପୋର୍ଟ ଟ୍ରଷ୍ଟ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର କର ଓ ବନ୍ଦର ସମ୍ପାଦକ ଅଧିକାରୀ ବିଶ୍ୱଜିତ୍‌ ମିଶ୍ର ଏଥିରେ ଦସ୍ତଖତ କରିଥିଲେ। ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ପୋର୍ଟ ମେଡିକାଲ ସିଏମ୍‌ଓ ଡା. ପ୍ରହ୍ଲାଦ ପଣ୍ଡାଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ମଧୁବନ ଭୂୟଁା ଛକଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନବୀକରଣ କରାଯାଇ ସେହିଠାରେ ପରିଚାଳନା କରାଯିବ। ଏଥିରେ ୪ କକ୍ଷ ରହିଛି। ପୋର୍ଟ ହେଲ୍‌ଥ ଅଫିସର ଏବେ ପ୍ରତ୍ୟେକ ଜାହାଜ ଲାଗିବା ପରେ ତା’ ମଧ୍ୟକୁ ଯାଇ ସେଥିରେ ଥିବା ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଏଥିସହ ସେମାନଙ୍କ ଖାଦ୍ୟ, ଆବର୍ଜନା ସ୍ଥଳ ଦେଖିବେ। ପଣ୍ୟରେ ବେଳେବେଳେ କିଛି ମୃତ ପଶୁପକ୍ଷୀ ଆସିଥାନ୍ତି, ତାକୁ ମଧ୍ୟ ଯାଞ୍ଚ କରିବେ। ଏଥିସହ ବନ୍ଦରାଞ୍ଚଳରେ ଥିବା ହୋଟେଲଗୁଡ଼ିକର ଖାଦ୍ୟ ଯାଞ୍ଚ କରିବେ। କାରଣ ବିଦେଶୀ ନାବିକମାନେ ବେଳେବେଳେ ସ୍ଥଳଭାଗକୁ ଆସିବାବେଳେ ହୋଟେଲରେ ଖାଇଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଏସବୁ ଯାଞ୍ଚ କରାଯିବ। ଯଦି କୌଣସି ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ଖରାପ ଥାଏ, ତା’ ହେଲେ ତାଙ୍କୁ ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବ ବୋଲି ଡା. କର ସୂଚନା ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ହେଲ୍‌ଥ ରେଗୁଲେଶନ ୨୦୦୫ ଅନୁସାରେ ଏହା କରାଯିବା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ ରାୟ ଅନ୍ୟ ଏକ ବଡ଼ ଘୋଷଣା କରିଥିଲେ। ଚଳିତ ଆର୍ଥିକ ବର୍ଷର ଗୁରୁବାର ସୁଦ୍ଧା ପାରାଦୀପ ବନ୍ଦର ତୃତୀୟ ବର୍ଷ ପାଇଁ ୯୯ ମିଲିୟନ୍‌ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଆଉ ୩ ଦିନ ଭିତରେ ୧୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବ। ବର୍ଷ ଶେଷ (ମାର୍ଚ୍ଚ ୩୧) ସୁଦ୍ଧା ୧୨୦ ଏମ୍‌ଏମ୍‌ଟି କାରବାର ହେବ ବୋଲି ଆଶା କରାଯାଉଛି ବୋଲି ଅଧ୍ୟକ୍ଷ ରାୟ କହିଥିଲେ। ଦେଶର ୧୨ଟି ବୃହତ୍‌ ବନ୍ଦର କ୍ଷେତ୍ରରେ ପାରାଦୀପ ବନ୍ଦର ଲଗାତାର ୩ ବର୍ଷ ହେଲା ଏହି ସଫଳତା ପାଇଛି। ଅନ୍ୟ କେତେକ ବନ୍ଦରରେ ପଣ୍ୟ କାରବାର ସ୍ଥିତି ନକାରାତ୍ମକ ଥିବାବେଳେ ପାରାଦୀପ ବନ୍ଦର କିନ୍ତୁ ୧୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବା ଐତିହାସିକ ସଫଳତା ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri