ପାସେଞ୍ଜର ଯାନ ବିକ୍ରି ୫୧% କମିଲା

ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ ନାହାନ୍ତି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର(ସିଆମ୍‌) ଡାଟା ମୁତାବକ ଏହି ବର୍ଗରେ ଯାନ ବିକ୍ରି ୧.୪୩ ଲକ୍ଷ ୟୁନିଟକୁ ଖସିଛି। ୨୦୧୯ ମାର୍ଚ୍ଚର ସାରା ଦେଶରେ ପାସେଞ୍ଜର ଯାନ ବିକ୍ରି ୨.୯୧ ଲକ୍ଷ କୋଟି ଟଙ୍କା ରହିଥିଲା। ଏହାବାଦ ଚଳିତ ବର୍ଷ ମାର୍ଚ୍ଚରେ ବାଣିଜି୍ୟକ ଯାନ ବିକ୍ରିରେ ୮୮.୯୫%ଖସିବା ସହ ୧୩.୦୨୭ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧.୦୯ ଲକ୍ଷ ୟୁନିଟ ଥିଲା। ୨୦୧୯ ମାର୍ଚ୍ଚରେ ୨ ଚକିଆ ଯାନ ବିକ୍ରି ୩୯.୩୮% ଖସି ୮.୬୬ ଲକ୍ଷ ୟୁନିଟ ରହିଛି। ୨୦୧୯ ମାର୍ଚ୍ଚରେ ଏହା ୧୪.୪୦ ଲକ୍ଷ ୟୁନିଟ ରହିଥିଲା।
ସବୁ ବର୍ଗରେ ଯାନ ବିକ୍ରି ୪୪.୯୫% ଖସିଥିବା ବେଳେ ଏହା ୧୦.୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୯ ଲକ୍ଷ ୟୁନିଟ ରହିଥିଲା। ଭାରତୀୟ ଅଟୋମୋବାଇଲ ଶିଳ୍ପ ଲାଗି ୨୦୧୯ ମାର୍ଚ୍ଚ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ବୋଲି ସିଆମ୍‌ର ସଭାପତି ରାଜନ ଓ୍ବାଧେରା ସୂଚନା ଦେଇଛନ୍ତି। ଓ୍ବାର୍କିଂ କ୍ୟାପିଟାଲ ଆବଶ୍ୟକତା ଏବଂ ଫିକ୍ସ କଷ୍ଟ ଉଠାଇବା ଲାଗି ଏବେ ଓଇଏମ୍‌ଗୁଡିକ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଲକ୍‌ଡାଉନ ଜନିତ ବନ୍ଦ ଯୋଗୁ ଅଟୋ ଶିଳ୍ପ ଦୈନିକ ୨,୩୦୦ କୋଟି ଟଙ୍କାର ଉତ୍ପାଦନ କାରବାର ହରାଉଛି। ଅଟୋ ଶିଳ୍ପ ଉପରେ କୋଭିଡ୍‌ ପ୍ରଭାବ କମ୍‌ କରିବା ଲାଗି ସରକାରଙ୍କ ସହ ଆଲୋଚନା ହେଉଥିବା ଓ୍ବାଧେରା କହିଛନ୍ତି। ଚାହିଦା ଏବଂ ଯୋଗାଣକୁ କୋଭିଡ୍‌-୧୯ କ୍ଷତିଗ୍ରସ୍ତ କରିଥିବା ବେଳେ ଅଟୋସେକ୍ଟର ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ଫାଇନାନ୍ସର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସହାୟତା ଲୋଡ଼ିଲା ଅଟୋ ଡିଲର ସଂଘ
ଲକ୍‌ଡାଉନ ପାଇଁ ହୋଇଥିବା କ୍ଷତିର ଭରଣା କରିବାକୁ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଛି । ଏ ନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଛି। ଲକ୍‌ଡାଉନ ସମୟରେ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରୁ ନିଆଯାଇଥିବା ସବୁ ବର୍ଗର ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଲକ୍‌ଡାଉନ ପରେ ଆଗାମୀ ୯ ମାସ ପର୍ଯ୍ୟନ୍ତ ସୁଧଛାଡ, ଓ୍ବାର୍କିଂ କ୍ୟାପିଟାଲ ସବ୍‌ସିଡି, ଋଣ ଆବଶ୍ୟକତା ଉପରେ ସୁଧ ରିହାତି ପ୍ରଦାନ କରିବାକୁ ସଂଘର ୧୫ ହଜାର ଅଟୋମୋବାଇଲ ଡିଲରଙ୍କ ନିବେଦନ କରାଯାଇଛି। ଲକ୍‌ଡାଉନ ସମୟରେ ଡିଲରଶିପରେ କାମ କରୁଥିବା ଲୋକଙ୍କ ବେତନ ସରକାର ଦିଅନ୍ତୁ ବୋଲି ଏହା ଚିଠିରେ ଉଲ୍ଲେଖ କରିଛି। ଅଟୋମୋବାଇଲ ଉପରେ ଜିଏସ୍‌ଟି ହ୍ରାସ, ସ୍କ୍ରାପ ନୀତିରେ ରିହାତି ଏବଂ ଏହି କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର ଟ୍ୟାଗ୍‌ ଭଳି ଦାବି ରହିଛି। କ୍ଷେତ୍ର ୧୫ ମାସ ଧରି ମାନ୍ଦାବସ୍ଥାର ଶିକାର ହୋଇଥିବା ବେଳେ ଏବେ ୨୭୫ ଡିଲରଶିପ ବନ୍ଦ ହୋଇଛି। ଡିଲରଶିପ ସହ ଅନେକ ଲୋକଙ୍କ ଜୀବିକା ଜଡିତ ଥିବାରୁ କ୍ଷେତ୍ରକୁ ସରକାର ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ଫାଡାର ସଭାପତି ଆଶିଷ ହର୍ସରାଜ କାଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri