ପିଏମ୍‌ଏଜିଓ୍ବାଇରେ ୨୦ ଗ୍ରାମ ଚିହ୍ନଟ

ଢେଙ୍କାନାଳ ଅଫିସ, ୧୪।୩

ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ସମନ୍ବୟ ରକ୍ଷା କରି ଜିଲାର ବିକାଶ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଜିଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ପିଏମ୍‌ଏଜିଓ୍ବାଇ)ରେ ୨୦ ଗ୍ରାମ ଚିହ୍ନଟ ହୋଇଛି। ଆଗାମୀ ୩ବର୍ଷ ମଧ୍ୟରେ ଯୋଜନା ଅନୁଯାୟୀ ଉକ୍ତ ଗ୍ରାମରେ ସମସ୍ତ କାର୍ଯ୍ୟ ଶେଷ ହେବ। ଡାକଘର ନ ଥିବା ୧୬ ପଞ୍ଚାୟତରେ ଡାକଘର ଖୋଲାଯିବ ବୋଲି ଏମ୍‌ପି ସୂଚନା ଦେଇଛନ୍ତି। ଏଥିସହ ଖରାଦିନେ ସବୁ ଗଁାକୁ ପିଇବା ପାଣି ସୁବିଧା କରିବା, ବର୍ଷାରେ ବିଚ୍ଛିନ୍ନ ହୋଇପଡୁଥିବା ଗ୍ରାମର ରାସ୍ତା ଓ ପୋଲ ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା, କୃଷିକ୍ଷେତ୍ରର ବିକାଶ, ଜଳସେଚନ, ଉପାର୍ଜନ ବୃଦ୍ଧି ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ବିଚ୍ଛିନ୍ନାଞ୍ଚଳ ଗୁଡ଼ିକରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ। ପକ୍କାଗୃହ ନିର୍ମାଣ ଯୋଜନାରେ ଢେଙ୍କାନାଳ ସାରା ରାଜ୍ୟରେ ୩ୟ ସ୍ଥାନ ହାସଲ କରିଛି। ମାର୍ଚ୍ଚ ଶେଷ ସୁଦ୍ଧା ହିତାଧିକାରୀମାନେ ଅସମ୍ପୂର୍ଣ୍ଣ ଘର କାମ ନ ସାରିଲେ ପୂର୍ଣ୍ଣ ଅନୁଦାନ ମିଳିବ ନାହିଁ। ବକେୟା ଦେୟ ପାଇଁ କୌଣସି ପରିସ୍ଥିତିରେ ଜଳଯୋଗାଣ ସଂସ୍ଥାର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ନ କରିବାକୁ ଜିଲାପାଳ ସେସୁ ଓ ଏନ୍‌ଜେନ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ନଳକୂଅ ମରାମତି କରିବାକୁ ସେ ବିଡିଓଙ୍କୁ ତାଗିଦ୍‌ କରିଛନ୍ତି।
ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ୧୦୦% ସଫଳତା, ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟଙ୍କୁ ବାଦ୍‌ ଦେଇ ଯୋଗ୍ୟଙ୍କୁ ସାମିଲ କରିବା, ସମଗ୍ର ଶିକ୍ଷା ଅଭିଯାନରେ ହାଇସ୍କୁଲ ଗୃହ ନିର୍ମାଣ, ଜାତୀୟ ସ୍ବାସ୍ଥ୍ୟ ମିଶନର କାର୍ଯ୍ୟକାରିତା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବୃଦ୍ଧି, ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟଶୈଳୀ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ସହରାଞ୍ଚଳରେ ପକ୍କାଗୃହ ନିର୍ମାଣ, ସ୍ବଚ୍ଛଭାରତ ଅଭିଯାନ, ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟର ଅଗ୍ରଗତି, ଗ୍ରାମୀଣ କୌଶଳ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ବିଏସ୍‌ଏନ୍‌ଏଲ୍‌ ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଯୋଜନାର ସମୋୟଚିତ ସଫଳତା ପାଇଁ ଆୟୋଜିତ ଏହି ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ମିନତି ନାୟକଙ୍କ ସମେତ ଜିଲା ପରିଷଦ ସଭ୍ୟାସଭ୍ୟ, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri