ପିଆଇସିଟିକୁ ଅହେତୁକ ଅନୁକମ୍ପା : କ୍ଲିନ କାର୍ଗୋ ବର୍ଥରେ ପରିବହନ ହେଉଛି ଡଷ୍ଟ କାର୍ଗୋ

ପାରାଦୀପ,୧୪ା୮(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ ପର୍ଯ୍ୟାୟ କ୍ରମେ ସବୁ ବ୍ୟବସ୍ଥାର ଘରୋଇକରଣ ହୋଇଚାଲିଛି। ଏହି ବ୍ୟବସ୍ଥାରେ ବନ୍ଦର ବର୍ଥଗୁଡିକ ଘରୋଇ ସଂସ୍ଥାକୁ ବିଓଟି ( ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର) ଦାୟିତ୍ୱ ଦିଆଯାଉଛି। ଏବେ ସୁଦ୍ଧା ୪ଟି ସଂସ୍ଥା ବନ୍ଦର ବର୍ଥ ନେବା ପାଇଁ ଚୁକ୍ତି କରିସାରିଲେଣି। ଏଥିରେ ପ୍ରଥମେ ବର୍ଥ ନେଇଥିବା ସଂସ୍ଥା ହେଲା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)। ଉକ୍ତ ସଂସ୍ଥା ବର୍ଥ ନେବାବେଳେ ଯେଉଁ ଚୁକ୍ତି ହୋଇଥିଲା ତାହା ଏବେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ୨୦୧୫ ମାର୍ଚ୍ଚ ୭ରେ ହୋଇଥିବା ଚୁକ୍ତିରେ ଦର୍ଶାଯାଇଥିଲା ଯେ, ସମ୍ପୃକ୍ତ କମ୍ପାନୀ ଉକ୍ତ ବର୍ଥରେ କ୍ଲିନ କାର୍ଗୋ (ଧୂଳିବିହୀନ ପଣ୍ୟ) ପରିବହନ କରିବ। ବିଶେଷକରି ଲୁହା ଓ ଷ୍ଟିଲ, ଆଲୁମିନିୟମ, ପିଗ୍‌ ଆଇରନ, ଉତ୍ପାଦିତ ସାର, ଖାଦ୍ୟ ସାମଗ୍ରୀ, ଚିନି, କଣ୍ଟେନର ଆଦି ଏଥିରେ ରହିଛି। ଉକ୍ତ ବର୍ଥରେ ଆରମ୍ଭରୁ ଏହି ସବୁ କାର୍ଗୋ କାରବାର ହେଉଥିଲା। କିନ୍ତୁ ଏବେ ସେହି ବର୍ଥରେ ଡଷ୍ଟକାର୍ଗୋ (ଧୂଳିଯୁକ୍ତ ପଣ୍ୟ) ପରିବହନ ହେଉଛି। ଗତ ୯ ତାରିଖରୁ ‘ଏମଭି ଏଶିପି ଡୁଗନ’ ନାମକ ଜାହାଜରୁ ଲାଇମଷ୍ଟୋନ (ଚୂନପଥର) ଖଲାସ କରାଯାଉଛି। କ୍ଲିନ୍‌ କାର୍ଗୋ ବର୍ଥରେ ଏଭଳି ଡଷ୍ଟ କାର୍ଗୋ ପରିବହନକୁ ନେଇ ଆପତ୍ତି ଉଠାଇଛନ୍ତି ବନ୍ଦର ଟ୍ରଷ୍ଟି ପରେଶ ମୁର୍ମୁ। ଏନେଇ ମଙ୍ଗଳବାର ସେ ଏକ ପ୍ରତିବାଦପତ୍ର ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ଚୁକ୍ତି ଅନୁସାରେ ପିଆଇସିଟି ବର୍ଥରେ କ୍ଲିନ କାର୍ଗୋ ଲାଗିବା କଥା। ଏବେ ଡଷ୍ଟ କାର୍ଗୋ ସେଠାକୁ ଯିବା ଦ୍ୱାରା ସମ୍ପୃକ୍ତ ଘରୋଇ ସଂସ୍ଥା ଲାଭବାନ ହେଉଛି ଓ ବନ୍ଦର ରାଜସ୍ବ ହରାଉଛି। କାରଣ ଚୁକ୍ତି ଅନୁସାରେ ୩୦ବର୍ଷ ପର୍ଯ୍ୟନ୍ତ ପିଆଇସିଟି ବର୍ଥରେ ଲାଗୁଥିବା ଜାହାଜ ଓ ପଣ୍ୟର ରାଜସ୍ବ ସମ୍ପୃକ୍ତ ସଂସ୍ଥା ପାଇବ। ଏପରି ହେବା ଦ୍ୱାରା ସମ୍ପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ସେ କହିଛନ୍ତି। ଏ ପ୍ରସଙ୍ଗରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପଚାରିବାରେ ସେ କହିଲେ ଯେ, ସେମିତି କିଛି ନିୟମ ଖିଲାପ ହୋଇନାହିଁ। ଯେଉଁ ଲାଇମ ଷ୍ଟୋନ ଜାହାଜ ଲାଗିଛି, ତାହା ଉନ୍ନତମାନର। ପ୍ରଦୂଷଣ ଯାଞ୍ଚ ମଧ୍ୟ ହୋଇଛି। ବିଭିନ୍ନ ପ୍ରକାର ଲାଇମ ଷ୍ଟୋନ ଅଛି। ଏହା ଡଷ୍ଟ ଯୁକ୍ତ ନୁହେଁ। ସୂଚନାଯୋଗ୍ୟ, ଉକ୍ତ ଜାହାଜକୁ ଆମଦାନୀକାରୀ ସଂସ୍ଥା ଟାଟା ଆଣିଛି। ଏଥିରେ ୟୁଏଇର ମିନାସାକର ବନ୍ଦରରୁ ୪୪୨୯୦ ମେଟ୍ରିକ ଟନ୍‌ ଚୁନ ପଥର ଆସିଛି। ଏହିଭଳି ପଣ୍ୟ ପୂର୍ବରୁ ଆସୁଥିଲା। ଚୂନପଥର କାରବାର ବେଳେ ସେହି ଅଞ୍ଚଳରେ ଧଳା ଗୁଣ୍ଡ ଉଡିଥାଏ। ଏହି ପଣ୍ୟ ବିଭିନ୍ନ ଷ୍ଟିଲ କାରଖାନାରେ ବ୍ୟବହୃତ ହୁଏ। ଲୁହାପଥର ଗୁଣ୍ଡକୁ ବିଶୋଧନ କରିବା ବେଳେ ଚୂନପଥର ବ୍ୟବହାର ହୁଏ। ଓଡ଼ିଶାରେ ଜିନ୍ଦଲ, ଟାଟା, ସେଲ ଓ ଅନ୍ୟ ଆଲୁମିନିୟମ କମ୍ପାନୀମାନେ ଏହା ଆଣିଥାନ୍ତି। ଏହି ପଣ୍ୟ ଅନ୍ୟ ବର୍ଥରେ କାରବାର ହେଲେ ବିଭିନ୍ନ ଷ୍ଟିଭେଡର୍ସ ସଂସ୍ଥା ଏହାକୁ ହ୍ୟାଣ୍ଡେଲ କରିଥାନ୍ତି। ଏହା ଦ୍ୱାରା ବନ୍ଦର ପ୍ରଶାସନ ପୂର୍ଣ୍ଣ ରାଜସ୍ବ ପାଇଥାଏ। ପିଆଇସିଟି ବର୍ଥରେ କାରବାର ହେଲେ ପଣ୍ୟ ପରିମାଣ ବର୍ଷ ଶେଷରେ ଯାହା ହେବା କଥା ତାହା ଘୋଷଣା କରାଯିବ। କିନ୍ତୁ ରାଜସ୍ବ କେତେ ହରାଇବ ତାହା କୁହାଯିବ ନାହିଁ। ପିଆଇସିଟି ଚୁକ୍ତି ବେଳେ କୁହାଯାଇଥିଲା ଏହି ପ୍ରକଳ୍ପ ମୂଲ୍ୟ ୪୩୦ କୋଟି ଟଙ୍କା। ୪୫୦ ମିଟର ଏହି ବର୍ଥର ଲମ୍ବ ଓ ଗଭୀର ୧୬ ମିଟର। ଏଥିରେ କ୍ୟାପ୍‌ ସାଇଜ ଜାହାଜ ଲାଗିପାରିବ। ପ୍ରକଳ୍ପ ୩ବର୍ଷ ଲାଗିବ। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ କାମ ଶେଷ ହେବା ସହ ପଣ୍ୟ କାରବାର ହୋଇଛି। ୪୩୦ କୋଟି ଟଙ୍କାରୁ ଏହା ବୃଦ୍ଧିପାଇ ୧୧ଶହ କୋଟି ଟଙ୍କାରେ ପହଞ୍ଚତ୍ଛି। ସେତେବେଳେ ଉକ୍ତ କମ୍ପାନୀକୁ ବର୍ଥ ଓ ପଣ୍ୟ ରଖିବା ପାଇଁ ୧,୦୩,୦୦୦ ବର୍ଗ ମିଟର ଜାଗା ଦିଆଯାଇଥିଲା। ଏବେ ପୁଣି ୮.୬୩ ଏକର ଜାଗା ଦିଆଯାଇଛି। ଏମିତି ଅନେକ ଅହେତୁକ ଅନୁକମ୍ପା ଉକ୍ତ କମ୍ପାନୀ ପ୍ରତି ପ୍ରଦର୍ଶନ କରାଯାଉଛି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡା କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏଭଳି ପଣ୍ୟ ଜାହାଜ ଲାଗି ସାରିଛି। ଉକ୍ତ ଚୂନପଥର ପଣ୍ୟ କାରବାର ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ସ୍ବୀକୃତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri