ପାସେଞ୍ଜର ଯାନ ବିକ୍ରି ୫୧% କମିଲା

ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ ନାହାନ୍ତି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର(ସିଆମ୍‌) ଡାଟା ମୁତାବକ ଏହି ବର୍ଗରେ ଯାନ ବିକ୍ରି ୧.୪୩ ଲକ୍ଷ ୟୁନିଟକୁ ଖସିଛି। ୨୦୧୯ ମାର୍ଚ୍ଚର ସାରା ଦେଶରେ ପାସେଞ୍ଜର ଯାନ ବିକ୍ରି ୨.୯୧ ଲକ୍ଷ କୋଟି ଟଙ୍କା ରହିଥିଲା। ଏହାବାଦ ଚଳିତ ବର୍ଷ ମାର୍ଚ୍ଚରେ ବାଣିଜି୍ୟକ ଯାନ ବିକ୍ରିରେ ୮୮.୯୫%ଖସିବା ସହ ୧୩.୦୨୭ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧.୦୯ ଲକ୍ଷ ୟୁନିଟ ଥିଲା। ୨୦୧୯ ମାର୍ଚ୍ଚରେ ୨ ଚକିଆ ଯାନ ବିକ୍ରି ୩୯.୩୮% ଖସି ୮.୬୬ ଲକ୍ଷ ୟୁନିଟ ରହିଛି। ୨୦୧୯ ମାର୍ଚ୍ଚରେ ଏହା ୧୪.୪୦ ଲକ୍ଷ ୟୁନିଟ ରହିଥିଲା।
ସବୁ ବର୍ଗରେ ଯାନ ବିକ୍ରି ୪୪.୯୫% ଖସିଥିବା ବେଳେ ଏହା ୧୦.୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୯ ଲକ୍ଷ ୟୁନିଟ ରହିଥିଲା। ଭାରତୀୟ ଅଟୋମୋବାଇଲ ଶିଳ୍ପ ଲାଗି ୨୦୧୯ ମାର୍ଚ୍ଚ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ବୋଲି ସିଆମ୍‌ର ସଭାପତି ରାଜନ ଓ୍ବାଧେରା ସୂଚନା ଦେଇଛନ୍ତି। ଓ୍ବାର୍କିଂ କ୍ୟାପିଟାଲ ଆବଶ୍ୟକତା ଏବଂ ଫିକ୍ସ କଷ୍ଟ ଉଠାଇବା ଲାଗି ଏବେ ଓଇଏମ୍‌ଗୁଡିକ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଲକ୍‌ଡାଉନ ଜନିତ ବନ୍ଦ ଯୋଗୁ ଅଟୋ ଶିଳ୍ପ ଦୈନିକ ୨,୩୦୦ କୋଟି ଟଙ୍କାର ଉତ୍ପାଦନ କାରବାର ହରାଉଛି। ଅଟୋ ଶିଳ୍ପ ଉପରେ କୋଭିଡ୍‌ ପ୍ରଭାବ କମ୍‌ କରିବା ଲାଗି ସରକାରଙ୍କ ସହ ଆଲୋଚନା ହେଉଥିବା ଓ୍ବାଧେରା କହିଛନ୍ତି। ଚାହିଦା ଏବଂ ଯୋଗାଣକୁ କୋଭିଡ୍‌-୧୯ କ୍ଷତିଗ୍ରସ୍ତ କରିଥିବା ବେଳେ ଅଟୋସେକ୍ଟର ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ଫାଇନାନ୍ସର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସହାୟତା ଲୋଡ଼ିଲା ଅଟୋ ଡିଲର ସଂଘ
ଲକ୍‌ଡାଉନ ପାଇଁ ହୋଇଥିବା କ୍ଷତିର ଭରଣା କରିବାକୁ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଛି । ଏ ନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଛି। ଲକ୍‌ଡାଉନ ସମୟରେ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରୁ ନିଆଯାଇଥିବା ସବୁ ବର୍ଗର ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଲକ୍‌ଡାଉନ ପରେ ଆଗାମୀ ୯ ମାସ ପର୍ଯ୍ୟନ୍ତ ସୁଧଛାଡ, ଓ୍ବାର୍କିଂ କ୍ୟାପିଟାଲ ସବ୍‌ସିଡି, ଋଣ ଆବଶ୍ୟକତା ଉପରେ ସୁଧ ରିହାତି ପ୍ରଦାନ କରିବାକୁ ସଂଘର ୧୫ ହଜାର ଅଟୋମୋବାଇଲ ଡିଲରଙ୍କ ନିବେଦନ କରାଯାଇଛି। ଲକ୍‌ଡାଉନ ସମୟରେ ଡିଲରଶିପରେ କାମ କରୁଥିବା ଲୋକଙ୍କ ବେତନ ସରକାର ଦିଅନ୍ତୁ ବୋଲି ଏହା ଚିଠିରେ ଉଲ୍ଲେଖ କରିଛି। ଅଟୋମୋବାଇଲ ଉପରେ ଜିଏସ୍‌ଟି ହ୍ରାସ, ସ୍କ୍ରାପ ନୀତିରେ ରିହାତି ଏବଂ ଏହି କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର ଟ୍ୟାଗ୍‌ ଭଳି ଦାବି ରହିଛି। କ୍ଷେତ୍ର ୧୫ ମାସ ଧରି ମାନ୍ଦାବସ୍ଥାର ଶିକାର ହୋଇଥିବା ବେଳେ ଏବେ ୨୭୫ ଡିଲରଶିପ ବନ୍ଦ ହୋଇଛି। ଡିଲରଶିପ ସହ ଅନେକ ଲୋକଙ୍କ ଜୀବିକା ଜଡିତ ଥିବାରୁ କ୍ଷେତ୍ରକୁ ସରକାର ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ଫାଡାର ସଭାପତି ଆଶିଷ ହର୍ସରାଜ କାଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri