ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ ଛିଡ଼ା ହୋଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଗୁରୁବାର ଏହି ଦିବସ ପାଳନ ପାଇଁ ଗତ ୬ ତାରିଖରୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲକୁ ଚିଠି କରାଯାଇଥିଲା। ତଦନୁଯାୟୀ ସ୍କୁଲ ଛାତ୍ରୀଛାତ୍ରମାନେ ସକାଳ ୮ଟାରେ ସ୍ଥାନୀୟ ବଳରାମ ମନ୍ଦିରକୁ ଆସି ୨ ଘଣ୍ଟା ଖରାରେ ଛିଡ଼ା ହୋଇଥିଲେ। ହେଲେ ଜିଲା ସଂସ୍କୃତି ବିଭାଗର କୌଣସି କର୍ମଚାରୀଙ୍କ ଘଟଣାସ୍ଥଳରେ ଦେଖା ନ ମିଳିବାରୁ  ଛାତ୍ରୀଛାତ୍ରମାନେ ନିରାଶ ହୋଇ ଫେରିଥିଲେ।     ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କହିଛନ୍ତି, ୬ତାରିଖରେ ଦିବସ ପାଳନ ପାଇଁ ସ୍କୁଲମାନକୁ ଚିଠି ପଠାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ବାଚନ ପକ୍ରିୟା ଚାଲିଥିବା ଯୋଗୁ ଏହି ଦିବସ ପାଳନ ନ କରିବା ପାଇଁ  ଫୋନ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ସେହି ଅନୁସାରେ ଆମ କର୍ମଚାରୀଙ୍କୁ ସ୍କୁଲଗୁଡିକୁ ଯାଇ ମନା କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ କୌଣସି ସ୍କୁଲକୁ ଯାଇ ନ ଥିଲେ କି ସୂଚନା ଦେଇ ନ ଥିଲେ।  ଫଳରେ ସ୍କୁଲ ଛାତ୍ରୀଛାତ୍ରମାନେ ଆସି ଅପେକ୍ଷା କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri