ପାହାଡ଼ ଉପରକୁ ନେଇ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

 

ସୁନ୍ଦରଗଡ଼, ୮।୨ (ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତା ଏସମ୍ପର୍କରେ କୁତ୍ରା ଥାନାରେ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍‌ନାକୁ ଆସିଛି ା
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ କୋଇଡା ଥାନା କାଲଟା ଅଞ୍ଚଳର ା ସେ ରାଉରକେଲାର ଏକ କଲେଜରେ ଯୁକ୍ତ ୨ ଶ୍ରେଣୀରେ ପାଠ ପଢନ୍ତି। ଅନ୍ୟ ଜଣେ ସହପାଠୀଙ୍କ ସହ ସେ ମିଶି ଏକ ମେସ୍‌ରେ ରହୁଥିଲେ। ସଂପୃକ୍ତା ସହପାଠୀଙ୍କ ଘର ରାଏବଗା ଥାନା ଅଞ୍ଚଳରେ। କୁତ୍ରା ଥାନା ଖତକୁରବାହାଲରେ ହେଉଥିବା ଉର୍ସ ଉତ୍ସବ ଦେଖିଯିବା ପାଇଁ ସମ୍ପୃକ୍ତ ଛାତ୍ରୀଙ୍କୁ ତାଙ୍କ ସହପାଠୀ କହିଥିଲେ। ଉଭୟ ରାଉରକେଲାରୁ ଟ୍ରେନ ଯୋଗେ ଆସି ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇ ଥିଲେ। ପରେ ସହପାଠୀଙ୍କ ଜଣେ ଯୁବବନ୍ଧୁ ଓ ଅନ୍ୟ ଜଣେ ଯୁବକ ରାଜଗାଙ୍ଗପୁର ରେଳ ଷ୍ଟେଶନଠାରୁ ଉଭୟ ଛାତ୍ରୀଙ୍କୁ ୨ଟି ବାଇକ୍‌ରେ ବସାଇ ଖତକୁରବାହାଲ ଅଭିମୁଖେ ନେଇଥିଲେ। ହେଲେ ଖତକୁରବାହାଲ ପୂର୍ବରୁ ସହପାଠୀ ଜଣକ ତାଙ୍କ ଯୁବବନ୍ଧୁଙ୍କ ସହିତ ଚାଲିଯାଇଥିଲେ। ଏହାପରେ ଅଜଣା ଯୁବକଙ୍କ ବାଇକ୍‌ରେ ବସିଥିବା ଛାତ୍ରୀ ଜଣକ ଅସହାୟ ହୋଇପଡିଥିଲେ ା ଏହାର ସୁଯୋଗ ନେଇ ସଂପୃକ୍ତ ଯୁବକ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କୁ ଡାକି ଛାତ୍ରୀଙ୍କୁ ପାହାଡ ଉପରକୁ ନେଇଯାଇଥିଲେ। ଏହାପରେ ସଂପୃକ୍ତ ୨ଯୁବକ ତାଙ୍କୁ ବଳାତ୍କାର କରିଥିଲେ। ଏପରି କି ବଳାତ୍କାର ସମୟର ଦୃଶ୍ୟକୁ ସେମାନେ ନିଜ ମୋବାଇଲରେ ଭିଡିଓ କରିଥିଲେ ା ଏ କଥା ବାହାରେ ପ୍ରଘଟ କଲେ ସେହି ଦୃଶ୍ୟକୁ ଭାଇରାଲ କରିଦେବୁ ବୋଲି ଧମକ ଦେଇଥିଲେ ା ଏହାପରେ ସଂପୃକ୍ତ ୨ ଯୁବକ ଛାତ୍ରୀଙ୍କୁ ନେଇ ଖତକୁରବାହାଲ ଉର୍ସ ବଜାରରେ ଛାଡି ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରୀ ଜଣକ ନିଜ ସମ୍ପର୍କୀୟମାନଙ୍କ ନିକଟକୁ ଖବର ଦେଇଥିଲେ। ଖବରପାଇ ଶୁକ୍ରବାର ସକାଳେ ତାଙ୍କ ସମ୍ପର୍କୀୟମାନେ କୁତ୍ରାରେ ପହଞ୍ଚି ଛାତ୍ରୀଙ୍କୁ ଧରି ରାଉରକେଲା ଯାଇଥିଲେ। ପରେ ସେମାନେ ଛାତ୍ରୀଙ୍କ ସହପାଠୀଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପ୍ରଥମେ ଝିରପାଣି ଥାନାକୁ ଯାଇ ପୋଲିସକୁ ଜଣାଇଥିଲେ। ମାତ୍ର ଘଟଣାଟି କୁତ୍ରା ଥାନା ଅଞ୍ଚଳରେ ଘଟିଥିବାରୁ ସେମାନଙ୍କୁ କୁତ୍ରା ଥାନାକୁ ପଠାଯାଇଥିଲା। ଉଭୟ ଛାତ୍ରୀ ସମ୍ପର୍କୀୟମାନଙ୍କ ସହିତ ଆସି କୁତ୍ରା ଥାନାରେ ଅଭିଯୋଗ କରିଥିଲେ ା ଅନ୍ୟପକ୍ଷେ ଅଭିଯୋଗ ପରେ ବି ଏ ସଂକ୍ରାନ୍ତରେ ପୋଲିସ ମାମଲା ରୁଜୁ କରି ନ ଥିବା ପୀଡିତା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri